ETV Bharat / sports

ଜୈବ ସୁରକ୍ଷା ବଳୟ କଷ୍ଟକର: ବେନ ଷ୍ଟୋକ୍ସ

author img

By

Published : Oct 30, 2020, 5:26 PM IST

ଜୈବ ସୁରକ୍ଷା ବଳୟ ମଧ୍ୟରେ ଦୀର୍ଘ ସମୟ ଧରି ରହିବା କଷ୍ଟକର ବୋଲି କହିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ।

Ben stokes talks about the struggles of staying in a bio bubble
ଜୈବ ସୁରକ୍ଷା ବଳୟ କଷ୍ଟକର: ବେନ ଷ୍ଟୋକ୍ସ

ହାଇଦ୍ରାବାଦ: ଚଳିତ ବର୍ଷ କୋଭିଡ-19 ମହାମାରୀ କାରଣରୁ କ୍ରିକେଟ ବନ୍ଦ ରହିଥିଲା । ବହୁତ ସମୟ ପରେ କ୍ରିକେଟ ପୁନର୍ବାର ଫେରିବ ବୋଲି କ୍ରିକେଟ ଫ୍ୟାନ୍ସ ଆକଳନ କରୁଥିଲେ ।

Ben stokes talks about the struggles of staying in a bio bubble
ବେନ ଷ୍ଟୋକ୍ସ

ମାତ୍ର ଏହାମଧ୍ୟରେ ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜର ଆୟୋଜନ କରିଥିଲା । ପ୍ରଥମେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଓ ପରେ ପାକିସ୍ତାନ ଇଂଲଣ୍ଡ ଗସ୍ତ କରିଥିଲା । ତେବେ ଏହି ସମସ୍ତ ସିରିଜ ଜୈବ ସୁରକ୍ଷା ବଳୟରେ ଖେଳାଯାଇଥିଲା ।

Ben stokes talks about the struggles of staying in a bio bubble
ବେନ ଷ୍ଟୋକ୍ସ

କୌଣସି ଖେଳାଳି ଜୈବ ସୁରକ୍ଷା ବଳୟର ନିୟମ ଭଙ୍ଗ କରିବା ପରେ, ଜୋରିମାନା ସହ ମ୍ୟାଚରୁ ବାସନ୍ଦାଦେଶର କଡା ନିୟମ ରହିଥିଲା । ଜୋଫ୍ରା ଆର୍ଚର ନିୟମ ଭଙ୍ଗ କରିବା ପରେ, ତାଙ୍କୁ ଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାହାର ହେବାକୁ ପଡିଥିଲା । 5ଦିନ ଆଇସୋଲେସନରେ ରହିବା ସହ ପୁନର୍ବାର କୋଭିଡ ଟେଷ୍ଟ କରାଯାଇଥିଲା ।

ଏକାଧିକ କ୍ରିକେଟର ଜୈବ ସୁରକ୍ଷା ବଳୟରେ ରହିବା ମୁସ୍କିଲ ବୋଲି ମତ ରଖିଛନ୍ତି । ଏହି କ୍ରମରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନାମ ଯୋଡି ହୋଇଯାଇଛି । ଜୈବ ସୁରକ୍ଷା ବଳୟ ମଧ୍ୟରେ ଦୀର୍ଘ ସମୟ ଧରି ରହିବା କଷ୍ଟକର ବୋଲି ଷ୍ଟୋକ୍ସ କହିଛନ୍ତି । "ପରିବାର ଠାରୁ ଦୂରରେ ରହିବା, ଗୋଟିଏ ସ୍ଥାନରେ ଲମ୍ବା ସମୟ ଧରି ରହିବା କଷ୍ଟକର ।" ତେବେ ଘରେ ରହି କିଛି ନ କରିବା ଠାରୁ କ୍ରିକେଟ ଖେଳିବା ଭଲ ବୋଲି ଷ୍ଟୋକ୍ସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.