ETV Bharat / sports

WPL 2023: ଆଜି ମୁମ୍ବାଇ-ୟୁପି ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ MI

author img

By

Published : Mar 12, 2023, 9:26 AM IST

Updated : Mar 14, 2023, 2:16 PM IST

ମହିଳା ପ୍ରିମିୟର ଲିଗରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଏବେ ସୁଦ୍ଧା ଅପରାଜେୟ ଥିବା ମୁମ୍ବାଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

mumbai indians vs up warriorz
WPL 2023

ମୁମ୍ବାଇ: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ଜାରି ରହିଛି । ଆଜି (ରବିବାର) ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜ ପରସ୍ପରକୁ ଭେଟିବେ । ଏବେ ସୁଦ୍ଧା ଅପରାଜୟ ଥିବା ମୁମ୍ବାଇ ବିଜୟଧାର ବଜାୟ ଲକ୍ଷ୍ୟରେ ରହିଛି । ସେହିପରି ମୁମ୍ବାଇର ବିଜୟଧାରାରେ ବ୍ରେକ ଦେବା ଲକ୍ଷ୍ୟ ନେଇ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ୟୁପି ୱାରିୟର୍ଜ । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସନ୍ଧ୍ୟା 6 ଟା 30ରେ ଆରମ୍ଭ ହେବ ମୁକାବିଲା ।

ମହିଳା ପ୍ରିମିୟର ଲିଗରେ ଦମଦାର ଫର୍ମରେ ରହିଛି ମୁମ୍ବାଇ ଇଣ୍ଡିଆ । ଏଯାବତ ଦଳ ଖେଳିଥିବା 3ଟି ଯାକ ମୁକାବିଲାରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଟପରେ ରହିଛି । ପ୍ରଥମ ମୁକାବିଲାରେ ଗୁଜରାଟ, ଦ୍ବିତୀୟ ମୁକାବିଲାରେ ବାଙ୍ଗାଲୋର ଓ ତୃତୀୟ ମୁକାବିଲାରେ ଦିଲ୍ଲୀକୁ ପରାସ୍ତ କରି ଅପରାଜୟ ରହିଛି ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ୟୁପି ୱାରିୟର୍ଜକୁ ପରାସ୍ତ କରି ଏହି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ମୁମ୍ବାଇ ।

ଶେଷ ମୁକାବିଲାରେ ଦିଲ୍ଲୀ ବିପକ୍ଷରେ 8 ୱିକେଟରେ ବିଜୟ ହାସଲ କରିଥିବା ଏମଆଇ । ଦିଲ୍ଲୀ ବିପକ୍ଷ ମୁକାବିଲାରେ ୟାସ୍ତିକା ଭାଟିଆଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବୋଲିଂରେ ସାଇକା ଇସକ୍ୟୁଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ଦଳ ଏହି ପ୍ରଦର୍ଶନ ଦୋହରାଇ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ଏହା ବି ପଢନ୍ତୁ...WPL 2023: ଆରସିବିର ଚତୁର୍ଥ ପରାଜୟ, ଆଲିସା ହିଲିଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଜିତିଲା ୱାରିୟର୍ଜ

ମୁମ୍ବାଇ ବିଜୟଧାରାରେ ବ୍ରେକ ଦେବା ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଆଲିସା ହିଲିଙ୍କ ୟୁପି ୱାରିୟର୍ଜ । ଶୁକ୍ରବାର ଆରସିବି ବିପକ୍ଷ ମୁକାବିଲାରେ ବିଜୟ ହାସଲ କରିଥିଲା ୟୁପି । 10 ୱିକେଟରେ ଆରସିବିକୁ ପରାସ୍ତ କରିଥିଲା ୟୁପି ୱାରିୟର୍ଜ । ଅଧିନାୟିକା ଆଲିସା ହିଲି ଓ ଦେବୀକା ବୈଦ୍ୟଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମୁମ୍ବାଇ ଅପରାଜୟ ରହିଥିଲେ ସୁଦ୍ଧା ୟୁପିକୁ ଅଣଦେଖା କରାଯାଇପାରିବ ନାହିଁ । ଦଳ ପାଖରେ ବିଜୟ ହାସଲର ଯଥେଷ୍ଟ କ୍ଷମତା ରହିଛି ।

ଏହା ବି ପଢନ୍ତୁ...WPL: ଶେଫାଳିଙ୍କ ଦ୍ରୁତତମ ଅର୍ଦ୍ଧଶତକ, ୧୦ୱିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଟି-20 କ୍ରିକେଟ ଫର୍ମାଟରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ ବ୍ୟାଟରଙ୍କୁ ସୁହାଇବ । ତେଣୁ ଦୁଇଦଳ ଏକ ବିଶାଲ ରନ ସଂଗ୍ରହ କରିବାକୁ ଚାହିଁବେ । ଏହି ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗର ସର୍ବାଧିକ ସ୍କୋର 179 ରହିଛି ।

ମୁମ୍ବାଇ ସ୍କ୍ବାର୍ଡ: ୟାସ୍ତିକା ଭାଟିଆ, ହେଲି ମାଥ୍ୟୁସ, ନାଟାଲି ସ୍କିଭର ବଣ୍ଟ, ହର୍ମନପ୍ରୀତ କୌର, ଆମେଲି କେର, ପୂଜା ବସ୍ତ୍ରାକାର, ଇସି ୟଙ୍ଗ, ହୁମାଇରା କେଜି, ଅମନଜୌତ କୌର, ଜିନତିମାନି କାଲିତା, ସାଇକା ଇସ୍କକ୍ୟୁ ।

ୟୁପି ୱାରିୟର୍ଜ ସ୍କ୍ବାର୍ଡ: କରିଣ ନବଗିରି, ସ୍ବେତ୍ତା ସେରାୱତ, ଦିପ୍ତୀ ଶର୍ମା, ଦେବିକା ବୈଦ୍ୟ, ଗ୍ରେସ ହାରିସ, ଆଲିସା ହିଲି, ତାହଲିଆ ମ୍ୟାଗ୍ରାଥ, ସିମରନ ଶିକ୍ଷା, ସୋଫି ଇକ୍ଲେଷ୍ଟୋନ, ଅଞ୍ଜଳି ଶ୍ରାବଣୀ, ରାଜେଶ୍ବରୀ ଗାଏକ୍ବାର୍ଡ ।

Last Updated : Mar 14, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.