ETV Bharat / sports

ମୋଟେରା ମହାଲଢେଇ: ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

author img

By

Published : Feb 23, 2021, 11:05 PM IST

Motera Nights: India venture into unknown, England seek answers for 'pink ball turner'
ମୋଟେରାରେ ମହାଲଢେଇ: ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ବିଶ୍ବର ସର୍ବବୃହତ ଦର୍ଶକ କ୍ଷମତା ବିଶିଷ୍ଟ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ । ଅଧିକ ପଢନ୍ତୁ...

ଅହମ୍ମଦାବାଦ: ବିଶ୍ବର ସର୍ବବୃହତ ଦର୍ଶକ କ୍ଷମତା ବିଶିଷ୍ଟ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ । ତେବେ ପିଙ୍କ୍‌ ବଲ୍‌ ଟେଷ୍ଟ ବା ଦିବାରାତ୍ର ଟେଷ୍ଟ ହୋଇଥିବାରୁ ଏହାକୁ ନେଇ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । ଫଳରେ ମୋଟେରାରେ ବିଜୟ ସହ ସିରିଜରେ ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଦଳ । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ପାଇଁ ଏହି ଟେଷ୍ଟ ହେବ 100 ତମ ଟେଷ୍ଟ ।

ଦର୍ଶକ କ୍ଷମତାର 50 ପ୍ରତିଶତ ଅର୍ଥାତ 50000ରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ନିଶ୍ଚୟ ଘରୋଇ ଦଳକୁ ସହାୟକ ହେବ । ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଟିକେଟ ଦୃଷ୍ଟିରୁ ଭାରତ ପାଇଁ ଏହି ଟେଷ୍ଟ ବେଶ ଗୁରୁତ୍ବପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.