ETV Bharat / sports

BGT: ସିରିଜ ଅଧାରୁ ଆଉଟ ୱାର୍ଣ୍ଣର, ସ୍ବଦେଶ ଫେରିଲେ ଅଗର

author img

By

Published : Feb 23, 2023, 9:54 PM IST

david warner ruled out
Border Gavaskar Trophy

ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଚିନ୍ତାରେ ପଡିଛି କଙ୍ଗାରୁ ଦଳ । ଗୋଟି ପଟେ ପରାଜୟ ଅନ୍ୟ ପଟେ ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡୁଛନ୍ତି ଷ୍ଟାର ଖେଳାଳି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଗୋଟିଏ ପଟେ ପରାଜୟ ଓ ଆହତ ସମସ୍ୟାରେ ଫସିଛି କଙ୍ଗାରୁ ଦଳ । ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରଜରୁ ଦୁଇଟି ମ୍ୟାଚ ହାରିବା ପରେ ଭ୍ରମକାରୀ ଅଷ୍ଟ୍ରେଲିଆ ପାଇଁ ଆହତ ସମସ୍ୟା ଚିନ୍ତାର କାରଣ ହୋଇଛି । ପ୍ରଥମେ ଜୋସ ବଟଲର ବାଦ ପଡିଥିବା ବେଳେ ଷ୍ଟାର ବ୍ୟାଟର ଡେଭିଡ ୱାର୍ଣ୍ଣର ମଧ୍ୟ ପରବର୍ତ୍ତୀ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ।

ଦ୍ବିତୀୟ ଟେଷ୍ଟରେ ଡେଭିଡ ୱାର୍ଣ୍ଣରଙ୍କ କହୁଣୀରେ ଆଘାତ ହୋଇଥିଲା । ବଲ ମାଡ ହେବାକୁ ଆହତ ହୋଇଥିଲେ ୱାର୍ଣ୍ଣର । ଏହା ପରେ ସେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ନଥିଲେ । ତାଙ୍କ ସ୍ଥାନରେ ଟ୍ରାଭିସ୍ ହେଡ୍ ମଇଦାନକୁ ଓହ୍ଲାଇଥିଲେ । ଅଷ୍ଟ୍ରେଳିଆ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ସୁଦ୍ଧା ଜିତି ପାରି ନଥିଲା । ଭାରତ 6 ୱିକେଟରେ ବିଜୟୀ ହୋଇ 2-0ରେ ଆଗୁଆ ରହିଛି । ଟେଷ୍ଟ ସିରିଜରୁ ବାଦ ପଡିଥିଲେ ସୁଦ୍ଧା ଦିନିକିଆ ସିରଜରେ ସେ ଫିଟ ହୋଇଯାଇଥିବେ ବୋଲି ଆଶା କରାଯାଉଛି । ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ଡେଭିଡ ୱାର୍ଣ୍ଣର ପରବର୍ତ୍ତୀ ଟେଷ୍ଟ ସିରିଜରୁ ବାଦ ପଡିଥିବା ନେଇ ସୂଚନା ଦିଆଯାଇଛି । ବର୍ତ୍ତମାନ ସେ ସ୍ବଦେଶ ଫେରିଛନ୍ତି । 2ଟି ଟେଷ୍ଟରେ 3ଟି ଇନିଂସ ଖେଳି ମାତ୍ର 26 ରନ କରିଛନ୍ତି ଡେଭିଡ ୱାର୍ଣ୍ଣର ।

ସେହପରି ଅନ୍ୟ ଏକ ଖେଳାଳି ଆଷ୍ଟନ ଅଗର ସିରିଜ ଅଧାରୁ ଘରକୁ ଫେରିଛନ୍ତି । ଅଷ୍ଟ୍ରେଲିଆ ସ୍ପିନ ବୋଲର ତଥା ଅଲରାଉଣ୍ଡର ଆଷ୍ଟନ ଅଗରଙ୍କୁ ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ମିଳିଛି । ସ୍ବଦେଶ ଫେରି ଘରୋଇ କ୍ରିକେଟ ଖେଳିବାକୁ ତାଙ୍କୁ ନିର୍ଦ୍ଦେଶ ହୋଇଛି । ସେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ସ କପ ସିଲ୍ଡ ମ୍ୟାଚ ଖେଳିବେ ।

ଏହା ବି ପଢନ୍ତୁ...Border Gavaskar Trophy: ସିରିଜ ଅଧାରୁ ଅଷ୍ଟ୍ରେଲିଆ ଫେରିଲେ କମିନ୍ସ, ଜାଣନ୍ତୁ କାରଣ

ପ୍ରକାଶ ଥାଉ କି, ଫେବୃଆରୀ 9 ତାରିଖରୁ ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତି ଭାରତ 2-0ରେ ଆଗୁଆ ରହିଛି । ମାର୍ଚ୍ଚ 1ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପୂର୍ବରୁ କଙ୍ଗାରୁ ଦଳ କ୍ୟାପଟେନ ପାଟ କାମିନ୍ସ ସ୍ବଦେଶ ଫେରିଛନ୍ତି । ତୃତୀୟ ଟେଷ୍ଟ ପୂର୍ବରୁ ସେ ଦଳକୁ ଫେରିବା ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.