ETV Bharat / sports

IPL 2022: ପିଛା ଛାଡ଼ୁନି କୋରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ସଂକ୍ରମିତ

author img

By

Published : Apr 20, 2022, 5:25 PM IST

Updated : Apr 20, 2022, 7:59 PM IST

IPL 2022: ପିଛା ଛାଡ଼ୁନି କୋରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ସଂକ୍ରମିତ
IPL 2022: ପିଛା ଛାଡ଼ୁନି କୋରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ସଂକ୍ରମିତ

IPL 2022ରେ ଦିଲ୍ଲୀ କ୍ୟାପିଟାଲ୍ସର କୋରୋନା ଟେନ୍‌ସନ୍‌ କମିବାର ନାଁ ଧରୁନାହିଁ । ବୁଧବାର ପୁଃନର୍ବାର ଜଣେ ବିଦେଶୀ ଖେଳାଳି କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: IPL 2022ରେ ଦିଲ୍ଲୀ କ୍ୟାପିଟାଲ୍ସର କୋରୋନା ଟେନ୍‌ସନ୍‌ କମିବାର ନାଁ ଧରୁନାହିଁ । ବୁଧବାର ପୁଃନର୍ବାର ଜଣେ ବିଦେଶୀ ଖେଳାଳି କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେହି ବିଦେଶୀ ଖେଳାଳି ଜଣକ କିଏ ସେନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

  • An overseas player in the IPL team Delhi Capitals has been found positive in rapid testing. His RT-PCR awaited report is awaited.

    — ANI (@ANI) April 20, 2022 " class="align-text-top noRightClick twitterSection" data=" ">

ବିଦେଶୀ ଖେଳାଳୀଙ୍କ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହାପରେ ତାଙ୍କର RTPCR ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର RTPCR ରିପୋର୍ଟ ଆସିନାହିଁ । ଖେଳାଳିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍‌ ତାଙ୍କର ସ୍ବାସ୍ଥ୍ୟର ଅନୁଧ୍ୟାନ କୁରଛି । ତା ସହିତ ଖେଳାଳିଙ୍କୁ ସଂଗରୋଧରେ ରହିବାକୁ କୁହାଯାଇଛି ।

ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ କ୍ବାରେଣ୍ଟିନରେ ରହିଛି । ସୋମବାର ଦଳର ୩ ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇଥିଲେ । ଏହାପରେ ମଙ୍ଗଳବାର ଏହି ସଂଖ୍ୟା ୫ରେ ପହଞ୍ଚିଥିଲା । ତେବେ ଆଜି(ବୁଧବାର) ପୁଣି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି ।

ଦିଲ୍ଲୀ କ୍ୟାମ୍ପ‌୍‌ରେ କୋରୋନା ସଂକ୍ରମଣ ପରେ ବି ଆଜି(ବୁଧବାର) ହେବାକୁ ଥିବା ପଞ୍ଜାବ ବିପକ୍ଷରେ ମ୍ୟାଚ୍‌ ଖେଳାଯିବ ବୋଲି ସ୍ପଷ୍ଟ କରିଥିଲେ ବିସିସିଆଇ ସଚିବ ଜୟ ଶାହ । ତେବେ ମ୍ୟାଚ୍‌ ଭେନ୍ୟୁରେ ପରିବର୍ତ୍ତନ କରାଯାଇଥିଲା ।

@ANI

Last Updated :Apr 20, 2022, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.