ETV Bharat / sports

ଇଣ୍ଡିଜରେ ଅପରାଜେୟ ଇଣ୍ଡିଆ: 17 ବର୍ଷରେ 21ଟେଷ୍ଟ, 7ସିରିଜ ବିଜୟ

author img

By

Published : Aug 21, 2019, 12:03 AM IST

ଟିମ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ପ୍ରଥମ ଟେଷ୍ଟ ଅଗଷ୍ଟ 22ରୁ ଆରମ୍ଭ ହୋଇ 26 ପର୍ଯ୍ୟନ୍ତ ଖେଳାଯିବ । ପ୍ରଦର୍ଶନ ଦୃଷ୍ଟିରୁ ଘରୋଇ ୱେଷ୍ଟଇଣ୍ଡିଜ ଠାରୁ ଢେର ଆଗରେ ରହିଛି ଭାରତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ହାଇଦ୍ରାବାଦ: ଟିମ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ଟି-20 ସିରିଜକୁ 3-0 ଓ ଦିନିକିଆ ସିରିଜକୁ 2-0ରେ ଜିତିନେଇଛି ବିରାଟ ବାହିନୀ । ତେବେ ଆଇସିସି ଟେଷ୍ଟ ମାନ୍ୟତାର 1ନଂ ସ୍ଥାନରେ ଥିବା ଭାରତର ଲକ୍ଷ୍ୟ ଏବେ ଟେଷ୍ଟ ସିରିଜ ଉପରେ ।

IND vs Wi Test Series
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

କାରଣ ଅଗଷ୍ଟ 1ରୁ ଆରମ୍ଭ ହୋଇଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ମ୍ୟାଚ ଖେଳିବ ଭାରତ । ପ୍ରଥମ ଟେଷ୍ଟ ଅଗଷ୍ଟ 22ରୁ ଆରମ୍ଭ ହୋଇ 26 ପର୍ଯ୍ୟନ୍ତ ଖେଳାଯିବ । ପ୍ରଦର୍ଶନ ଦୃଷ୍ଟିରୁ ଘରୋଇ ୱେଷ୍ଟଇଣ୍ଡିଜ ଠାରୁ ଢେର ଆଗରେ ରହିଛି ଭାରତ । ଏମିତିକି କ୍ୟାପଟେନ କୋହଲି ଜବରଦସ୍ତ ଫର୍ମରେ ଥିବାବେଳେ, ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ ମାଟିରେ ଟିମ ଇଣ୍ଡିଆକୁ 17 ବର୍ଷରେ ଥରୁଟିଏ ହରାଇ ପାରିନି ଘରୋଇ ଦଳ । 2002 ପରଠାରୁ ଖେଳାଯାଇଥିବା 21ଟି ଟେଷ୍ଟରେ 12ଟିରେ ବିଜୟୀ ହୋଇଛି ଭାରତ । ଲଗାତାର 7ଟି ଟେଷ୍ଟ ସିରିଜରେ ବିଜୟଧ୍ବଜା ଉଡାଇଛି ଟିମ ଇଣ୍ଡିଆ ।


ସବୁଠୁ ମଜାଦାର କଥା ହେଲା ବାକି 9ଟି ମ୍ୟାଚ ଡ୍ର କିମ୍ବା ବିନାଫଳାଫଳରେ ଶେଷ ହୋଇଥିବା ବେଳେ, ଗୋଟିଏ ବି ମ୍ୟାଚ ଇଣ୍ଡିଜ ଜିତିପାରିନାହିଁ । ଏପରି ସ୍ଥିତିରେ 2ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବିରାଟ ଆଣ୍ଡ କୋ କମାଲ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.