ETV Bharat / sports

ଆଇପିଏଲ: ବିରଳ ରେକର୍ଡ ଠାରୁ ଗୋଟିଏ ହିଟ୍‌ ଦୂରରେ ୟୁନିଭର୍ସ ବସ୍‌

author img

By

Published : Apr 12, 2021, 5:05 PM IST

Updated : Apr 12, 2021, 5:31 PM IST

ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ 350 ଛକା ଲଗାଇଥିବା ପ୍ରଥମ ଖେଳାଳି ହେବାକୁ ଗୋଟିଏ ଛକା ଦୂରରେ ରହିଛନ୍ତି କ୍ରିସ ଗେଲ୍‌ । ଅଧିକ ପଢନ୍ତୁ...

Chris Gayle needs to hit one more six to become the first batsman to hit 350 sixes in IPL
ଆଇପିଏଲ: ବିରଳ ରେକର୍ଡ ଠାରୁ ଗୋଟିଏ ହିଟ୍‌ ଦୂରରେ ୟୁନିଭର୍ସ ବସ୍

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14ତମ ସଂସ୍କରଣରେ ଆଜି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା । ୱାଙ୍ଖଡେ ଷ୍ଟାଡିୟମ ମୁମ୍ବାଇରେ ଏହି ମ୍ୟାଚ ଖେଳାଯିବ । ଉଭୟ ଟିମ ପାଇଁ ଏହା ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ମ୍ୟାଚ ହେବ । ଫଳରେ ବିଜୟରୁ ହିଁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରାଜସ୍ଥାନ ଓ ପଞ୍ଜାବ ।

Chris Gayle needs to hit one more six to become the first batsman to hit 350 sixes in IPL
ବିରଳ ରେକର୍ଡ ଠାରୁ ଗୋଟିଏ ହିଟ୍‌ ଦୂରରେ ୟୁନିଭର୍ସ ବସ୍

ଆଇପିଏଲର ଗତ ସଂସ୍କରଣରେ କେଏଲ ରାହୁଲଙ୍କ ନେତୃତାଧୀନ ପଞ୍ଜାବ କିଙ୍ଗ୍ସ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିଲା । ଅନ୍ୟପଟେ ରାଜସ୍ଥାନ ତାଲିକାର ଶେଷରେ ଅଷ୍ଟମ ସ୍ଥାନରେ ରହିଥିଲା । ଫଳରେ ଚଳିତ ସଂସ୍କରଣରେ ଉଭୟ ଟିମ ଦମଦାର ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି ।

ଆଜି ଖେଳାଯିବାକୁ ଥିବା ମୁକାବିଲାରେ ୟୁନିଭର୍ସ ବସ୍‌ ନାମରେ ଜଣାଶୁଣା କାରବିୟନ ପାୱରହିଟର କ୍ରିସ ଗେଲ୍‌ ନଜର ଆସିବେ । ଗେଲ୍‌ ପଞ୍ଜାବ ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି । ଏକ ବିରଳ କିର୍ତ୍ତିମାନର ମଧ୍ୟ ଅଧିକାରୀ ହୋଇପାରନ୍ତି ଗେଲ୍‌ । ଆଇପିଏଲରେ ଗେଲ୍‌ ଏଯାବତ ଖେଳିଥିବା 132ଟି ମ୍ୟାଚରୁ ମୋଟ 349 ଛକା ଲଗାଇଛନ୍ତି । ଫଳରେ ରାଜସ୍ତାନ ବିପକ୍ଷରେ ଗୋଟିଏ ଛକା ଲଗାଇବା ପରେ ଆଇପିଏଲ ଇତିହାସରେ 350 ଛକା ପୂରଣ କରିବେ । ଏଥିସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ 350 ଛକା ଲଗାଇଥିବା ପ୍ରଥମ ଖେଳାଳି ହୋଇଯିବେ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆରସିବିର ଏବି ଡି ଭିଲିଅର୍ସ (236 ) ।

ଗେଲ୍‌ ଏହି କିର୍ତ୍ତୀମାନ ସ୍ଥାପନ କରନ୍ତି, ତେବେ କୌଣସି ଚମତ୍କାର ଠାରୁ କମ ହେବନାହିଁ । ଗେଲ୍‌ 132 ମ୍ୟାଚରୁ 150.11 ଷ୍ଟ୍ରାଇକ ରେଟ୍‌ ସହ 4772 ରନ ସଂଗ୍ରହ କରିଛନ୍ତି । ଗତବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ବିସ୍ଫୋରକ ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଥିଲା । 137.14 ଷ୍ଟ୍ରାଇକ ରେଟ୍‌ ଓ 41ରୁ ଅଧିକ ହାରରେ 288 ରନ ଦେଖିବାକୁ ମିଳିଥିଲା ।

ଆଇପିଏଲରେ ସର୍ବାଧିକା ଛକା ଲଗାଇଥିବା ଖେଳାଳିଙ୍କ ତାଲିକାରେ ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ରହିଛନ୍ତି ।

  • କ୍ରିସ୍‌ ଗେଲ୍‌: 349*
  • ଏବି ଡି ଭିଲିୟର୍ସ: 237
  • ଏମଏସ ଧୋନି: 216
  • ରୋହିତ ଶର୍ମା: 214
  • ବିରାଟ କୋହଲି: 201

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2021, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.