ETV Bharat / sports

INDvsAUS 5thT20I: ଭାରତ ଆଗରେ ୧୯୭ ରନର ଟାର୍ଗେଟ, ଗାର୍ଡନର ଓ ଗ୍ରେସଙ୍କ ବିସ୍ଫୋରକ ଅର୍ଦ୍ଧଶତକ

author img

By

Published : Dec 20, 2022, 8:45 PM IST

ଅଷ୍ଟ୍ରେଲିଆର ୱିକେଟ ନେବା ପରେ ଭାରତୀୟ ଦଳ
ଅଷ୍ଟ୍ରେଲିଆର ୱିକେଟ ନେବା ପରେ ଭାରତୀୟ ଦଳ

ଭାରତ ଆଗରେ ୧୯୭ ରନର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଧୂଆଁଧାର ବ୍ୟାଟିଂ । ଭାରତ ଆଗରେ ୧୯୭ ରନର ଟାର୍ଗେଟ ଦେଇଛି ତାହିଲା ମ୍ୟାକଗ୍ରେଥ ଟିମ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୬ ରନ କରିଛି । ଅଶଲିଗ ଗାର୍ଡନର ଓ ଗ୍ରେସ ହରିସ ବିସ୍ଫୋରକ ଅର୍ଦ୍ଧଶତକ ପାଳି ଖେଳିଛନ୍ତି ।

ଟିମ ଇଣ୍ଡିଆଠାରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ । ଅଶଲିଗ୍ ଗାର୍ଡନର ଓ ଗ୍ରେସ ହରିସ ଧୂଆଁଧାର ଅର୍ଦ୍ଧଶତକ ପାଳି ବଳରେ ଦଳ ୧୯୬ ରନ କରିବାରେ ସକ୍ଷମ ହୋଇପାରିଛି । ଆରମ୍ଭରୁ ଫାଷ୍ଟ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା କଙ୍ଗାରୁ ଦଳ । ଆରମ୍ଭରୁ ଓପନିଂ ଯୋଡି ଫେଲ ମାରିଥିଲା । ୧.୧ ଓଭରରେ ବେଥ ମୁନୀ ୨ ରନ କରି ଆଉଟ ହୋଇଥିଲେ । ୩.୩ ଓଭରରେ ଫୋଏବେ ଲିଚଫିଲ୍ଡ ୧୧ ରନ କରି ଆଉଟ ହୋଇଥିଲେ । ଅଧିନାୟକ ତାହିଲ ମ୍ୟାକଗ୍ରେଥ ୨୬ ରନ କରି ପଭଲିୟନ ଲେଉଟିଥିଲେ । ଏହା ପରେ ଦଳ ଜବରଦସ୍ତ କମ ବ୍ୟାକ୍ କରିଥିଲା ।

ଅଶଲିଘ ଗାର୍ଡନର ଓ ଗ୍ରେସ ହରିସ ଆରମ୍ଭ କରିଥିଲେ ଚମତ୍କାର ବ୍ୟାଟିଂ । ଚୌକା ଛକାରେ ଷ୍ଟାଡିୟମ କମ୍ପିବାରେ ଲାଗିଥିଲା । ଅଶଲିଘ ଗାର୍ଡନର ୩୨ ବଲରୁ ୧୧ଟି ଚୌକା ଓ ଗୋଟିଏ ଛକା ବଳରେ ୬୬ ରନର ଇନିଂସ ଖେଳିଥିଲେ । ସେହିପରି ଗ୍ରେସ ହରିସ 3୫ ବଲରୁ ୬ ଟି ଚୌକା ଓ ଗୋଟିଏ ଛକା ସହିତ ୬୪ ରନର ଇନିଂସ ଖେଳିଥିଲେ । ସେହିପରି ଏଲିସ ପେରୀ ଆଜି ବଡ ସ୍କୋର କରିବାରେ ବିଫଳ ରହି ୧୮ ରନ କରି ଆଉଟ ହୋଇଥିଲେ । ଅଞ୍ଜଳି ଶ୍ରାବଣୀ, ଦିପ୍ତି ଶର୍ମା, ଶେଫାଳି ବର୍ମା ଓ ଦେବୀକା ଭୈଦିକା ଗୋଟିଏ ୱିକେଟ ନେଇଥିଲେ । ସେପଟେ ୧୯୭ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.