ETV Bharat / sports

ରାହାଣେଙ୍କୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ନେତୃତ୍ବ

author img

By

Published : Nov 12, 2021, 8:44 AM IST

Ajinkya rahane to lead India vs New Zealand  1st test match
ରାହାଣେଙ୍କୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ନେତୃତ୍ବ

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚର ଅଧିନାୟକତ୍ବ କରିବେ ଅଜିଙ୍କ୍ୟ ରାହାଣେ । ଓହରି ଗଲେ ରୋହିତ ଶର୍ମା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କାନପୁରରେ ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚର ଅଧିନାୟକତ୍ବ କରିବେ ଅଜିଙ୍କ୍ୟ ରାହାଣେ । ଟେଷ୍ଟ ଶୃଙ୍ଖଳାରୁ ରୋହିତ୍ ଶର୍ମା ଓହରି ଯିବାକୁ ରାହାଣେଙ୍କୁ ନେତୃତ୍ବ ଦିଆଯାଇଛି । ଗତକାଲି(ଗୁରୁବାର) ଚୟନକର୍ତ୍ତା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ଟେଷ୍ଟ ଶୃଙ୍ଖଳାରୁ ମଧ୍ୟ ଯଶପ୍ରୀତ ବୁମରା, ମହମ୍ମଦ ସାମି, ଋଷଭ ପନ୍ତ ଏବଂ ଶାର୍ଦୁଲ ଠାକୁରଙ୍କୁ ବାଦ୍ ଦିଆଯାଇଛି । ଓପନିଂରେ କେଏଲ ରାହୁଲ୍ ସ୍ଥିତି ବଜାୟ ରଖି ଥିବାବେଳେ ତାଙ୍କ ସହ ଶୁଭମନ ଗିଲ୍ ଏବଂ ମୟଙ୍କ ଅଗ୍ରୱାଲ ସାଥ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଜିଙ୍କ୍ୟ ରାହାଣେ ଏବଂ ହନୁମା ବିହାରୀ ମଧ୍ୟକ୍ରମରେ ରହିବେ । ରିଦ୍ଧିମାନ ସାହା ୱିକେଟ କିପିଂ କରିବେ ।

ମୁମ୍ବାଇରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ କୋହଲି ଦଳକୁ ଫେରିବେ ଏବଂ ଅଧିନାୟକତ୍ବ କରିବେ । ବିସିସିଆଇ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଚୟନ କମିଟି ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇସାରିଛି । ଖୁବଶୀଘ୍ର ଦଳ ଘୋଷଣା କରାଯିବ ।

ବିରାଟ କୋହଲିଙ୍କୁ ବିଶ୍ବ କପ୍ ପରେ ବିଶ୍ରାମ ଦିଆଯାଇଥିବାରୁ ରୋହିତ ଶର୍ମା ନ୍ୟୁଜଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଅଧିନାୟକତ୍ବ କରିଥାନ୍ତେ । ମାତ୍ର ସେ ଏଥିରୁ ଓହରି ଯାଇଛନ୍ତି । ତେଣୁ ଅଜିଙ୍କ୍ୟ ରାହାଣେଙ୍କୁ ନେତୃତ୍ବ ଦେଇଛି ବିସିସିଆଇ । ଅନ୍ୟପଟେ କୋହଲି ଟ୍ବେଣ୍ଟି-ଟ୍ବେଣ୍ଟି ଅଧିନାୟକ ପଦ ଛାଡିବା ପରେ ଦିନିକିଆ ଦଳନ ଅଧିନାୟକ ରହିବା ନେଇ ଚର୍ଚ୍ଚା ହେଉଛି । ଏନେଇ ବିସିସିଆଇ କୋହଲିଙ୍କ ସହ କଥା ହେବା ପରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.