ETV Bharat / sports

Asian Games 2023: ଆଜି ଭାରତ-ଶ୍ରୀଲଙ୍କା ଲଢ଼େଇ

author img

By ETV Bharat Odisha Team

Published : Sep 25, 2023, 9:49 AM IST

Asian Games
Asian Games 2023

19ତମ ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟରେ ଆଜି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ସ୍ବର୍ଣ୍ଣି ପଦକ ଅଭିଯାନ ଆରମ୍ଭ ହୋଇଛି । ଆଜି ଆଉ ଏକ ସ୍ବର୍ଣ୍ଣ ପଦକ ପାଇଁ ଲଢେଇ ହେବାକୁ ଯାଉଛି । ଏସୀୟ କ୍ରୀଡା କ୍ରିକେଟ ଫାଇନାଲରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । 11ଟା 30ରେ ଆରମ୍ଭ ହେବ ମ୍ୟାଚ୍‌ । ସ୍ବର୍ଣ୍ଣ ପଦକ ଲଢେଇ ପାଇଁ ଦୁଇ ଦଳ ମୁହାଁମୁହିଁ ହେବେ ।

ଏହା ବି ପଢନ୍ତୁ...Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା

ରବିବାର ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ପ୍ରଥମଟି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ବିତୀୟଟି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ପ୍ରଥମ ସେମି ସମରରେ ଭାରତ ବାଲାଂଦେଶକୁ 8 ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଦ୍ବିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ 51 ରନରେ ଅଲଆଉଟ୍‌ ହୋଇଥିଲା ବାଂଲାଦେଶ । 52 ରନ୍‌ ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଅଧିନାୟିକା ସ୍ମୃତି ମାନ୍ଧନା ଓ ସେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 19ରେ ସ୍ମୃତି 7 ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ପଡ଼ିଆକୁ ଆସିଥିଲେ ଜେମିମା । ଦ୍ବିତୀୟ ୱିକେଟରେ ସେଫାଳି ବର୍ମା 17ରନ କରି ଆଉଟ୍‌ ହୋଇଥିଲେ । ଜେମିମା ସାଥୀ ଖେଳାଳିଙ୍କ ସହ ମିଶି 8.2 ଓଭରରେ ଟାର୍ଗେଟ ହାସଲ କରି ନେଇଥିଲେ । 8 ୱିକେଟରେ ବିଜୟ ହାସଲ କରି ନେଇଥିଲା ଭାରତ । ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ଶ୍ରୀଲଙ୍କା 6 ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 9 ୱିକେଟ ହରାଇ 75 ରନ କରି ଜବାବରେ ଶ୍ରୀଲଙ୍କା 4 ୱିକେଟ ହରାଇ 21ଟି ବଲ ବାକି ଥାଇ ଟାର୍ଗେଟ ହାସଲ କରି ନେଇଥିଲା ।

ଏହା ବି ପଢନ୍ତୁ...Asian Games: ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

ପ୍ରକାଶ ଥାଉ କି, ମୋଲେସିଆ ବିପକ୍ଷ ମ୍ୟାଚ ବାତିଲ ହେବା ପରେ ଭାରତୀୟ ଦଳ ଆଇସିସି ମାନ୍ୟତା ଅନୁସାରେ ସେମିଫାଇନାଲରେ ପ୍ରବେଶ କରଥିଲା । ବର୍ଷା କାରଣକୁ ମ୍ୟାଚ୍‌ ବାତିଲ ହୋଇଥିଲା । ଏହି ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରି 2ଟି ୱିକେଟ ହରାଇ 173 ରନ୍‌ କରିଥିଲା । ବିଜୟ ଟାର୍ଗେଟ ନେଇ ପାଳି ଆରମ୍ଭ କରିଥିବା ମାଲେସିଆ ମାତ୍ର 2ଟି ବଲ୍‌ ଖେଳିବା ପରେ ବର୍ଷା ହୋଇଥିଲା । ଫଳରେ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବାତିଲ ହୋଇଥିଲା । ରବିବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.