ETV Bharat / sports

INDvsAUS 3rd T20I: ସୁପର ଓଭରରେ ମିଳିଥିବା ବିଜୟ ଧାରା ରଖିବା ଲକ୍ଷ୍ୟରେ ଭାରତ

author img

By

Published : Dec 13, 2022, 10:32 PM IST

INDvsAUS 3rd T20I: ସୁପର ଓଭରରେ ମିଳିଥିବା ବିଜୟ ଧାରା ରଖିବା ଲକ୍ଷ୍ୟରେ ଭାରତ
INDvsAUS 3rd T20I: ସୁପର ଓଭରରେ ମିଳିଥିବା ବିଜୟ ଧାରା ରଖିବା ଲକ୍ଷ୍ୟରେ ଭାରତ

ବୁଧବାର ଡିସେମ୍ବର ୧୪ ତାରିଖ ତୃତୀୟ ଟି୨୦ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ବିଜୟ ଲକ୍ଷ୍ୟରେ ଭାରତୀୟ ମହିଳା କ୍ରିକେଟ ଦଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ସୁପର ଓଭରରେ ସୁପର ପ୍ରଦର୍ଶନ ପରେ ଭାରତୀୟ ମହିଳା କ୍ରିକେଟ ଦଳର ଆତ୍ମବିଶ୍ବାସ ଜାଗ୍ରତ ହୋଇଛି । ବୁଧବାର ଡିସେମ୍ବର ୧୪ ତାରିଖ ତୃତୀୟ ଟି୨୦ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି୨୦ ସିରିଜ ୧-୧ ରେ ବରାବର ରହିଛି । ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଦ୍ବିତୀୟ ଟି୨୦ରେ ଖେଳାଯାଇଥିବା ମ୍ୟାଚ ପ୍ରଥମେ ଡ୍ର ହୋଇଥିଲା । ଏହା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଟିମ୍ ଇଣ୍ଡିଆ ୨୦ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ମହିଳା କ୍ରକେଟ ଦଳ ୧୬ ରନ କରିପାରିଥିଲା । ଯାହା ଫଳରେ କଙ୍ଗାରୁ ଦଳଠାରୁ ମ୍ୟାଚ ଛଡାଇ ଆଣିଥିଲେ ୱେମେନ୍ ଇନ୍ ବ୍ଲୁ ।

ତୃତୀୟ ଟି୨୦ ମ୍ୟାଚ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ହରମନପ୍ରୀତ କୌର ଦଳ । କ୍ଷେତ୍ର ରକ୍ଷଣ ସହିତ ବୋଲିଂ ଉପରେ ଅଧିକ ଗୁରୁତ୍ବ ଦେବା ସହିତ ଦ୍ବିତୀୟ ଟି୨୦ ମ୍ୟାଚରେ ଖେଳିଥିବା ସୁପର ଓଭର ପ୍ରଦର୍ଶନର ଧାରା ବଜାୟ ରଖିବାକୁ ଚାହିଁବ ଭାରତ । ରବିବାର ତଥା ଡିସେମ୍ବର ୧୧ ତାରିଖରେ ଖେଳାଯାଇଥିବା ଦ୍ବିତୀୟ ଟି୨୦ ମ୍ୟାଚରେ ନବୀ ମୁମ୍ବାଇରେ ଖେଳାଯାଇଥିବା ବାଇ ପାଟିଲ ଷ୍ଟାଡିୟମରେ ମହିଳା କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କର ବେଶ୍ ଭିଡ ଜମିଥିଲା । ଷ୍ଟାଡିୟମରେ ଉପସ୍ଥିତ ଥିବା ୪୭୦୦୦ ଦର୍ଶକଙ୍କୁ ନିରାଶ କରିନଥିଲେ ୱମେନ ଇନ୍ ବ୍ଲୁ । ପ୍ରଥମେ ମ୍ୟାଚ୍ ଡ୍ର ରଖିବା ପରେ ସୁପର ଓଭରରେ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲା ଟିମ୍ ଇଣ୍ଡିଆ ।

ତେବେ ଏହି ସିରିଜ ବାବଦରେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ହୃଷିକେଶ କନିତକର କହିଛନ୍ତି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଜିତିବାକୁ ଭାରତୀୟ ଦଳକୁ ପରିଶ୍ରମ କରିବାକୁ ପଡିବ । ସିରିଜ ୧-୧ରେ ବରାବର ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.