ETV Bharat / sports

ପ୍ରଥମ ଟି20: ନ୍ୟୁଜିଲାଣ୍ଡର ଧୂଆଁଧାର ଆରମ୍ଭ

author img

By

Published : Jan 24, 2020, 1:24 PM IST

India Vs New Zealand
ନ୍ୟୁଜିଲାଣ୍ଡର ଧୁଆଁଧାର ଆରମ୍ଭ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଟି20 ସିରିଜର ପ୍ରଥମ ମ୍ୟାଚ। ଟସ ଜିତି ପ୍ରଥମେ ଭାରତ ବୋଲିଂ ନିଷ୍ପତ୍ତି ନେବା ପରେ, ନ୍ୟୁଜିଲାଣ୍ଡ 2 ଓପନର ଧୂଆଁଧାର ପାଳି ଖେଳିଛନ୍ତି।

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଟି20 ସିରିଜର ପ୍ରଥମ ମ୍ୟାଚ। ଏଥିରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲେ କ୍ୟାପଟେନ ବିରାଟ କୋହଲି। ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପ୍ଟିଲ ଓ କଲିନ ମନ୍ରୋ ଧୂଆଁଧାର ଆରମ୍ଭ କରିଛନ୍ତି ।

India Vs New Zealand
ମାର୍ଟିନ ଗୁପ୍ଟିଲ

ପ୍ରଥମ ବଲରୁ ହିଁ 2 ଖେଳାଳି ବଡ ସଟ ଖେଳିବାକୁ ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ପାର୍ଟନରସିପ ହୋଇଥିଲା । ବିସ୍ପୋରକ ଗୁପ୍ଟିଲ 19 ବଲରୁ 4 ଚୌକା ଓ ଗୋଟିଏ ଛକା ସହ 30 ରନ କରି ପ୍ରଥମ ୱିକେଟ ଭାବେ ଆଉଟ ହୋଇଛନ୍ତି । ଅନ୍ୟପଟେ କଲିନ ମନ୍ରୋ ମଧ୍ୟ ଆରମ୍ଭରୁ ଭାରତୀୟ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ । 10 ଓଭର ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର 96 ରହିଛି । ମନ୍ରୋ 5 ଚୌକା ଓ 2 ଛକା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି।

India Vs New Zealand
କଲିନ ମନ୍ରୋ
Intro:Body:

BLANK FOR  LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.