ETV Bharat / sports

ଆଇପିଏଲ 2024 ମିସ୍ କରିବେ ବେନ୍ ଷ୍ଟୋକ୍ସ

author img

By ETV Bharat Odisha Team

Published : Nov 24, 2023, 10:09 AM IST

ଆଇପିଏଲ 2024 ଖେଳିବେ ନାହିଁ ବେନ୍ ଷ୍ଟୋକ୍ସ
ବେନ୍ ଷ୍ଟୋକ୍ସ

ଆଇପିଏଲ 2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିସେମ୍ବର 19 ତାରିଖରେ ଦୁବାଇରେ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 2024 ଆଇପିଏଲ ମିସ୍ କରିବେ 5 ଥରର ଚମ୍ପିଆନ୍ ଦଳର ଖେଳାଳି ବେନ୍‌ ଷ୍ଟୋକ୍ସ୍‌ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଆଇପିଏଲ 2024 ପାଇଁ ସଜବାଜ ଆରମ୍ଭ ହୋଇଛି । ଖେଳାଳିଙ୍କ ଅଦଳବଦଳ ସହିତ ପ୍ରସ୍ତୁତି କରିଛନ୍ତି ବିଭିନ୍ନ ଦଳ । ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆଇପିଏଲ 2024 ଖେଳିବେ ନାହିଁ । ୱାର୍କଲୋଡ୍‌ ଏବଂ ଫିଟନେସ୍‌ ଲାଗି ସେ ଆଇପିଏଲରୁ ଓହରିଛନ୍ତି । ଏନେଇ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

  • 🦁 NEWS FROM THE PRIDE🔔

    Read More ⬇️

    — Chennai Super Kings (@ChennaiIPL) November 23, 2023 " class="align-text-top noRightClick twitterSection" data=" ">

2023 ଆଇପିଏଲରେ ସିଏସ୍‌କେ ତାଙ୍କୁ 16.25 କୋଟି ଟଙ୍କାରେ କିଣିଥିଲା । ହେଲେ ସେ ମାତ୍ର 2ଟି ମ୍ୟାଚ୍‌ ଖେଳିଥିଲେ । ଆହତ ସମସ୍ୟା ଲାଗି ସେ ଅବଶିଷ୍ଟ ମ୍ୟାଚରୁ ବାଦ ପଡ଼ିଥିଲେ । ପୂର୍ବରୁ ବେନ ଷ୍ଟୋକ୍ସ ପୁନେ ସୁପର ଜ୍ୟାଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ଲାଗି ଖେଳିଥିଲେ । ୱାର୍କଲୋଡ ଏବଂ ଫିଟନେସ୍‌ ଲାଗି ଆଇପିଏଲ 2024 ଖେଳିବେ ନାହିଁ ଷ୍ଟୋକ୍ସ । 2017 ସଂସ୍କରଣରେ ସେ ଆଇପିଏଲରେ ପଦାର୍ପଣ କରିଥିଲେ । ଆଇପିଏଲରେ ବେନ୍‌ ଷ୍ଟୋକ୍ସ ମୋଟ 45ଟି ମ୍ୟାଚ୍‌ ଖେଳି 935 ରନ କରିବା ସହ 28ଟି ୱିକେଟ ନେଇଛନ୍ତି । ଅପରାଜିତ 107 ରନ ତାଙ୍କ ବେଷ୍ଟ ସ୍କୋର । 15 ରନ ଦେଇ 3ଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଆଇପିଏଲ 2023ରେ ପଞ୍ଚମ ଥର ଲାଗି ଚମ୍ପିଆନ ହୋଇଥିଲା ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ଟାଇଟନ୍ସକୁ ହରାଇ ବାଜି ମାରି ନେଇଥିଲେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ।

ଏହା ବି ପଢନ୍ତୁ...ଆଇପିଏଲ ଖେଳାଳି ଅଦଳ ବଦଳ; ରୟାଲ୍ସ ପକ୍ଷରୁ ଖେଳିବ ଅଭେଶ, ଲକ୍ଷ୍ନୌ ଯିବେ ପାଡିକଲ

ଏହା ବି ପଢନ୍ତୁ..IPL 2024: ଡିସେମ୍ବର 19ରେ ନିଲାମୀ

ପ୍ରକାଶ ଥାଉ କି, ଇଣ୍ଡିଆନ ପ୍ରିମିୟର ଲିଗ୍‌ର 17ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର 19 ତାରିଖରେ ଦୁବାଇରେ ଆଇପିଏଲ ନିଲମୀ ହେବ । ପ୍ରଥମ ଥର ପାଇଁ ବିଦେଶରେ ଖେଳାଳି ନିଲାମ କରାଯିବ । 10ଟି ଫ୍ରାଞ୍ଚାଇଜଙ୍କୁ ଖେଳାଳି ତାଲିକା ପଠାଇବାକୁ ନଭେମ୍ବର 26 ତାରିଖ ଶେଷ ସମୟ ରହିଛି । ସେପଟେ ଲକ୍ଷ୍ନୌର ମେଣ୍ଟର ଥିବା ଗୌରମ ଗମ୍ଭୀର କେକେଆରକୁ ଫେରିଛନ୍ତି । ମେଣ୍ଟର ଭାବେ କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେବେ ଗୌତମ ।

ସେହିପରି ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଳି ବଦଳ ହୋଇଛନ୍ତି । ଆଇପିଏଲ 2024 ପୂର୍ବରୁ ଲକ୍ଷ୍ନୌ ସୁପଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ଖେଳାଳି ଅଦଳ ବଦଳ ହୋଇଛି । ଲକ୍ଷ୍ନୌର ଅଭେଶ ଖାନ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ । ସେହିପରି ରାୟଲ୍ସର ଓପନର ଦେବଦତ୍ତ ପାଡିକଲ ଲକ୍ଷ୍ନୌରେ ଯୋଗ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.