ETV Bharat / sports

ସାକିବଙ୍କୁ ଆଇସିସି ଝଟକା, ଟି20 ରାଙ୍କିଙ୍ଗରେ ମିଳିଲାନି ସ୍ଥାନ

author img

By

Published : Nov 12, 2019, 11:25 AM IST

ସାକିବ ଅଲ ହାସନ

ବାସନ୍ଦ ପରେ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ଟି20 ରାଙ୍କିଙ୍ଗରୁ ବାଦ ଦେଲା ଆଇସିସି ।

ହାଇଦ୍ରାବାଦ: ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ଆଇସିସି ପକ୍ଷରୁ ଆଉ ଏକ ବଡ ଝଟକା । ପ୍ରକାଶ ପାଇଛି ଆଇସିସି ଟି20 ମାନ୍ୟତା । ତେବେ ଏହି ତାଲିକାରୁ ସାକିବଙ୍କର ନାମ ହଟାଇଦେଇଛି ଆଇସିସି । ମ୍ୟାଚ ଫିକ୍ସିଂ ପାଇଁ ସାକିବଙ୍କୁ ବେଆଇନ ପ୍ରଲୋଭନ ମିଳିଥିବା ନେଇ ଆଇସିସିକୁ ଅବଗତ କରାଇନଥିଲେ ସାକିବ । ଏହା ଆଇସିସି ସମ୍ଭିଧାନର ଉଲ୍ଲଙ୍ଘନ କରିଥିଲା । ଫଳରେ ଆଇସିସି 2ବର୍ଷ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ସାକିବଙ୍କୁ ବାସନ୍ଦ କରିଛି ।

ତେବେ ବାସନ୍ଦାଦେଶ ପୂର୍ବରୁ ଟି20 କ୍ରିକେଟରେ 2ୟ ଶ୍ରେଷ୍ଠ ଅଲରାଉଣ୍ଡର ଥିଲେ ସାକିବ । ମାତ୍ର ସଦ୍ୟ ପ୍ରକାଶିତ ଟି20 ରାଙ୍କିଙ୍ଗରେ ସାକିବଙ୍କ ନାଁକୁ ଆଇସିସି ତାଲିକାରୁ ହଟାଇଦେଇଛି । ଟି20 ବୋଲର ଭାବେ ମଧ୍ୟ 9ମ ଓ ବ୍ୟାଟ୍ସମ୍ୟାନ ଭାବେ 32 ତନ ସ୍ଥାନରେ ସାକିବ । ଏହି ତାଲିକାରୁ ମଧ୍ୟ ସାକିବ ବାଦ ପଡିଛନ୍ତି । ତେବେ ପୂର୍ବପରି ଦିନିକିଆ କ୍ରିକେଟରେ ବିଶ୍ବର ନଂ1 ଅଲରାଉଣ୍ଡର ସ୍ଥାନରେ ସାକିବ ରହିଛନ୍ତି । ଟେଷ୍ଟ କ୍ରିକେଟରେ ମଧ୍ୟ 3 ନଂ ସ୍ଥାନରେ ରହିଛନ୍ତି ସେ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.