ETV Bharat / sports

ବିଶ୍ବ ଟେଷ୍ଟ ଚମ୍ପିଆନସିପ ସଂପୂର୍ଣ୍ଣ ପାଇଁ ଆଇସିସିର ପ୍ରୟାସ

author img

By

Published : Apr 17, 2020, 9:22 AM IST

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କ୍ରିକେଟ ସମେତ ବିଶ୍ବର ସମସ୍ତ କ୍ରୀଡାଜଗତ ପ୍ରଭାବିତ ହୋଇଛନ୍ତି । ତେବେ ଆଇସିସି ପକ୍ଷରୁ ପ୍ରଥମ କରି ଆରମ୍ଭ ହୋଇଥିବା ଆଇସିସି ଟେଷ୍ଟ ଚମ୍ପିଆନସିପ ସଂପୂର୍ଣ୍ଣ ହେବାନେଇ ଆଶଙ୍କା ଦେଖାଦେଇଛି ।

ICC 'Exploring all options' regarding World Test Championship; BCCI calls for 'team effort'
ବିଶ୍ବ ଟେଷ୍ଟ ଚମ୍ପିଆନସିପ ସଂପୂର୍ଣ୍ଣ ପାଇଁ ଆଇସିସିର ପ୍ରୟାସ

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କ୍ରିକେଟ ସମେତ ବିଶ୍ବର ସମସ୍ତ କ୍ରୀଡାଜଗତ ପ୍ରଭାବିତ ହୋଇଛନ୍ତି । ତେବେ ଆଇସିସି ପକ୍ଷରୁ ପ୍ରଥମ କରି ଆରମ୍ଭ ହୋଇଥିବା ଆଇସିସି ଟେଷ୍ଟ ଚମ୍ପିଆନସିପ ସଂପୂର୍ଣ୍ଣ ହେବାନେଇ ଆଶଙ୍କା ଦେଖାଦେଇଛି । ପ୍ରଥମ ସଂସ୍କରଣ ହୋଇଥିବାରୁ ଏହାକୁ ସଂପୂର୍ଣ୍ଣ କରିବାକୁ ଆଇସିସି ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି ।

ଗତବର୍ଷ ଅଗଷ୍ଟ 1ରୁ ଆସେସ ସିରିଜ ସହ ଆରମ୍ଭ ହୋଇଥିଲା । 2021 ଜୁନରେ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଫାଇନାଲ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର କୋରୋନା ଭାଇରସ ଏହି ଟେଷ୍ଟ ଚମ୍ପିଆନସିପରେ ବ୍ରେକ ଲଗାଇଦେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସମସ୍ତ ବୋର୍ଡଙ୍କ ପରାମର୍ଶ ଅନୁଯାୟୀ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି । ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

ତେବେ ଆଇସିସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଯାବତ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଭାଗ୍ୟ ନେଇ କୌଣସି ନିଷ୍ପତି ହୋଇନାହିଁ । ମାତ୍ର ଏହାକୁ ସଂପୂର୍ଣ୍ଣ କରିବାକୁ ଆଇସିସି ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.