ETV Bharat / sports

IND vs AUS 3rd Test: ଭାରତ ହାତରୁ ଖସି ଯିବକି ତୃତୀୟ ଟେଷ୍ଟ, 76 ରନ କଲେ ଜିତିବ ଅଷ୍ଟ୍ରେଲିଆ

author img

By

Published : Mar 3, 2023, 9:07 AM IST

ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ରୋଚକ ମୋଡରେ ରହିଛି । ଆଜି ଯଦି ତୃତୀୟ ଦିନରେ ଯଦି ଅଷ୍ଟ୍ରେଲିଆ 76 ରନ କରିଦିଏ ତେବେ ଟେଷ୍ଟ ନିଜ କବଜାରେ କରି ନେବ ଦଳ । ଅଧିକ ପଢନ୍ତୁ

ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ
IND vs AUS 3rd Test

ଭୋପାଳ: ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ରୋଚକ ମୋଡରେ ରହିଛି । ଘରୋଇ ମାଟିରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ସ୍ପିନରଙ୍କ ସାମ୍ନା କରି ନପାରି ପରାଜୟ ଆଶଙ୍କାରେ ରହିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 88ରନ ଆଗୁଆ ଥିବାବେଳେ ଭାରତ ଦ୍ବିତୀୟ ପାଳିରେ 163 ରନରେ ସୀମିତ ରଖିଥିଲା । ଏବେ ସ୍ଥିତିକୁ ନଜର ରଖିଲେ ଭାରତ ହାତରୁ ତୃତୀୟ ଟେଷ୍ଟ ଖସି ଯିବାର ସମ୍ଭାବନା ରହିଛି । ଭ୍ରମଣକାରୀ ଦଳକୁ ତୃତୀୟ ଟେଷ୍ଟ ଜିତିବାକୁ ଆଉ ମାତ୍ର 76 ରନ ଆବଶ୍ୟକ ରହିଛି ।

ଦ୍ବିତୀୟ ପାଳିରେ ଭାରତ ମାତ୍ର 75ରନରେ ଆଗୁଆ ଥିଲା । ପ୍ରଥମ ଦିନରେ କଙ୍ଗାରୁ ଦଳର ମାଥ୍ୟୁ କୁନେମାନ 5ଟି ୱିକେଟ ଓ ଲାୟନ 3ଟି ୱିକେଟ ନେଇଥିଲେ । ଫଳରେ ଭାରତ ପାଳି ମାତ୍ର 109ରନରେ ଶେଷ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ 197ରନ କରି ମ୍ୟାଚକୁ କବଜାକୁ ଆଣିଥିଲା । 88 ରନରେ ଲିଡ କରିଥିଲା କଙ୍ଗାରୁ ଦଳ । ଦ୍ବିତୀୟ ଦିନ ଅର୍ଥାତ ଗୁରୁବାର ସକାଳେ ଅଷ୍ଟ୍ରେଲିଆ ତାହାର ଅସମାପ୍ତ ପ୍ରଥମ ପାଳି 4 ୱିକେଟରେ 156 ରନରୁ ଖେଳ ଆରମ୍ଭ କରିଥିଲା ।

ପିଟର ହ୍ୟାଣ୍ଡସକମ୍ବ 98 ବଲରେ 19 ରନ କରି ଆଉଟ ହୋଇଥିଲେ । ଏହା ପରେ ଆଉ କଙ୍ଗାରୁ ଦଳ ଖେଳାଳି କ୍ରିଜରେ ତିଷ୍ଠି ପାରି ନଥିଲେ । ମାତ୍ର 11ରନରେ ଦଳର ବାକି 6 ୱିକେଟ ପତନ ହୋଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ 3ଟି ଲେଖାଏଁ ୱିକେଟ ମିଳିଥିଲା । 197 ରନରେ ଆଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଲାୟନ ମୋଟ 8 ୱିକେଟ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...IND Vs AUS 3rd Test: ଲିଓନଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ ଇଣ୍ଡିଆ, ୨ୟ ଇନିଂସରେ ନେଲେ ୮ ୱିକେଟ

ପ୍ରଥମ ପାଳିରେ 88ରନ ପଛରେ ଥିବା ଭାରତ ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରିବା ଆଶା କରାଯାଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ସ୍ପିନର ନାଥାନ ଲାୟନଙ୍କ ଆଗରେ ଭାରତୀୟ ବ୍ୟାଟ କିଛି କରି ପାରିନଥିଲେ । ଜଣେ ପରେ ଜଣେ ଖେଳାଳିଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଲାୟନ । କେବଳ ଟେଷ୍ଟ ବିଶେଷଜ୍ଞ ଚେତେଶ୍ବର ପୂଜାରା ଲଢୁଆ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । 142 ବଲ ଖେଳି ପୂଜାରା 59 ରନ କରିଛନ୍ତି । ଟପ ବ୍ୟାଟର ରୋହିତ ଶର୍ମା 12 ରନ, ଶୁଭମନ ଗିଲ 5 ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି 13 ରନ, ରବିନ୍ଦ୍ର ଜାଡେଜା 7, ଶ୍ରେୟାସ ଆୟର 26, ଶ୍ରୀକାର ଭାରତ 3, ଅଶ୍ବିନୀ 16 ରନ କରିଥିଲେ । ଭାରତ ଦ୍ବିତୀୟ ପାଳିରେ 60.3 ଓଭର ଖେଳିଛି । ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବାକୁ 76ରନ ଆବଶ୍ୟକ ରହିଛି ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 2-0ରେ ଆଗୁଆ ଅଛି । କାନପୁରରେ ଅନୁଷ୍ଠିତ ପ୍ରଥମ ଓ ଦିଲ୍ଲୀରେ ଦ୍ବିତୀୟ ଟେଷ୍ଟ ଜିତିଥିଲା ଭାରତ । ତୃତୀୟ ଟେଷ୍ଟ ଜିତି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ଭାରତ ପାଇଁ ସ୍ଥିତି ଗମ୍ଭୀର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.