ETV Bharat / sports

Asia Cup 2022: ହଂକଂକୁ ୧୯୩ ଟାର୍ଗେଟ, ବିରାଟଙ୍କ ଧିମା ଅର୍ଦ୍ଧଶତକ, SKY ଖେଳିଲେ ବିସ୍ଫୋରକ ଇନିଂସ

author img

By

Published : Aug 31, 2022, 9:21 PM IST

Updated : Aug 31, 2022, 9:37 PM IST

ଭାରତ ପ୍ରଥମେ ବ୍ୟାଟିଂ କରି ହଂକଂକୁ ୧୯୩ ଟାର୍ଗେଟ ଦେଇଛି । ଏପଟେ ସୂର୍ଯ୍ୟକୁରମା ଯାଦବ ୨୬ ବଲରୁ 6ଟି ଚୌକା ଏବଂ 6ଟି ଛକା ମାରି ୬୮ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ଅଧିକ ପଢନ୍ତୁ

Asia Cup 2022 :  ହଂକଂକୁ ୧୯୩ ଟାର୍ଗେଟ, ବିରାଟଙ୍କ ଅର୍ଦ୍ଧଶତକ
Asia Cup 2022 : ହଂକଂକୁ ୧୯୩ ଟାର୍ଗେଟ, ବିରାଟଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ: ଏସିଆ କପରେ ଭାରତ ହଂକଂ ମଧ୍ୟରେ ମୁକାବିଲା ଜାରି ରହିଛି । ଏହାର ଜବାବରେ ଭାରତ ପ୍ରଥମେ ବ୍ୟାଟିଂ କରି ହଂକଂକୁ ୧୯୩ ଟାର୍ଗେଟ ଦେଇଛି । ହଂକଂ ଟସ ଜିତି ଅଧିନାୟକ ନିଜାକତ ଖାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବିପକ୍ଷ ଦଳଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ ହରାଇ ୧୯୨ କରିଛି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଭାରତ ପାଇଁ ଶୁଭ ସଙ୍କେତ । ମାସେ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବିରାଟ କୋହଲି ଆଜିର ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେ ୪୪ ବଲରୁ ଗୋଟିଏ ଚୌକା ତିନୋଟି ଛକା ମାରି 59 ରନ ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେପଟେ କ୍ରିଜରେ ସୂଯ୍ୟକୁମାର ଯାଦବଙ୍କର ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ସେ ୨୬ ବଲରୁ ଛ'ଟି ଚୌକା ଏବଂ ଛ'ଟି ଛକା ମାରି ୬୮ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । କ୍ରିଜରେ ବିରାଟ ଏବଂ ସୂଯ୍ୟକୁମାରଙ୍କ ଜବରଦସ୍ତ ପର୍ଟନରସିପ ଦେଖିବାକୁ ମିଳିଛି । ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ୱିକେଟ ପଡିବା ପରେ ବିରାଟ ଏବଂ ସୂଯ୍ୟକୁମାରଙ୍କ ପର୍ଟନରସିପ ଦଳର ସ୍କୋର ବଢାଇବାକୁ ସହାୟକ ହୋଇଥିଲା । ଉଭୟ ପାର୍ଟନରସିପରେ ୪୨ ବଲରୁ ୯୮ ରନ ଇନିଂସ ଖେଳିଥିଲେ ।

ଓପନିଂ ପାଇଁ ଆସିଥିବା ରୋହିତ ଶର୍ମା ୨୧ ରନର ଇନିଂସ ଖେଳି ଆୟୁଷ ଶୁକ୍ଲାଙ୍କ ବଲରେ ପ୍ରଥମେ ଆଉଟ ହୋଇ ପାଭଲିୟନ ଫେରିଥିଲେ । ଲୋକେଶ ରାହୁଲ ୩୯ ବଲରୁ ୨ଟି ଛକା ମାରି ୩୬ ରନ କରି ଆଉଟ ହୋଇଛନ୍ତି ।

Last Updated : Aug 31, 2022, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.