ETV Bharat / sports

WPL: ଶେଫାଳିଙ୍କ ଦ୍ରୁତତମ ଅର୍ଦ୍ଧଶତକ, ୧୦ୱିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଗୁଜୁରାଟ ଜିଆଣ୍ଟ୍ସକୁ ୧୦ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଶେଫାଳି ବର୍ମାଙ୍କ ଧୂଆଁଧାର ୨୮ ବଲରେ ୭୬ ରନର ଇନିଂସ ବଳରେ ଗୁଜୁରାଟ ଧରାଶାୟୀ । ଅଧିକ ପଢ଼ନ୍ତୁ

ଗୁଜୁରାଟ ଜିଆଣ୍ଟ୍ସକୁ ୧୦ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

author img

By

Published : Mar 11, 2023, 10:42 PM IST

ମୁମ୍ବାଇ: ଜାରି ରହିଥିବା ମହିଳା ପ୍ରିମିୟର ଲିଗରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଜିଆଣ୍ଟ୍ସ ମଧ୍ୟରେ ଲାଗିଥିବା ମ୍ୟାଚ୍‌ରେ ଗୁଜୁରାଟକୁ ୧୦ ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍‌ରେ ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟର ଶେଫାଳି ବର୍ମାଙ୍କ ଧୂଆଁଧାର ୨୮ ବଲରେ ୭୬ ରନର ଇନିଂସ ବଳରେ ଗୁଜୁରାଟ ଧରାଶାୟୀ ହୋଇଛି ।

ମହିଳା ପ୍ରିମ୍ୟର ଲିଗ୍‌ରେ ଆଜିର ମ୍ୟାଚ୍‌ ଡଃ ଡିୱାଇ ପାଟିଲ ଷ୍ଟାଡମୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓମେନ ଏବଂ ଗୁଜୁରାଟ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ପ୍ରଥମରୁ ହିଁ ଗୁଜୁରାଟ ବ୍ୟାଟିଂ କ୍ରମରେ ବିପର୍ଯ୍ୟୟ ଦେଖାଦେଇଥିଲା । ଉଭୟ ପ୍ରାରମ୍ଭିକ ବ୍ୟାଟରଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଦିଲ୍ଲୀର ମାରିଜାନେ କପ୍‌ । ଉଭୟ ବ୍ୟାଟର ଦଳକୁ ନିରାଶ କରିବା ପରେ ହରଲିନ ଦେଓଲ କିଛି ସମୟ ପିଚ୍‌ରେ ରହିଥିଲେ । କିନ୍ତୁ ଅନ୍ୟପଟେ ଗୁଜୁରାଟର ବିପର୍ଯ୍ୟୟ ଘଟି ଚାଲିଥିଲା । ହରଲିନ ୧୪ ବଲରୁ ୪ଟି ଚୌକା ସହିତ ୨୦ ରନ ସଂଗ୍ରହ କରି କପ୍‌ଙ୍କ ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାରେହାମ ୨୨, ତନୁଜା କନ୍‌ୱର ୧୩ ଓ କିମ ଗର୍ଥ ସର୍ବାଧିକ ଅପରାଜିତ ୩୨ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଠ ସ୍କୋର କରିପାରିନଥିଲେ । ଅନ୍ୟପଟେ ଦିଲ୍ଲୀର ମାରିଜାନେ କପ୍‌ ୪ ଓଭରରେ ୧୫ ରନ ବ୍ୟୟ କରି ୫ ୱିକେଟ ହାସଲ କରିଥିଲେ । ତାଙ୍କ ସହ ଶିଖା ପାଣ୍ଡେ ୩ଟି ଓ ରାଧା ଯାଦବ ଗୋଟିଏ ସଫଳତା ହାସଲ କରିଥିଲେ । ଫଳରେ ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୦୫ ରନ ସଂଗ୍ରହ କରିଥିଲା ।

ଏହାପରେ କେବଳ ୧୦୬ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଦିଲ୍ଲୀ ଓମେନ୍ସ । ଅଧିନାୟିକା ମେଗ୍‌ ଲାନିଂଙ୍କ ସହ ବ୍ୟାଟିଂ କରିଥିଲେ ଶେଫାଳୀ ବର୍ମା । ଶେଫାଳି ପାଳି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ମାତ୍ର ୧୯ ବଲରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିନେଇଥିଲେ । ଏହାପରେ ମଧ୍ୟ ଶେଫାଳିଙ୍କୁ ରୋକିବାରେ ଗୁଜୁରାଟର କୌଣସି ବୋଲର ସକ୍ଷମ ହୋଇନଥିଲେ । ଶେଫାଳି ମାତ୍ର ୨୮ ବଲରୁ ୧୦ ଚୌକା ଓ ୫ ଛକା ବଳରେ ୭୬ ରନ କରି ନିଜ ଦଳକୁ ୧୦ ୱିକେଟରେ ବିଜୟ ଦେଇଥିଲେ । କେବଳ ୭.୧ ଓଭରରେ ଦିଲ୍ଲୀ ଏହି ମୁକାବିଲା ଜିତି ନେଇଥିଲା । ଅନ୍ୟପଟେ ଅଧିନାୟିକା ମେଗ୍‌ ଲାନିଂ ୧୫ ବଲରୁ ୩ ଚୌକା ବଳରେ ୨୧ ରନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.