ETV Bharat / sports

3ୟ ଦିନିକିଆ: ପ୍ରଥମେ ବ୍ୟାଟିଂ କରୁଛି ଭାରତ

author img

By

Published : Feb 11, 2020, 7:18 AM IST

Updated : Feb 11, 2020, 7:56 AM IST

IND VS NZ 3rd ODI
ପ୍ରଥମେ ବ୍ୟାଟିଂ କରିବ ଭାରତ

07:12 February 11

ପ୍ରଥମେ ବ୍ୟାଟିଂ କରୁଛି ଭାରତ

ମାଉଣ୍ଟ ମାଉଙ୍ଗାନୁଇ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର 3ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଉଛି। ଟସ ଜିତି କେନ୍‌ ୱିଲିୟମସନଙ୍କ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶେଷ ଦିନିଆରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ। 

ପ୍ରଥମ 2ଟି ମ୍ୟାଚରେ ବିଜୟ ସହ ଆଗୁଆ ସିରିଜ ହାତେଇସାରିଛି ଘରୋଇ ନ୍ୟୁଜିଲାଣ୍ଡ । 3ୟ ମ୍ୟାଚରେ ବିଜୟ ସହ କ୍ଳିନ ସୁଇପ ଏଡାଇବା ଲକ୍ଷ୍ୟରେ ରହିଛି ଭାରତ। ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ ପଡିଥିବା ନ୍ୟୁଜିଲାଣ୍ଡର ନିୟମିତ କ୍ୟାପଟେନ କେନ ୱିଲିୟମସନ 3ୟ ଦିନିକିଆରେ ଦଳକୁ ଫେରିଛନ୍ତି ।

ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ମାର୍ଟିନ ଗୁପ୍ଟିଲ, ହେନରୀ ନିକୋଲାସ, କେନ ୱିଲିୟମସନ(କ୍ୟାପଟେନ), ରସ ଟେଲର, ଟମ ଲାଥମ(ୱିକେଟ କିପର), ଜେମ୍ସ ନିଶାମ, କଲିନ ଡି ଗ୍ରାଣ୍ଡହୋମ, କେଲ ଜେମିଏସନ, ଟିମ ସାଉଦୀ, ହମିସ ବେନ୍ନଟ, ମିଚେଲ ସାଣ୍ଟନର ।

ଭାରତୀୟ ଚୂଡାନ୍ତ ଏକାଦଶ: ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି(କ୍ୟାପଟେନ), ଶ୍ରେୟସ ଆୟର, ଲୋକେଶ ରାହୁଲ(ୱିକେଟ କିପର), ମନିଷ ପାଣ୍ଡେ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।
 

Intro:Body:

BREAKING


Conclusion:
Last Updated : Feb 11, 2020, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.