ETV Bharat / sports

ବେଙ୍ଗାଲୁରୁରେ ଫାଇନାଲ ଫାଇଟ, ଫ୍ୟାନ୍ସଙ୍କ ମତ ‘ଜିତିବ ଭାରତ’

author img

By

Published : Jan 19, 2020, 2:09 PM IST

Updated : Jan 19, 2020, 2:30 PM IST

India Vs Australia
ବେଙ୍ଗାଲୁରୁରେ ଫାଇନାଲ ଫାଇଟ

ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ନିର୍ଣ୍ଣାୟକ ଲଢେଇ । କ୍ୟାପଟେନ କୋହଲିଙ୍କ ହୋମ ଗ୍ରାଉଣ୍ଡ ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ଲଢେଇ । ମ୍ୟାଚ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଟିମ। ତେବେ ଏହି ମ୍ୟାଚକୁ ନେଇ ସିଲଭରସିଟି କଟକର କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଅଧିକ ପଢନ୍ତୁ...

କଟକ: ଆଜି ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ନିର୍ଣ୍ଣାୟକ ଲଢେଇ । କ୍ୟାପଟେନ କୋହଲିଙ୍କ ହୋମ ଗ୍ରାଉଣ୍ଡ ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ଲଢେଇ । ମ୍ୟାଚ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଟିମ। ତେବେ ଏହି ମ୍ୟାଚକୁ ନେଇ ସିଲଭରସିଟି କଟକର କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ।

ବେଙ୍ଗାଲୁରୁରେ ଫାଇନାଲ ଫାଇଟ

ଆଜିର ମ୍ୟାଚ ବେଶ ସଙ୍ଘର୍ଷପୂର୍ଣ ହେବ । ପୂର୍ବ ମ୍ୟାଚ ପରି ଟସ ମ୍ୟାଚ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରଥମେ ଟସ ଜିତିବା ଦଳ ବୋଲିଂ ନିଷ୍ପତି ନେବା ନେଇ ଅନୁମାନ କରାଯାଉଛି । ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଡାଡିୟମରେ ସଫଳ ରନ ଚେଜର ଏକାଧିକ ରେକର୍ଡ ରହିଛି । ଏହି ଦୃଷ୍ଟିରୁ ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବାସହ, ଭାରତର ଜିତାପଟ ହେବ ବୋଲି କ୍ରିକେଟପ୍ରେମୀ ଆଶାବାଦୀ ଅଛନ୍ତି।

ଭାରତର ଶକ୍ତିଶାଳୀ ବ୍ୟାଟିଂ କ୍ରମ ଫର୍ମରେ ରହିଛନ୍ତି । ଓପନର ରୋହିତ ଶର୍ମା ଓ ଶିଖର ଧାୱନ, ବିରାଟ କୋହଲି ଓ ଲୋକେଶ ରାହୁଲ ବେଶ ଫର୍ମ ରହିଛନ୍ତି । ଯେ କୌଣସି ବଡ ବିଜୟ ଲକ୍ଷ୍ୟକୁ ଚେଜ କରିବାର ଭାରତ ଦଳର ଦକ୍ଷତା ରହିଛି । ଅନ୍ୟପଟେ ବୋଲିଂ ଲାଇନଅପରେ ନବଦୀପ ସାଇନି ବେଶ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି । ଏହା ସହିତ ବୁମରା ଓ ସାମି ମଧ୍ୟ ବିପକ୍ଷ ଅଷ୍ଟ୍ରେଲିଆକୁ ପାଣି ପିଆଇ ପାରନ୍ତି ।

2 ଶ୍ରେଷ୍ଠ ଟିମ ମଧ୍ୟରେ ଏହି କଡା ମୁକାବିଲା ନେଇ ବଢିଛି ହାର୍ଟବିଟ । ଭାରତ ନିଶ୍ଚୟ ବାଜିମାତ କରିବ ଓ କଙ୍ଗାରୁ ଦଳକୁ ପରାଜୟର ସ୍ବାଦ ଚଖାଇବ ବୋଲି କହିଛନ୍ତି ଫ୍ୟାନ୍ସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆଜି ନିର୍ଣ୍ଣୟାତ୍ମକ ଲଢେଇ । ଭାରତ ବନାମ ଅଷ୍ଟ୍ରେଲିଆ । ଚିନାସ୍ୱାମୀ ଷ୍ଟାଡିଅମ ରେ ହେବ ମହାଲଢେଇ । ଯିଏ ଜିତିବ ସିଏ ହାତେଇବ ଶୃଂଖଳା । ତେବେ ମ୍ୟାଚ ଆଉ କିଛି ସମୟ ବାକି ରହିଥିଲା ବେଳେ ଏନେଇ ସିଲଭରସିଟି ଫ୍ୟାନ୍ସ ମାନଙ୍କ ମଧ୍ୟରେ ରେ ଦେଖିବାକୁ ମିଳିଛି ବେଶ ଉତ୍ସାହ ।

ଆଜିର ମ୍ୟାଚ ବେଶ ସଙ୍ଘର୍ଷପୂର୍ଣ ହେବ । ଯିଏ ଭାରତ ଟସ ଜିତିବ ତେବେ ବୋଲିଂ ନିଷ୍ପତି ନେଲେ ବାଙ୍ଗାଲୋର ରେ ବିଜୟ ଧ୍ଵଜା ଉଡାଇ ପାରିବ । କାରଣ ଯିଏ ବି ଚିନାସ୍ୱାମୀ ରେ ଚେଜ କରେ ସେ ଅଧିକାଂଶ ସମୟରେ ବିଜୟ ଲାଭ କରେ । ତେବେ ଆଜି ର ମ୍ୟାଚ ବେଶ ରୋମଞ୍ଚକର ହେବ ଆଉ ଭାରତ ମଧ୍ୟ ଜିତାପଟ ମାରିବ ।


Body:ଯଦି ଭାରତ ବ୍ୟାଟିଂ କ୍ରମ କଥା କହିବା ଓପନର ରୋହିତ ଶର୍ମା ଓ ଶିଖର ଧ୍ୱବନ ଓ ବିରାଟ କୋହଲି ଓ ଲୋକେଶ ରାହୁଲ ବେଶ ଫର୍ମ ରହିଛନ୍ତି । ଯେ କୌଣସି ବିଗ ଟୋଟାଲ କୁ ଚେଜ କରି ପାରନ୍ତି ଏମାନେ । ଅନ୍ୟପଟେ ବୋଲିଂ ଲାଇନ ଅପ ରେ ନବଦୀପ ସେନି ବେଶ ପ୍ରଭାବୀ ପଦର୍ଶନ କରୁଛନ୍ତି । ଏହାସହିତ ବୁମରା ଓ ସାମି ମଧ୍ୟ ବିପକ୍ଷ ଅଷ୍ଟ୍ରେଲିଆ କୁ ପାଣି ପିଆଇ ପାରନ୍ତି ।

ତେବେ ଆଉ ମାତ୍ର କିଛି ସମୟ ପରେ ଖେଳାଯିବ ମ୍ୟାଚ । ବଢିଛି ହାର୍ଟବିଟ । ଭାରତ ନିଶ୍ଚୟ ବାଜିମାତ କରିବ ଓ କଙ୍ଗାରୁ ଦଳ କୁ ପରାଜୟ ର ସ୍ୱାଦ ଚଖାଇବ ବୋଲି କହିଛନ୍ତି ଫ୍ୟାନ୍ସ ।


Conclusion:ବାଇଟ: ଫ୍ୟାନ୍ସ
ବାଇଟ: ଫ୍ୟାନ୍ସ
ବାଇଟ: ଫ୍ୟାନ୍ସ
Last Updated :Jan 19, 2020, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.