ETV Bharat / sports

INDvsAUS 4th Test: ଅହମ୍ମଦାବାଦରେ ବିରାଟ ଶୋ, କ୍ୟାରିଅରର 28ତମ ଟେଷ୍ଟ ଶତକ ମାରିଲେ କୋହଲି

author img

By

Published : Mar 12, 2023, 1:35 PM IST

Enter here.. border gavaskar trophy  border gavaskar trophy fourth test
ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ବର୍ଡର ଗାଭାସ୍କର ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିଅରରେ 28ତମ ଟେଷ୍ଟ ଶତକ । ଅଧିକ ପଢନ୍ତୁ

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ବିରାଟ ଶୋ' । ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଚତୁର୍ଥ ଦିନରେ ଅହମ୍ମଦାବାଦରେ କ୍ୟାରିଅରର 28ତମ ଟେଷ୍ଟ ଶତକ ହାସଲ କରିଛନ୍ତି ବିରାଟ କୋହଲି । 3 ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ଏହା କୋହଲିଙ୍କ 75ତମ ଶତକ । 2019 ପରେ ଟେଷ୍ଟ କ୍ରିକେଟରେ 3 ଅଙ୍କ ଛୁଇଁଲେ କିଙ୍ଗ କୋହଲି । ଭାରତ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରହିଛି । ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ 5 ୱିକେଟ ହରାଇ ଭାରତ 441 ରନ କରିଛି ।

ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ 9 ତାରିଖରୁ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ପ୍ରଥମ ଇନିଂସରେ 480 ରନ କରିଥିଲା । ଏହାପରେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତୀୟ ଦଳ । ପ୍ରଥମ 2 ଦିନ ମ୍ୟାଚ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିିଥିଲା ମାତ୍ର ଭାରତ ଜବରଦସ୍ତ କମବ୍ୟାକ କରିଥିଲା । ଦୀର୍ଘ 3 ବର୍ଷ ପରେ ଟେଷ୍ଟରେ ଶତକ ହାସଲ କରିଛନ୍ତି ବିରାଟ କୋହଲି ।

ବିରାଟ କୋହଲି ଦିନିକିଆରେ 46, ଟେଷ୍ଟରେ 28 ଓ ଟି-ଟ୍ବେଣ୍ଟିରେ ଗୋଟିଏ ଶତକ ହାସଲ କରିଛନ୍ତି । ଏକ ଲଢୁଆ ଶତକ ହାସଲ କରିଛନ୍ତି କୋହଲି । ପ୍ରଥମେ ଯୁବ ବ୍ୟାଟର ଶୁଭମନ ଗିଲ ଦମଦାର ଶତକ ହାସଲ କରିଥିଲେ ଏବେ ବିରାଟ କୋହଲି ଶତକ ହାସଲ କରିଛନ୍ତି । ବର୍ତ୍ତମାନ ଭାରତ 5ଟି ୱିକେଟ ହରାଇ 441 ରନ କରିିଛି । କ୍ରିଜରେ ବିରାଟ କୋହଲି ଓ ଅକ୍ଷର ପଟେଲ ଉପସ୍ଥିତ ଅଛନ୍ତି ।

ଏହା ବି ପଢନ୍ତୁ..WPL 2023: ଆଜି ମୁମ୍ବାଇ-ୟୁପି ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ MI

ଭାରତ ପ୍ରଥମ ଇନିଂସରେ ଶୁଭମନ ଗିଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ 289 ରନ କରିଥିଲା । ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ବିରାଟ କୋହଲି ଓ 59 ଓ ରବିନ୍ଦ୍ର ଜାଡେଡା 16 ରନ କରି ଅପରାଜିତ ଥିଲେ । ଭାରତ 192ରନ ପଛରେ ଥିଲା । ଏହାପରେ ଚତୁର୍ଥ ଦିନ ଖେଳ ଆରମ୍ଭ ହୋଇଥିଲା । ଜାଡେଜା ଓ କୋହଲିଙ୍କ ମଧ୍ୟରେ 55 ରନର ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର 309 ବେଳେ ଟଡ ମର୍ମିଙ୍କ ବଲରେ ବ୍ୟକ୍ତିଗତ 28 ରନ କରି ଆଉଟ ହୋଇଥିଲେ ଜାଡେଜା । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଶ୍ରୀକାର ଭାରତ । କୋହଲି ଓ ଶ୍ରୀକାର ଭାରତ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟଙ୍କ ମଧ୍ୟରେ ଆଉ ଏକ 50 ରନର ଭାଗିଦାରୀ ହୋଇଥିଲା ।

ଏହା ବି ପଢନ୍ତ...FIH Pro League: ଆଜି ଭାରତ-ଅଷ୍ଟ୍ରେଲିଆ ଭେଟ, ଯୁବ ପ୍ଲେୟାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ

ଦଳୀୟ ସ୍କୋର 393ରେ ଭାରତର ଆଉ ଏକ ୱିକେଟ ପତନ ହୋଇଥିଲା । 88ବଲ ଖେଳି ଶ୍ରୀକାର ଭାରତର 44 ରନ କରି ନାଥନ ଲାୟନଙ୍କ ଶିକାର ହୋଇଥିଲା । ଏହା ପରେ କୋହଲିଙ୍କୁ ଅକ୍ଷର ପଟେଲ ଯୋଗ ଦେଇଥିଲା । 138 ତମ ଓଭରରେ ବିରାଟ କୋହଲି ଶତକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.