ETV Bharat / sports

WIW vs INDW: ଦିନିକିଆ ଶୃଙ୍ଖଳା ଆରମ୍ଭରୁ ଝୁଣ୍ଟିଲା ଭାରତୀୟ ମହିଳା ଦଳ

author img

By

Published : Nov 2, 2019, 1:47 PM IST

ICC

3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଇଣ୍ଡିଜ ଦଳ 1ରନ୍‌ରେ ପରାସ୍ତ କରିଛି । ତେବେ 2ୟ ଦିନିକିଆ ମ୍ୟାଚ ନଭେମ୍ବର 3 ଓ 3ୟ ଦିନିକିଆ ମ୍ୟାଚ ନଭେମ୍ବର 6ରେ ଅନୁଷ୍ଠିତ ହେବ ।

ଆଣ୍ଟିଗୁଆ: ଇଣ୍ଡିଜ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ । 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତୀୟ ମହିଳା ଦଳକୁ 1ରନ୍‌ରେ ପରାସ୍ତ କରିଛି କାରବାୟିନ ମହିଳା ଦଳ ।

ଏହି ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ 226ରନର ପିଛା କରି 224ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା ।

ପ୍ରଥମେ ଓ୍ବେଷ୍ଟଇଣ୍ଡିଜ ଟିମ ଟସ୍ ଜିତି ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ 50 ଓଭରରେ ଇଣ୍ଡିଜ ଦଳ 7 ଓ୍ବିକେଟ ବିନିମୟରେ 225ରନ ହାସଲ କରିଥିଲା । ଇଣ୍ଡିଜ ଦଳ ପକ୍ଷରୁ ଷ୍ଟେଫିନ ଟେଲର ସର୍ବାଧିକ 94ରନ ହାସଲ କରିଥିବାବେଳେ ନତାଶା ମ୍ୟାକଲିନ 51ରନ୍ କରିଥିଲେ । ତେବେ ଭାରତୀୟ ଦଳ ପକ୍ଷରୁ ସୀକ୍ଷା ପାଣ୍ଡେ ଓ ଦୀପ୍ତି ଶର୍ମା 2ଟି ଲେଖାଏଁ ଓ୍ବିକେଟ ନିଜ ନାଁରେ କରିଥିଲେ । ସେହିପରି ଝୁଲଣ ଗୋସ୍ବାମୀ, ଏକତା ଓ ପୁନମ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

cricket
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ICC

ତେବେ ମିତାଲି ବାହିନୀ 226ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଭାରତୀୟ ଦଳ ପକ୍ଷରୁ ସର୍ବାଧିକ 75(107ବଲ୍‌)ରନ ପ୍ରିୟା ପୁନିଆ ହାସଲ କରିଥିଲେ । ସେହିପରି ଜେମିମା 41(67ବଲ୍‌)ରନ କରିଥିଲେ । କାରବିୟାନ ମହିଳା ଦଳ ଟିମ ଇଣ୍ଡିଆକୁ 224ରନରେ ରୋକି ପ୍ରଥମ ଦିନିକିଆ ମ୍ୟାଚକୁ ନିଜ ନାଁରେ କରିଛି ।

ସୂଚନାଥାଉକି, 2ୟ ଦିନିକିଆ ମ୍ୟାଚ ନଭେମ୍ବର 3 ଓ 3ୟ ଦିନିକିଆ ମ୍ୟାଚ ନଭେମ୍ବର 6ରେ ଆଣ୍ଟିଗୁଆ ସ୍ଥିତ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

||ବରଗଡ ||

   ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ଲୋକେ ଉତ୍ସାହର ସହିତ ସାମିଲ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ୧୧୪୭୦ ନୂତନ ଭୋଟର ପ୍ରଥମ ଥର ପାଇଁ ମତଦାନ କରିବାର ସୁଯୋଗ ପାଇଛନ୍ତି | ହେଲେ ଜିଲ୍ଲାରେ ବହୁ ବହୁ ବୃଦ୍ଧ ଓ ବୃଦ୍ଧା ମାନଙ୍କର ମତଦାନ କରିବାର ଉତ୍ସାହ କିଛି କମ ନଥିଲା | ଅପରିଣତ ବୟସରେ ମଧ୍ୟ ବହୁ ବୃଦ୍ଧ ଓ ବୃଦ୍ଧା ନିଜର ମତ ସାବ୍ୟସ୍ତ କରିବା ପାଇଁ ପୋଲିଂ ବୁଥ ଗୁଡିକୁ କଷ୍ଟେ ମଷ୍ଟେ ପହଞ୍ଚି ଭୋଟ ପ୍ରଦାନ କରିଥିଲେ | ରାଜ୍ୟ ରାଜନୀତିରେ ବହୁଚର୍ଚିତ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ବିଧାନସଭାରେ ମଧ୍ୟ ଦେଖାଯାଇଥିଲା ଏପରି ଦୃଶ୍ୟ | ବିଜେପୁର ର ୧୦୭ ବର୍ଷର ଜଣେ ବୃଦ୍ଧା ନିଜର ମତ ପ୍ରଦାନ କରିବା ପାଇଁ ପହଞ୍ଚିଥିଲେ ବିଜେପୁର ର ମୋଡେଲ ବୁଥକୁ | ବିଜେପୁର ସଂକର୍ଷଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ରହି ଅବସର ନେଇଥିବା ୧୦୭ ବର୍ଷର ରାମଜି ସାହୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମତଦାନ ଦେଇଛନ୍ତି ଯାହାକି ନୂତନ ଯୁବପିଢୀ  ତଥା ମତଦାନକୁ ନାପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି | କାର୍ଯ୍ୟ ବ୍ୟସ୍ତତା ଓ ଅନ୍ୟାନ୍ୟ କାରଣ ଦର୍ଶାଇ ମତଦାନ କରୁନଥିବା ବ୍ୟକ୍ତି ୧୦୭ ବର୍ଷର ରାମଜୀ ସାହୁ ଙ୍କ ପରି ଶିକ୍ଷିତ ଜଣେ ବୃଦ୍ଧଙ୍କ ଠାରୁ ମତଦାନର ମହତ୍ଵ ଜାଣିବା ଦରକାର | 
   
        ଦ୍ଵିତୀୟ ବିଶ୍ଵଯୁଦ୍ଧ ଠାରୁ ଆରମ୍ଭ କରି ବ୍ରିଟିଶ ଶାସନ ଓ ଆଜିର ରାଜନୀତି ଦେଖିଥିବା ରାମଜୀ କହନ୍ତି ଯେ ଆଗରୁ ହେଉଥିବା ମତଦାନ ପ୍ରକ୍ରିୟାରେ ଗଣ୍ଡଗୋଳ ରହୁଥିଲା ଏବଂ ଆଜିର ମତଦାନ ପ୍ରକ୍ରିୟାରେ ଗଣ୍ଡଗୋଲିଆ ନଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ବହୁ କଲିକଜିଆ ଓ ଗଣ୍ଡଗୋଳ ଲାଗିରହୁଛି ଯାହାକି ସେତେବେଳର ମତଦାନ ସମୟରେ ନଥିଲା | ସେତେବେଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଓ କାଳିକଜିଆ ଏତେ ପରିମାଣରେ ହେଉନଥିଲା ସମସ୍ତଙ୍କ ଭିତରେ ଭାଇଚାରା ଲାଗିରହିଥିଲା | ତାଙ୍କ ସମୟରେ ୨ ଟଙ୍କାର ଖଜଣା ଦେଉଥିବା ଲୋକମାନଙ୍କର ହିଁ କେବଳ ମତଦାନ କରିବାର ଅଧିକାର ରହିଥିଲା ଏବଂ ସାଧାରଣ ଲୋକଙ୍କୁ ଭୋଟ ଦେବାର ଅଧିକାର ନଥିଲା ବୋଲି କହିଛନ୍ତି ଶ୍ରୀ ସାହୁ | ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ନିୟମର ପରିବର୍ତନ କରାଯାଇ ସର୍ବସାଧାରଣ ଙ୍କୁ ମଧ୍ୟ ଭୋଟ ଦେବାର ଅଧିକାର ଦିଆଯାଇଥିଲା | ୧୦୭ ବର୍ଷର ଏହି ବୃଦ୍ଧ ଭୋଟର କହନ୍ତି ଯେ ତାଙ୍କ ସମୟର ରାଜନୀତିରେ ମଧ୍ୟ ଠକାମି ଚାଲିଥିଲା ଏବଂ ଆଜି ମଧ୍ୟ ସେହି ଠକାମି ଚାଲିଛି , ନେତା ମାନେ କେବଳ ନିଜର ସ୍ଵାର୍ଥ୍ୟ ହାସଲ କରିବାପାଇଁ ରାଜନୀତି କରୁଛନ୍ତି ଏବଂ ଆଜି ମଧ୍ୟ ସାଧାରଣ ଲୋକ ଭକୁଆ ହୋଇରହିଛନ୍ତି | କେହି ବୁଝିପାରୁନାହାନ୍ତି ଏବଂ ବର୍ତ୍ତମାନ ର ଶାସନ ଅପେକ୍ଷା ଆଗର ବ୍ରିଟିଶ ଶାସନ ଭଲ ଥିବା ସେ କହିଛନ୍ତି | ବ୍ରିଟିଶ ଶାସନ କାଳରେ ସେମାନେ କେବଳ ତାଙ୍କର ବ୍ୟବସାୟ ଉଦ୍ୟେଶ ରଖୁଥିଲେ କିନ୍ତୁ ବର୍ତ୍ତମାନ ର ଶାସନରେ ସମସ୍ତେ ନିଜ ନିଜର ସ୍ଵାର୍ଥ୍ୟ ହାସଲ ସହିତ ସମାଜରେ ଗଣ୍ଡଗୋଳିଆ ଓ ଆତଙ୍କ ର ପରିବେଶ ସୃଷ୍ଟି କରିଦେଇଛନ୍ତି ବୋଲି କହିଛନ୍ତି ରାମଜୀ ସାହୁ | 

ବାଇଟ ଓ ଭିଡିଓ MOJOରେ ଯାଇଛି | 
slug_ ODbargarh_107yearsvoter1_rajesh_190419
whatsapp ରେ ବୁଥ ର  ଭିଡିଓ ଯାଇଛି 

ବାଇଟ 1 - ରାମଜୀ ସାହୁ  ( 107 ବର୍ଷର ଭୋଟର )
ବାଇଟ 2 - ରାମଜୀ ଙ୍କର ପୁଅ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.