ETV Bharat / sports

Asia Cup final: ରାଜପକ୍ଷଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ୧୭୧ ରନର ଟାର୍ଗେଟ୍‌

author img

By

Published : Sep 11, 2022, 9:36 PM IST

Updated : Sep 11, 2022, 10:20 PM IST

ଏସିଆ କପ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ, ପାକିସ୍ତାନକୁ ୧୭୧ ରନର ଟାର୍ଗେଟ ଦେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଛି । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

asia cup 2022 : ରାଜପକ୍ଷେଙ୍କର ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ୧୭୧ ରନର ଟାର୍ଗେଟ
asia cup 2022 : ରାଜପକ୍ଷେଙ୍କର ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ୧୭୧ ରନର ଟାର୍ଗେଟ

ହାଇଦ୍ରାବାଦ: ଏସିଆ କପ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ, ପାକିସ୍ତାନକୁ ୧୭୧ ରନର ଟାର୍ଗେଟ ଦେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଛି । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏସିଆ କପ୍‌ର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଚାଲିଛି କଡା ଟକ୍କର । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସଙ୍କଟମୋଚକ ସାଜିଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ପ୍ରଥମ ଓଭରରେ ଓପନିଂ ଯୋଡି ଫେଲ ମାରିଥିଲେ । ଓପନିଂ ପାଇଁ ଆସିଥିବା କୁଶଲ ମେଣ୍ଡିସ ଖାତା ଖୋଲିବା ଆଗରୁ ପ୍ରଥମ ଓଭରରେ ଶୂନରେ ଆଉଟ୍‌ ହୋଇ ପାଭଲିୟନ ଫେରିଥିଲେ ।

୫ ଓଭର ବେଳକୁ ଶ୍ରୀଲଙ୍କାର ୩ ୱିକେଟ ପଡିସାରିଥିଲା । ଫଳରେ ଦଳୀୟ ସ୍କୋରକୁ ନେଇ ଚାପ ପଡିଥିଲା । ପରେ ମଇଦାନକୁ ବ୍ୟାଟିଂ ପାଇଁ ଆସିଥିଲେ ଭାନୁକା ରାଜପକ୍ଷେ । ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢାଇବାକୁ ସହାୟକ ହୋଇଥିଲେ ରାଜପକ୍ଷ । ସେ ୪୫ ବଲରୁ ୬ ଟି ଚୌକା ସହିତ ୩ ଟି ଛକା ମାରି ଅପରାଜିତ ୭୧ରନର ଇନିଂସ ଖେଳିଛନ୍ତି । ସେହିପରି ଧନଞ୍ଜୟ ଡି ସିଲଭା ୨୮ ରନ, ୱାନିନ୍ଦୁ ହସରଙ୍ଗା ୩୬ ରନର ଇନିଂସ ଖେଳି ଆଉଟ ହୋଇଥିବାବେଳେ, ଚମିକା କରୁଣାରତ୍ନେ ୧୪ ରନ୍‌ କରିଛନ୍ତି । ବ୍ୟାଟିଂ ପାଇଁ ଆସିଥିବା ଶ୍ରୀଲଙ୍କାର ଅନ୍ୟ କ୍ରିକେଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହି ଶୀଘ୍ର ପାଭଲିୟନ ଫେରିଥିଲେ ।

ସେପଟେ ପାକିସ୍ତାନ ପକ୍ଷରୁ ହରିଶ ରୌଫ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ନସିମ ଶାହା, ସହଦାବ ଖାନ, ଇଫତିଖର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Last Updated : Sep 11, 2022, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.