ETV Bharat / sports

ଆଇପିଏଲ: ଦିଲ୍ଲୀ ବୋଲରଙ୍କ ନାମରେ ସର୍ବକାଳୀନ ଦ୍ରୁତତମ ବଲ୍ ରେକର୍ଡ

author img

By

Published : Oct 15, 2020, 4:37 PM IST

DC's Anrich Nortje bowls fastest ball in IPL history
ଆଇପିଏଲ: ଦିଲ୍ଲୀ ବୋଲରଙ୍କ ନାମରେ ସର୍ବକାଳୀନ ଦ୍ରୁତତମ ବଲ୍ ରେକର୍ଡ

ଦିଲ୍ଲୀ କ୍ୟାପିଟାଲ୍ସ(DC)ର ଦ୍ରୁତ ବୋଲର ଆନରିଚ ନର୍ଟଜେ 156.2kmph ବେଗରେ ବୋଲିଂ କରି ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଦ୍ରୁତତମ ବଲର ରେକର୍ଡ କରିଛନ୍ତି ।

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ(DC)ର ଦ୍ରୁତ ବୋଲର ଆନରିଚ ନର୍ଟଜେ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ପ୍ରତି 156.2kmph ବେଗରେ ଏକ ବଲ ପିଙ୍ଗିଥିଲେ । ଏହା ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ଦ୍ରୁତତମ ବଲ । ପୂର୍ବରୁ ଏହି ରେକର୍ଡ ଡେଲ ଷ୍ଟେନ(154.4kmph)ଙ୍କ ନାମରେ ରହିଥିଲା ।

DC's Anrich Nortje bowls fastest ball in IPL history
ଆଇପିଏଲ: ଦିଲ୍ଲୀ ବୋଲରଙ୍କ ନାମରେ ସର୍ବକାଳୀନ ଦ୍ରୁତତମ ବଲ୍ ରେକର୍ଡ

ଦକ୍ଷିଣ ଆଫ୍ରିକୀୟ ବୋଲର ନର୍ଟଜେ ଦିଲ୍ଲୀ କ୍ୟାପିଟାଲ୍ସର 3ୟ ଓଭରରେ ବୋଲିଂ ପାଇଁ ଆସିଥିଲେ । ଏହା ତାଙ୍କର ପ୍ରଥମ ଓଭର ଥିଲା । ପ୍ରଥମ ବଲ 148.2kmph ବେଗରେ ବୋଲିଂ କରିଥିଲେ । ଏହାକୁ ବଟଲର ଛକା ମାରିଥିଲେ । ପରେ ସେ 152.3 kmph ଓ 152.1 kmph ବେଗରେ ପରବର୍ତ୍ତୀ ଦୁଇଟି ବଲ ବୋଲିଂ କରିଥିଲେ । ପରେ 146.4 kmph ବେଗ କମାଇ 4ର୍ଥ ବଲ ବୋଲିଂ କରିଥିଲେ । ମାତ୍ର 26 ବର୍ଷୀୟ ନର୍ଟଜେ 5ବଲ 156.2kmph ବେଗରେ ବୋଲିଂ କରି ଆଇପିଏଲ ଟୁର୍ଣ୍ଣାମେଣ୍ଟର ସର୍ବକାଳୀନ ଦ୍ରୁତ ବଲ ବୋଲିଂ କରିବାର ରେକର୍ଡ କରିଥିଲେ ।

ପୂର୍ବରୁ ବର୍ଷ 2012ରେ ଡେକାନ ଚାର୍ଜସ ପକ୍ଷରୁ ଖେଳୁଥିବା ଷ୍ଟେନ ଦ୍ରୁତତମ ବଲର ରେକର୍ଡ କରିଥିଲେ । ଷ୍ଟେନଙ୍କୁ ଟପିବା ପରେ 8 ବର୍ଷର ରେକର୍ଡ ଭଙ୍ଗ କରିଛନ୍ତି, ଆନରିଚ ନର୍ଟଜେ । ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ବୋଲର କାଗିସୋ ରବାଡା ମଧ୍ୟ 2019 ଆଇପିଏଲ ସଂସ୍କରଣରେ 154.23kmph ବେଗରେ ବୋଲିଂ କରି ଷ୍ଟେନଙ୍କ ରେକର୍ଡର ନିକଟତର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.