ETV Bharat / sports

ଆଇସିସି ଟି-20 ମାନ୍ୟତା: ଉପରକୁ ଉଠିଲେ କୋହଲି-ଧୱନ

author img

By

Published : Sep 25, 2019, 7:47 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସଦ୍ୟତମ ପ୍ରକାଶିତ ଟି-20 ମାନ୍ୟତା ରେ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି 11ତମ ସ୍ଥାନରେ ରହିଥିବା ବେଳେ ଶିଖର 3ଟି ସ୍ଥାନ ଉପରକୁ 13ତମ ସ୍ଥାନରେ ରହିଛନ୍ତି ।

ଦୁବାଇ: ସଦ୍ୟ ସମାପ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-20 ସିରିଜ ପରେ ପ୍ରକାଶ ପାଇଛି ଆଇସିସି ଟି-20 ମାନ୍ୟତା । ଏହି ମାନ୍ୟତାରେ ଉପରକୁ ଉଠିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ । ତେବେ ବିରାଟ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି 11ତମ ସ୍ଥାନରେ ରହିଥିବା ବେଳେ ଶିଖର 3ଟି ସ୍ଥାନ ଉପରକୁ 13ତମ ସ୍ଥାନରେ ପହଞ୍ଚିଛନ୍ତି ।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ 1-1ରେ ଡ୍ର ରହିଥିଲା । ସିରଜର 2ୟ ମ୍ୟାଚରେ 72ରନର ପାଳି ଖେଳଥିଲେ ଅଧିନାୟକ କୋହଲି । ସେହିପରି ସିରିଜର 2ୟ ଓ 3ୟ ମ୍ୟାଚରେ ଶିଖର 40 ଓ 36 ରନର ପାଳି ଖେଳିଥିଲେ ।

ସେହିପରି ବାଂଲାଦେଶ, ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ଚଳିତ ତ୍ରି-ରାଷ୍ଟ୍ରୀୟ ସିରିଜରେ ପରେ ସପୃକ୍ତ ଦେଶର ଖେଳାଳିଙ୍କ ମାନ୍ୟତା ବଦଳିଛି । ଆଫଗାନିସ୍ତାନର ବ୍ୟାଟସମ୍ୟାନ ହଜରତୁଲ୍ଲା ଜଜାଇ 727 ପଏଣ୍ଟ ସହ ବ୍ୟାଟିଂ ମାନ୍ୟତାର 5ମ ସ୍ଥାନରେ ରହିଛନ୍ତି । ସେହିପରି ସ୍କଟଲ୍ୟାଣ୍ଡର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଜର୍ଜ ମୁନସେୟ 600 ପଏଣ୍ଟ ସହ 21ତମ ସ୍ଥାନରେ ରହିଛନ୍ତି । ସେ ନେଦରଲ୍ୟାଣ୍ଡ୍ସ ବିପକ୍ଷ ସିରିଜରେ 56ଟି ବଲରୁ 126 ରନର ଅପରାଜିତ ଇନିଂସ୍‌ ଖେଳିଥିଲେ ।

ସେହିପରି ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ବଣ୍ଟିନ ଡି କକ୍‌ 49ତମ ସ୍ଥାନରୁ 30ତମ ସ୍ଥାନକୁ ଉଠିଛନ୍ତି । ସେ ଭାରତ ବିପକ୍ଷ ଟି-20 ସିରିଜରେ 52 ଓ 79(ଅପରାଜିତ) ରନର ଇନିଂସ୍ ଖେଳି ମ୍ୟାଚ ଅଫ ଦ ସିରିଜ ହୋଇଥିଲେ ।

ତେବେ ବୋଲିଂ ବିଭାଗରେ ଦକ୍ଷିଣ ଆଫ୍ରିକା ସ୍ପିନର ତାବରାଇଜ ସାମିସ ମାନ୍ୟତାର 20ତମ ସ୍ଥାନରେ ରହିଛନ୍ତି । ସେହିପରି ଆନ୍ଦେଲ ଫେଲଖୁୱା 7ମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ତେବେ ପୂର୍ବପରି ବ୍ୟାଟିଂ ମାନ୍ୟତାର 1ନଂ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଥିବା ବେଳେ ବୋଲିଂରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍‌ ଶୀର୍ଷରେ ରହିଛନ୍ତି ।

Intro:Body:

BLANK FOR LINK  


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.