ETV Bharat / sports

Cricket World Cup 2023: ରୋମାଞ୍ଚକର ମ୍ୟାଚ୍‌ରେ ଜିତିଲା ଅଷ୍ଟ୍ରେଲିଆ, ଦମଦାର ଲଢିଲା ନ୍ୟୁଜିଲାଣ୍ଡ

author img

By ETV Bharat Odisha Team

Published : Oct 28, 2023, 6:41 PM IST

Updated : Oct 28, 2023, 7:22 PM IST

ରୋମାଞ୍ଚକର ମ୍ୟାଚ୍‌ରେ ହାରିଲା ନ୍ୟୁଜିଲାଣ୍ଡ
ରୋମାଞ୍ଚକର ମ୍ୟାଚ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ଧର୍ମଶାଳାରେ ରୋମାଞ୍ଚକର ମୁକାବିଲାରେ ହାରିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ୩୮୮ ରନର ବଡ଼ ସ୍କୋର କରିଥିଲା ଅଷ୍ଟ୍ରେଲିଆ । ଜବାବରେ ଦମଦାର ଫାଇଟ୍‌ କରି ୩୮୩ ରନ୍‌ରେ ଅଟକିଲା ନ୍ୟୁଜିଲାଣ୍ଡ । ଫଳରେ ୫ ରନ୍‌ରେ ଏହି ମୁକାବିଲା ଜିତି ନେଇଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ର ସବୁଠାରୁ ରୋମାଞ୍ଚକର ମୁକାବିଲା ଦେଖିଲେ ଦର୍ଶକ । ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ର ଧର୍ମଶାଳା ଷ୍ଟାଡିୟମରେ ରୋମାଞ୍ଚକର ମୁକାବିଲାରେ ୫ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୩୮୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ । ଜବାବରେ ରାଚିନ୍‌ ରବୀନ୍ଦ୍ରଙ୍କ ଶତକୀୟ ପାଳି ବଳରେ ବିଜୟ ଅଭିମୁଖେ ବାହାରିଥିଲା ନ୍ୟୁଜିଲାଣ୍ଡ । ସେ ଆଉଟ୍‌ ହେବା ପରେ ଜେମ୍ସ ନିଶାମ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ସାରିଥିଲେ । ହେଲେ ଶେଷ ଓଭରରେ ସେ ଏକ ଡବଲ୍‌ ରନ୍‌ ନେବାକୁ ଯାଇ ସେ ରନ୍‌ ଆଉଟ୍‌ ହୋଇଯାଇଥିଲେ । ଫଳରେ ଏହି ରୋମାଞ୍ଚକର କେବଳ ୫ ରନ୍‌ରେ ଜିତି ଜୟଯାତ୍ରା ଜାରି ରଖିଛି ଅଷ୍ଟ୍ରେଲିଆ ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ଆହ୍ବାନ ଦେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାଥମ । ହେଲେ କିୱି ବୋଲର ଆରମ୍ଭରୁ ଏତେ ଘାତକ ସାବ୍ୟସ୍ତ ହୋଇପାରିନଥିଲେ । ପ୍ରଥମ ୱିକେଟ୍‌ ପାଇଁ କଙ୍ଗାରୁ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ଟ୍ରାବିସ ହେଡ୍‌ ଦଳୀୟ ଖାତାରେ ୧୭୫ ରନ୍‌ ଯୋଡ଼ିଥିଲେ । ବ୍ୟାକ୍‌ ଟୁ ବ୍ୟାକ୍‌ ଶତକ ପରେ ୱାର୍ଣ୍ଣର ଆଜି ୮୮ ରନ କରି ଆଉଟ୍‌ ହୋଇଯାଇଥିଲେ । ଦଳୀୟ ସ୍କୋର ୨୦୦ ହେବାପରେ ୬୭ ବଲରୁ ୧୦୯ ରନର ବିସ୍ଫୋରକ ପାଳି ଖେଳି ଟ୍ରାବିସ୍‌ ହେଡ୍‌ ଆଉଟ୍‌ ହୋଇଥିଲେ । ୩୬ ରନ୍‌ କରିଥିବା ବେଳେ ମିଚେଲ୍‌ ମାର୍ଶ ସାଣ୍ଟନରଙ୍କ ଶିକାର ପାଲଟିଥିଲେ । ସ୍ମିଥ୍‌ ଓ ଲାବୁସାନେ ୧୮ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିବାବେଳେ ମ୍ୟାକ୍ସୱେଲ୍‌ ୨୪ ବଲରୁ ୪୧ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ଜୋଶ ଇଂଲିସ ୩୮ ଓ ପ୍ୟାଟ୍‌ କମିନ୍ସ ୩୭ ରନ ଲେଖାଏଁ ସ୍କୋର କରି ଦଳୀୟ ସ୍କୋରକୁ ୩୮୮ ରନରେ ପହଞ୍ଚାଇଥିଲେ ।

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡ ବୋଲିଂ ଆଟାକ୍‌ର ସେତେ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ୍‌ ନେଇଥିଲେ ମଧ୍ୟ ୧୦ ଓଭରରେ ୭୭ ରନ ଖର୍ଚ୍ଚ କରିଥିଲେ । ଗ୍ଲେନ୍‌ ଫିଲିପ୍ସ ଆକର୍ଷଣୀୟ ବୋଲିଂ କରି ୧୦ ଓଭରରେ ୩୭ ରନ ବ୍ୟୟ କରି ୩ଟି ୱିକେଟ୍‌ ନେଇଥିଲେ । ମିଚେଲ୍‌ ସାଣ୍ଟନର ୧୦ ଓଭରରୁ ୮୦ ରନ୍‌ ଖର୍ଚ୍ଚ କରି ୨ଟି ୱିକେଟ୍‌ ନେଇଥିବାବେଳେ ମ୍ୟାଟ୍‌ ହେନରୀ ଓ ଜେମ୍ସ ନିଶାମ ଗୋଟିଏ ଲେଖାଏଣ ସଫଳତା ହାସଲ କରିଥିଲେ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...World cup 2023: ଆଜି ବିଶ୍ବକପରେ 2ଟି ମ୍ୟାଚ, ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ବିଶ୍ବକପ ମ୍ୟାଚ

ନ୍ୟୁଜିଲାଣ୍ଡ ବ୍ୟାଟିଂ: ୨୮୯ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ପାଇଁ ଉଭୟ ଓପନର ଭଲ ଆରମ୍ଭ କରିଥିଲେ । ଦଳୀୟ ସ୍କୋର ୬୧ ହୋଇଥିବା ବେଳେ ୨୮ ରନ୍‌ କରି ଡେଭନ କନୱେ ଆଉଟ୍‌ ହୋଇଥିଲେ । ୱିଲ ୟଙ୍ଗ ୩୨ ରନ କରି ପାଭିଲିୟନ ଫେରିବା ପରେ ରାଚିନ ରବୀନ୍ଦ୍ର ଓ ଡେରାଇଲ୍‌ ମିଚେଲଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ୮୯ ବଲରୁ ବିସ୍ଫୋରକ ବ୍ୟାଟିଂ କରି ୧୧୬ ରନ୍‌ର ପାଳି ଖେଳିଥିଲେ । ଡେରାଇଲ୍‌ ମିଚେଲ୍‌ ମଧ୍ୟ ୫୪ ରନର ଉପଯୋଗୀ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ଜେମ୍ସ ନିଶାମ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି oଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ମଧ୍ୟ ଶେଷ ଓଭରରେ ଆଉଟ୍‌ ହୋଇଥିଲେ । ଟମ୍‌ ଲାଥମ (୨୧)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ୍‌ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩୮୩ ରନ୍‌ରେ ଅଟକି ଯାଇଥିଲା । କେବଳ ୫ ରନ୍‌ ପଛରେ ରହି ଏହି ମ୍ୟାଚ୍‌ ହାରିଥିଲା କିୱି ଦଳ ।

ଅଷ୍ଟ୍ରେଲିଆ ବୋଲିଂ: କଙ୍ଗାରୁ ଦଳର ବୋଲରମାନେ ମଧ୍ୟ ସେତେ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲେ । ଆଡାମ ଜାମ୍ପା ୧୦ ଓଭରରେ ୩ ୱିକେଟ୍‌ ହାସଲ କରିଥିଲେ ମଧ୍ୟ ସେ ୭୪ ରନ୍‌ ବ୍ୟୟ କରିଥିଲେ । ଜୋଶ ହାଜଲେଉଡ୍‌ ଓ ପ୍ୟାଟ୍‌ କମିନ୍ସ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ଉଭୟ ଯଥାକ୍ରମେ ୭୦ ଓ ୬୬ ରନ୍‌ ଖର୍ଚ୍ଚ କରିଥିଲେ । ୧୦ ଓଭରରୁ ୬୨ ରନ୍‌ ଦେଇଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 28, 2023, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.