ETV Bharat / sports

ମୁଁ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ: ବିରାଟ କୋହଲି

author img

By

Published : Aug 26, 2020, 8:45 PM IST

ମୁଁ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ: ବିରାଟ କୋହଲି
ମୁଁ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ: ବିରାଟ କୋହଲି

ଟେଷ୍ଟ କ୍ରିକେଟ୍ ଇତିହାସରେ ଆଣ୍ଡରସନ ପ୍ରଥମ ପେସର୍ ଭାବେ 600 ୱିକେଟ୍ ହାସଲ କରିବା ପରେ କୋହଲି ଏହି ମନ୍ତବ୍ୟ ଦେଇଛନ୍ତି ।

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର କହିଛନ୍ତି ଯେ ସେ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ ଅନ୍ୟତମ । ଟେଷ୍ଟ କ୍ରିକେଟ୍ ଇତିହାସରେ ଆଣ୍ଡରସନ ପ୍ରଥମ ପେସର୍ ଭାବେ 600 ୱିକେଟ୍ ହାସଲ କରିବା ପରେ କୋହଲି ଏହି ମନ୍ତବ୍ୟ ଦେଇଛନ୍ତି ।

ଖେଳର ଦୀର୍ଘତମ ଫର୍ମାଟରେ ଇଂରାଜୀ ପେସର୍ ବର୍ତ୍ତମାନ ଚତୁର୍ଥ ସର୍ବାଧିକ ୱିକେଟ୍ ଅଧିକାରୀ ଭାବେ ରହିଛନ୍ତି । ମଙ୍ଗଳବାର ସାଉଥମ୍ପଟନ୍‌ର ଏଜ୍‌ ବୋଲରେ ଖେଳାଯାଇଥିବା ପାକିସ୍ତାନ-ଇଂଲଣ୍ଡରତୃତୀୟ ଟେଷ୍ଟର 5 ଦିନରେ ପାକିସ୍ତାନ ଅଧିନାୟକ ଅଜହର ଅଲିଙ୍କୁ ଆଉଟ କରି ସେ ଏହି ସଫଳତା ହାସଲ କରିଛନ୍ତି । ତେବେ 3ୟ ଟେଷ୍ଟଟି ଡ୍ରରେ ସମାପ୍ତ ହେବାରୁ ଘରୋଇ ଇଂଲଣ୍ଡକୁ ସିରିଜ ବିଜୟୀ ଭାବେ ଘୋଷଣା କରାଯାଇଛି ।

ମୁଁ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ: ବିରାଟ କୋହଲି
ମୁଁ ସାମ୍ନା କରିଥିବା ସର୍ବଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ: ବିରାଟ କୋହଲି

ତେବେ କୋହଲି ଏହି ଡାହାଣ ହାତୀ ପେସରଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । କୋହଲି ଟ୍ବିଟ କରି କହିଛନ୍ତି, "600 ୱିକେଟର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜିମି । ନିଶ୍ଚିତ ଭାବରେ ମୁଁ ସାମ୍ନା କରିଥିବା ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ତୁମେ ଜଣେ ।"

ଏହି 38 ବର୍ଷୀୟା ବୋଲର ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ମୁଥିୟା ମୁରଲୀଧରନ୍ (800 ୱିକେଟ୍), ସେନ ୱାର୍ଣ୍ଣ (708) ଏବଂ ଅନୀଲ କୁମ୍ବଲେ (619)ଙ୍କ ପଛରେ ଚତୁର୍ଥ ସର୍ବୋଚ୍ଚ ୱିକେଟ୍ ଅଧିକାରୀ ଭାବେ ରହିଛନ୍ତି । ଦ୍ରୁତ ବୋଲରମାନଙ୍କ ମଧ୍ୟରେ 38 ବର୍ଷୀୟା ଗ୍ଲେନ୍ ମ୍ୟାକ୍ଗ୍ରାଟ୍ (563), କୋର୍ଟନି ୱାଲ୍ (519) ଏବଂ ତାଙ୍କର ଦୀର୍ଘ ସମୟର ନୂତନ ବଲ୍ ପାର୍ଟନର ଷ୍ଟୁଆର୍ଟ ବ୍ରଡ୍ (514) ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.