ETV Bharat / sports

World Cup 2023: 5 ନମ୍ବରରେ ବ୍ୟାଟିଂ କରିବା ପାଇଁ ଆତ୍ମବିଶ୍ବାସ ଜରୁରୀ କହିଲେ ରାହୁଲ

author img

By ETV Bharat Odisha Team

Published : Nov 13, 2023, 9:03 AM IST

World Cup 2023
KL Rahul

ICC ବିଶ୍ବକପ 2023ରେ ଭାରତ ତାର ଶେଷ ଲିଗ ମ୍ୟାଚ ନେଦରଲାଣ୍ଡସ ବିପକ୍ଷରେ ବେଙ୍ଗାଲୁରୁରେ ଖେଳିଥିଲା । ଏଥିରେ ଲୋକାଲ ବଏ କେଏଲ ରାହୁଲ ଶତକ ହାସଲ କରିଥିଲେ । ବିଜୟ ପରେ କଣ କହିଲେ ରାହୁଲ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ବେଙ୍ଗାଲୁରୁ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି ଭାରତ । ବେଙ୍ଗାଲୁରୁରେ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ନେଦରଲାଣ୍ଡସ ବିପକ୍ଷ ଶେଷ ଲିଗ ମ୍ୟାଚରେ 160ରନରେ ବିଜୟ ହାସଲ କରିଛି ରୋହିତ ସେନା । ଏହି ମ୍ୟାଚରେ ଲୋକଲ ବଏ କେଏଲ ରାହୁଲ ଦମଦାର ଶତକ ହାସଲ କରିଥିଲେ । 64 ବଲରେ ଦମଦାର 102 ରନ କରିଥିଲେ ରାହୁଲ । ମିଡିଲ ଅର୍ଡରରେ ସମୟ ମିଳିବା ବହୁତ ଭଲ ଥିଲା ବୋଲି ନେଦରଲାଣ୍ଡସ ବିପକ୍ଷରେ ଶତକ ହାସଲ କରିଥିବା ହିରୋ କେଏଲ ରାହୁଲ ପ୍ରତିକ୍ରିୟା ରଖି କହିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଲଢ଼େଇ କରି ୨୫୦ରେ ଅଟକିଲା ନେଦରଲ୍ୟାଣ୍ଡ, ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

ଭାରତୀୟ ୱିକେଟ କିପର ବ୍ୟାଟର କେଏଲ ରାହୁଲ ବିଶ୍ବକପରେ ନେଦରଲାଣ୍ଡସ ବିପକ୍ଷରେ ଦ୍ରୁତତମ ଶତକ ହାସଲ କରିଛନ୍ତି । ଯେଉଁଠି ଗ୍ରାଉଣ୍ଡରେ ପିଲାଦିନେ ଖେଳିଥିଲେ ସେହିଠାରେ ଶତକ ହାସଲ କରି ରେକର୍ଡ ଭାଙ୍ଗିଛନ୍ତି କର୍ଣ୍ଣାଟକ ଖେଳାଳି କେଏଲ ରାହୁଲ । ମାତ୍ର 64ବଲରେ 102 ରନ କରିଥିଲେ ରାହୁଲ । ଆହତ ସମସ୍ୟା ପରେ କିଛି ଦିନ ଖେଳରୁ ବିରତି ନେଇଥିବା କେଏଲ ରାହୁଲ ବିଶ୍ବକପରେ ଫୁଲ ଫର୍ମରେ ନଜର ଆସିଛନ୍ତି ।

ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, "ଗତ ଦୁଇ ମ୍ୟାଚରେ ମିଡିଲ ଅର୍ଡରରେ ଅଧିକ ସମୟ ମିଳି ନଥିଲା । ଆଜି କିଛି ସମୟ ମିଳିବା ଭଲ ଥିଲା । ପାଞ୍ଚ ନମ୍ବରରେ ବ୍ୟାଟିଂ କରିବା ଆତ୍ମବିଶ୍ବାସ ହାସଲ କରିବା ଜରୁରୀ । ଏଥିରେ କିଛି ରକେଟ ସାଇନ୍ସ ନାହିଁ ଶେଷ 10 ଓଭରରେ କଠିନ ପରିଶ୍ରମ କରିବାର ଅଛି । ଯେତେ ସମ୍ଭବ ସେତେ ରନ କରି ଦଳୀୟ ସ୍କୋରକୁ ଏକ ମଜଭୂତ ସ୍ତରକୁ ନେବାର ଅଛି ।"

ଏହା ବି ପଢନ୍ତୁ...Cricket World Cup 2023: ଦ୍ରାବିଡଙ୍କ କ୍ଲବ୍‌ରେ ରାହୁଲ, ରୋହିତଙ୍କୁ ପଛରେ ପକାଇ ହାସଲ କଲେ ଦ୍ରୁତତମ ବିଶ୍ବକପ୍‌ ଶତକ

ପ୍ରକାଶ ଥାଉ କି, ଚଳିତ ବିଶ୍ବକପରେ ଭାରତ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପହଞ୍ଚିଛି । ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଛି ରୋହତି ସେନା । ଭାରତ ବିଜୟଧାରାରେ କେହି ବ୍ରେକ୍‌ ଲଗାଇ ପାରି ନଥିଲେ । ଶେଷ ଲିଗ୍‌ ମ୍ୟାଚରେ ରାହୁଲ ଓ ଶ୍ରେୟାସଙ୍କ ଶତକ ବଳରେ ଭାରତ 410 ରନ୍‌ କରିଥିଲା । ଆସନ୍ତା 15 ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.