ETV Bharat / sitara

ଚାପୁଡ଼ା ମାରିବା ଘଟଣା: ୱିଲ ସ୍ମିଥଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ଜେଡା, ପୋଷ୍ଟ ଭାଇରାଲ

author img

By

Published : Mar 30, 2022, 12:13 PM IST

ୱିଲ ସ୍ମିଥଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ଜେଡା, ପୋଷ୍ଟ ଭାଇରାଲ
ୱିଲ ସ୍ମିଥଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ଜେଡା, ପୋଷ୍ଟ ଭାଇରାଲ

ୱିଲ ସ୍ମିଥଙ୍କ ପରେ ଏବେ ତାଙ୍କ ପତ୍ନୀ ଜେଡା (Jada Pinkett) ବର୍ତ୍ତମାନ ଚାପୁଡା ମାରିବା ଘଟଣାରେ ମୁହଁ ଖୋଲିଛନ୍ତି । ଜେଡା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ହାଇଦ୍ରାବାଦ: 94 ତମ ଏକାଡେମୀ ପୁରସ୍କାର (ଓସ୍କାର 2022) ସରିବା ପରେ ମଧ୍ୟ ଏହା ଚର୍ଚ୍ଚାରେ ରହିଛି । ଏହାର କାରଣ ହେଉଛି, ହଲିଉଡର ସୁପରଷ୍ଟାର ୱିଲ ସ୍ମିଥ ମନୋରଞ୍ଜନ ଜଗତର ସବୁଠୁ ବଡ ପୁରସ୍କାର ଶୋ’ରେ ଜଣେ ହାସ୍ୟ ଅଭିନେତାଙ୍କୁ ଚାପୁଡ଼ା ମାରିବା । ଏହି ଖବର ସାରା ବିଶ୍ୱରେ ଖେଳିଯାଇଛି । ତେବେ ୱିଲ ସ୍ମିଥ ତାଙ୍କ କାର୍ଯ୍ୟକଳାପ ପାଇଁ ଅନୁତାପ କରିସାରିଛନ୍ତି ଏବଂ ଏଥିପାଇଁ ହାସ୍ୟ ଅଭିନେତା କ୍ରିସ ରକଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି। ୱିଲ ସ୍ମିଥଙ୍କ ପରେ ଏବେ ତାଙ୍କ ପତ୍ନୀ ଜେଡା (Jada Pinkett) ବର୍ତ୍ତମାନ ଏହି ଘଟଣାରେ ମୁହଁ ଖୋଲିଛନ୍ତି ।

ମୁହଁ ଖୋଲିଲେ ଜେଡା

ଜେଡା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ବର୍ତ୍ତମାନ ସେହି ଚାପୁଡ଼ା ଘଟଣା ପରି ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି- 'ଏହା ହେଉଛି ଆରୋଗ୍ୟର ଋତୁ ଅଟେ ଏବଂ ଏଥିପାଇଁ ମୁଁ ଏଠାରେ ଅଛି ।' ତେବେ ଜେଡାଙ୍କ ଏହି ପୋଷ୍ଟ ଚାପୁଡା ଘଟଣା ସହ ଜଡିତ ବୋଲି ଦେଖାଯାଉଛି । ଉକ୍ତ ଘଟଣା ସମୟରେ ଜେଡା (ଚାପୁଡ଼ା ମାରିବା ଘଟଣା) ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ୱିଲ ସ୍ମିଥଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ଜେଡା
ୱିଲ ସ୍ମିଥଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ଜେଡା

ୱିଲ୍ ସ୍ମିଥ କ୍ରିସ୍ ରକଙ୍କୁ ଚାପୁଡ଼ା କାହିଁକି ମାରିଲେ ?

ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଟ୍ ସ୍ମିଥ୍ (Jada Pinkett Smith) ଏହି ଶୋ'ରେ ୱିଲ୍ ସ୍ମିଥଙ୍କ ପାଖରେ ବସିଥିଲେ । ଏହି ସମୟରେ ଷ୍ଟେଜ ଉପରକୁ ଆସିଥିଲେ ଅଭିନେତା ତଥା କମେଡିଆନ୍ କ୍ରିସ୍ ରକ୍ (Chris Rock )। ସେ ଜେଡ଼ାଙ୍କ ମଜାକ୍ ଉଡାଇବା ସହ କହିଥିଲେ ଯେ ସେ ଜେଡାଙ୍କୁ ଜି.ଆଇ. ଜେନ୍ ୨ (G.I. Jane 2) ରେ ଦେଖିବାକୁ ଉତ୍ସାହିତ ଅଛନ୍ତି । ଜେଡାଙ୍କୁ ଏଭଳି ପରିହାସ କରିବା ସ୍ମିଥଙ୍କୁ ପସନ୍ଦ ଆସିନଥିଲା । ଏହି କଥା ଶୁଣିବା ପରେ ସ୍ମିଥ ମଞ୍ଚ ଉପରେ ଚଢି ଖୁବ୍‌ ଜୋରରେ ହୋଷ୍ଟ କ୍ରିସ୍ ରକଙ୍କୁ ଚାପୁଡା ମାରିଥିଲେ । କେବଳ ସେତିକି ନୁହେଁ ମଞ୍ଚରୁ ତଳକୁ ଓହ୍ଲାଇ ଖୁବ୍‌ ଜୋର ପାଟି କରି ସ୍ମିଥ ରକ୍‌ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ସ୍ମିଥ ରକ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ‘ଆଉ ଥରେ ତୁମ ପାଟିରୁ ଯେପରି କେବେ ମୋ ପତ୍ନୀଙ୍କ ନାଁ ମୁଁ ନଶୁଣେ ।’ କ୍ରିସ୍ ମଧ୍ୟ ଉତ୍ତର ଦେଇଥିଲେ କି ଆଉ କେବେ ଏମିତି ଭୁଲ ହେବନି।

ଏହା ବି ପଢନ୍ତୁ: OSCARS 2022: ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

ଜେଡା ପିଙ୍କେଟ କେଉଁ ରୋଗରେ ପୀଡିତ

ଜେଡା ପିଙ୍କେଟ ଜଣେ ସଫଳ ହଲିଉଡ ଅଭିନେତ୍ରୀ । ସେ ଆଲୋପେସିଆ (Alopecia areata) ନାମକ ଏକ ରୋଗରେ ପୀଡିତ ଅଛନ୍ତି। 2018 ରେ ନିଜେ ସୋସିଆଲ ମିଡିଆରେ ପିଙ୍କେଟ ଏ ବିଷୟରେ କହିଥିଲେ । ଆଲୋପେସିଆ ରୋଗରେ, ରୋଗୀର କେଶ ଦ୍ରୁତ ଗତିରେ ଝଡିବା ଆରମ୍ଭ କରେ । କହିବାକୁ ଗଲେ ଦୈନିକ 50 ରୁ 100 କେଶ ଝଡେ । ଅଧିକାଂଶ ସମୟରେ ମୁଣ୍ଡର କିଛି ସ୍ଥାନ ଚନ୍ଦା (bald spots) ଦେଖାଯାଏ । ଏହି ରୋଗ ଯୋଗୁଁ ମାନସିକ ଚାପ (Psychological stress) ବୃଦ୍ଧି ପାଏ । ଏହି ରୋଗରେ ପୁରୁଷ ଓ ମହିଳାମାନେ ସମାନ ଭାବରେ ଆକ୍ରାନ୍ତ ହୁଅନ୍ତି ।

ଏହା ବି ପଢନ୍ତୁ: କ୍ରିସ୍ ରକ୍‌ଙ୍କୁ ଚାପୁଡା ମାରିବା ଘଟଣା: କ୍ଷମା ମାଗିଲେ ୱିଲ୍ ସ୍ମିଥ୍

କ୍ଷମା ମାଗିଲେ ୱିଲ୍ ସ୍ମିଥ

ଓସ୍କାର 2022 (Oscars 2022) ସମାରୋହରେ କ୍ରିସ୍ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିବା ପରେ ୱିଲ୍ ସ୍ମିଥ୍ କ୍ଷମା ମାଗିଛନ୍ତି । ୱିଲ୍ ସ୍ମିଥ୍ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି ଯେ, ସେ ଯାହା କରିଛନ୍ତି ତାହା ଭୁଲ ଅଟେ । କେବଳ ଏତିକି ନୁହେଁ, ଅଭିନେତା ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜିତ ମଧ୍ୟ । ୱିଲ ସ୍ମିଥ ଇନଷ୍ଟାଗ୍ରାମରେ କ୍ଷମା ପ୍ରାର୍ଥନା କରିଛନ୍ତି। ଯେଉଁଥିରେ ଲେଖାଯାଇଛି 'ହିଂସା କୌଣସି ବି ରୂପରେ ବିଷାକ୍ତ ଏବଂ ବିନାଶକାରୀ ହୋଇଥାଏ । ଏକାଡେମୀ ପୁରସ୍କାରରେ ମୋର ଆଚରଣ ଗ୍ରହଣୀୟ ନୁହେଁ । ଜେଡାଙ୍କ ଚିକିତ୍ସା ଅବସ୍ଥାକୁ ପରିହାସ କରିବା ମୋର ସହନଶୀଳତା ବାହାରେ ଥିଲା ଏବଂ ମୁଁ ଭାବୁକ ହୋଇ ରିଆକ୍ଟ କରିଦେଲି । ମୁଁ ମଧ୍ୟ ଏକାଡେମୀ, ଶୋ’ର ନିର୍ମାତା, ସମସ୍ତ ଉପସ୍ଥିତ ବ୍ୟକ୍ତି ଏବଂ ସମଗ୍ର ବିଶ୍ୱରେ ଦେଖୁଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ଷମା ମାଗିବାକୁ ଚାହେଁ । ମୁଁ ୱିଲିୟମ୍ସ ପରିବାର ଏବଂ ମୋର ରାଜା ରିଚାର୍ଡ ପରିବାରକୁ କ୍ଷମା ମାଗିବାକୁ ଚାହୁଁଛି । ମୁଁ ଗଭୀର ଦୁଃଖିତ ଯେ, ମୋର ଏହିଭଳି ଆଚରଣ ଏହି ସୁନ୍ଦର ଯାତ୍ରାରେ ଏକ ଦାଗ ଲାଗିଗଲା । ମୁଁ ଏହା ଉପରେ କାମ କରୁଛି ଏବଂ କରିବି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.