ETV Bharat / sports

ଡ୍ରେସିଂ ରୁମ୍‌ରୁ ବିଦା ହେଲେ ଜାତୀୟ ଚୟନକର୍ତ୍ତା

author img

By

Published : Dec 27, 2019, 11:41 PM IST

devang-gandhi-removed-from-ranji-dressing-room
ଡ୍ରେସିଂ ରୁମ୍‌ରୁ ବିଦା ହେଲେ ଚୟନକର୍ତ୍ତା

ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀଙ୍କୁ ବେଙ୍ଗଲ ରଣଜୀ ଟିମ୍‌ ଡ୍ରେସିଂ ରୁମ୍‌ରୁ ବିଦା କରି ଦିଆଗଲା । ଦୁର୍ନୀତି ନିରୋଧୀ ପ୍ରୋଟୋକଲ୍‌ ଭଙ୍ଗ କାରଣ ଦର୍ଶାଇ ତାଙ୍କୁ ଡ୍ରେସିଂ ରୁମରୁ ଚାଲିଯିବା ପାଇଁ କୁହାଯାଇଥିଲା ।

ହାଇଦ୍ରାବାଦ: ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀଙ୍କୁ ବେଙ୍ଗଲ ରଣଜୀ ଟିମ୍‌ ଡ୍ରେସିଂ ରୁମ୍‌ରୁ ବିଦା କରି ଦିଆଗଲା । ଦୁର୍ନୀତି ନିରୋଧୀ ପ୍ରୋଟୋକଲ୍‌ ଭଙ୍ଗ କାରଣ ଦର୍ଶାଇ ତାଙ୍କୁ ଡ୍ରେସିଂ ରୁମରୁ ଚାଲିଯିବା ପାଇଁ କୁହାଯାଇଥିଲା । ତେବେ ଗୁରୁବାର ଆନ୍ଧ୍ର-ବେଙ୍ଗଲ ରଣଜୀ ଟ୍ରଫି ମ୍ୟାଚର 2ୟ ଦିନରେ ଏହି ଘଟଣା ଘଟିଛି ।

ସୂର୍ଯ୍ୟୋପରାଗ ଯୋଗୁଁ ଖେଳ ଡେରିରେ ଆରମ୍ଭ ହୋଇଥିବା ବେଳେ ଦେବାଙ୍ଗ ଗାନ୍ଧୀ କୌଣସି କାମ ପାଇଁ ଡ୍ରେସିଂ ରୁମକୁ ପଶିଥିଲେ । ତେବେ ପୂର୍ବତନ ଅଧିନାୟକ ମନୋଜ ତିଓ୍ବାରୀଙ୍କ ଅଭିଯୋଗ କ୍ରମେ ବିସିସିଆଇର ଦୁର୍ନୀତି ନିରୋଧୀ ଅଧିକାରୀ ତାଙ୍କୁ ସେଠାରୁ ବାଦ କରି ଦେଇଥିଲେ । କାରଣ ଦୁର୍ନୀତି ନିରୋଧୀ ପ୍ରୋଟୋକଲ ଅନୁସାରେ ଡ୍ରେସିଂ ରୁମ୍‌ରେ କେବଳ ଖେଳାଳି ଏବଂ ସହାୟକ ଷ୍ଟାଫ୍‌ ରହି ପାରିବେ ।

ତେବେ ଗାନ୍ଧୀ ଘଟଣା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ପ୍ରତ୍ୟେକ ନିୟମକୁ ଫଲୋ କରିଛି । ବେଙ୍ଗଲ କୋଚ୍‌ ଅରୁଣ ଲାଲ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଡ୍ରେସିଂ ରୁମ୍‌କୁ ଯାଇଥିଲି । ସେ ମୋର ପ୍ରଥମ ଅଧିନାୟକ ଥିଲେ । ତେବେ ସେଠାରେ ମୁଁ ବେଙ୍ଗଲ ଫିଜିଓଙ୍କୁ ଖୋଜିବା ପାଇଁ ଯାଇଥିଲି । ମାତ୍ର ମନୋଜ ତିଓ୍ବାରୀଙ୍କୁ କାହିଁକି ଅସୁବିଧା ହେଲା ମୁଁ ତାହା ଜାଣିପାରୁ ନାହିଁ । ମୁଁ ଏହି ପ୍ରସଙ୍ଗକୁ ବୋର୍ଡରେ ଉଠାଇବି ।"

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.