ETV Bharat / sports

Asian Games: ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

author img

By ETV Bharat Odisha Team

Published : Sep 22, 2023, 10:29 AM IST

ଏସୀୟ କ୍ରୀଡା ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ଆଇସିସି ମାନ୍ୟତା ତାଲିକା ଅନୁସାରେ ଭାରତୀୟ ଦଳ ସେମିରେ ପ୍ରବେଶ କରିଛି । ଅଧିକ ପଢ଼ନ୍ତୁ

Asian Games
ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

ହାଙ୍ଗଝୌ: ଏସୀୟ କ୍ରୀଡାର ମହିଳା ଟି-ଟ୍ବେଣ୍ଟି କ୍ରିକେଟ ପ୍ରତିଯୋଗିତାରେ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ଦଳ । ବର୍ଷା ଯୋଗୁଁ ଭାରତ ଓ ମାଲେସିଆ ମଧ୍ୟରେ ଖେଳାଯାଉଥିବା କ୍ବାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲା । ଆଇସିସି ମାନ୍ୟତା ତାଲିକା ଅନୁସାରେ ଭାରତ ଟପରେ ରହିଛି । ତେଣୁ ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ପାକିସ୍ତାନ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲ ମ୍ୟାଚ ବି ବର୍ଷା ଯୋଗୁଁ ବାତିଲ ହୋଇଛି । ଆଇସିସି ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିବା ଭାରତର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିଛି । ମାଲେସିଆ ଓ ଇଣ୍ଡୋନେସିଆର ଅଭିଯାନ ଶେଷ ହୋଇଛି ।

ଭାରତ ଓ ମାଲେସିଆ ମଧ୍ୟରେ ଖେଳାଯାଉଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ବ୍ଯାଟିଂ ଆମନ୍ତ୍ରଣ ପାଇ ଭାରତ ପ୍ରଥମ ବ୍ୟାଟିଂ କରୁଥିଲା । ଭାରତ ନିର୍ଦ୍ଧାରିତ 20 ଓଭରରେ 2ଟି ୱିକେଟରେ 173 ରନ୍‌ କରିଥିଲା । ଓପନିଂ ଯୋଡ଼ି ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା ଧୂଆଧାର ବ୍ୟାଟିଂ କରିଥିଲେ । ଉଭୟ 57ରନ ଯୋଡିଥିଲେ । ମାନ୍ଧନା 5ଟି ଚୌକା ମାରି 27ରନ କରିଥିଲେ । ଶେଫାଳି ବର୍ମା ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ । ତୃତୀୟ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା କ୍ରିଜରେ ଯୋଗ ଦେଇ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ ।

ଏହା ବି ପଢନ୍ତୁ...India vs Australia: ଆଜି ପ୍ରଥମ ଦିନିକିଆ, ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷା

ଶେଫାଳି ଦର୍ଶନୀୟ ସଟମାନ ଖେଳି 31ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦ୍ବିତୀୟ ୱିକେଟରେ 86 ରନର ଭାଗିଦାରୀ ଗଠନ ପରେ ଶେଫାଳି ଆଉଟ୍‌ ହୋଇଥିଲେ । ଦ୍ବିତୀୟ ୱିକେଟ୍‌ରେ 86 ରନର ଭାଗିଦାରୀ ଗଠନ ପରେ ଶେଫାଳି ଆଉଟ୍‌ ହୋଇଥିଲେ । ଶେଫାଳି ବ୍ୟକ୍ତିଗତ 37 ବଲରେ ଦ୍ରୁତ 67 ରନ କରିଥିଲେ । ଜେମିମା ଓ ରିଚା ଘୋଷ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଜେମିମା 47 ଓ ରିଚା 21 ରନ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ଭାରତ 2ଟି ୱିକେଟ ହରାଇ 173 ରନ୍‌ କରିଥିଲା । ମାଲେସିଆକୁ 174ରନ ଟାର୍ଗେଟ ମିଳିଥିଲା ।

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

174ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ମାଲେସିଆ ଦଳ 2ଟି ବଲ ଖେଳିବା ପରେ ବର୍ଷା ଆରମ୍ଭ ହୋଇଥିଲା । ଏହା ପରେ ଆଉ ମ୍ୟାଚ ହୋଇ ପାରିନଥିଲା । ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ସେପଟେ ପାକିସ୍ତାନ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବାତିଲ ହୋଇଛି । ବର୍ଷା କାରଣରୁ ମ୍ୟାଚ ହୋଇ ପାରିନଥିଲା । ଆଇସିସି ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିବା ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.