ETV Bharat / sitara

OSCARS 2022: ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

author img

By

Published : Mar 28, 2022, 1:17 PM IST

ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌
ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

ହଲିଉଡ଼ର ଫେମସ ଅଭିନେତା ୱିଲ୍ ସ୍ମିଥ୍ ସୋର ହୋଷ୍ଟ କରୁଥିବା ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ସମସ୍ତଙ୍କ ସାମ୍ନାରେ ମଞ୍ଚ ଉପରେ ମାଡ ମାରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଲସ୍‌ ଏଞ୍ଜଲିସ: ଓସ୍କାର ମଞ୍ଚରେ ମାରପିଟ୍‌ (Oscars 2022 ) । ସର୍ବସମ୍ମୁଖରେ ମଞ୍ଚ ଉପରକୁ ଆସି ହୋଷ୍ଟକୁ ଚାପୁଡା ମାରିଲେ ଅଭିନେତା । ଯହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନେମା ଜଗତର ସବୁଠାରୁ ବଡ ପୁରସ୍କାର ଏକାଡେମୀ ଆୱାର୍ଡ ତଥା ଓସ୍କାର ଇଭେଣ୍ଟରେ ଏମିତି କିଛି ଅଘଟଣ ଘଟିଛି । ହଲିଉଡ଼ର ଫେମସ ଅଭିନେତା ୱିଲ୍ ସ୍ମିଥ୍ ଶୋ’ର ହୋଷ୍ଟ କରୁଥିବା ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ସମସ୍ତଙ୍କ ସାମ୍ନାରେ ମଞ୍ଚ ଉପରେ ମାଡ ମାରିଛନ୍ତି। ଯାହା ଓସ୍କାର ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ହୋଷ୍ଟ କ୍ରିସ୍ ରକ୍ (Chris Rock) ସ୍ମିଥଙ୍କ ପତ୍ନୀଙ୍କ କେଶକୁ ନେଇ କମେଣ୍ଟ କରିଥିଲେ। ଏମିତିକି ସେ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ଏକ ଜୋକ୍‌ ମଧ୍ୟ ଶୁଣାଇଥିଲେ। ଯାହାକୁ ନେଇ ରାଗିଯାଇଥିଲେ ସ୍ମିଥ। ତାଙ୍କ ପତ୍ନୀଙ୍କୁ ନେଇ ଏଭଳି ପରିହାସ କରିବା ସ୍ମିଥଙ୍କୁ ପସନ୍ଦ ଆସିନଥିଲା। ପରେ ସ୍ମିଥ ମଞ୍ଚ ଉପରେ ଚଢି ଖୁବ୍‌ ଜୋରରେ ହୋଷ୍ଟଙ୍କୁ ମାଡ ମାରିଥିଲେ। କେବଳ ସେତିକି ନୁହେଁ ମଞ୍ଚରୁ ତଳକୁ ଓହ୍ଲାଇ ଖୁବ୍‌ ଜୋର ପାଟି କରି ସ୍ମିଥ ରକ୍‌ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ତେବେ ସ୍ମିଥଙ୍କ ଏଭଳି ଚାପୁଡା ମାରିବା କେବଳ ଥଟ୍ଟା ଥିଲା କି ସତ ଘଟଣା ତାହା ଏଯାଏଁ ସ୍ପଷ୍ଟ ହୋଇନି।

  • Here's the moment Chris Rock made a "G.I. Jane 2" joke about Jada Pinkett Smith, prompting Will Smith to punch him and yell, "Leave my wife’s name out of your f--king mouth." #Oscars pic.twitter.com/kHTZXI6kuL

    — Variety (@Variety) March 28, 2022 " class="align-text-top noRightClick twitterSection" data=" ">

ସୂଚନା ମୁତାବିକ, ଫିଲ୍ମ ଜିଆ ଜାନେକୁ ନେଇ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଡ ସ୍ମିଥଙ୍କୁ ଥଟ୍ଟା କରିଥିଲେ ରକ । ରକ କହିଥିଲେ ଯେ, ଜେଡାଙ୍କ ମୁଣ୍ଡରେ ଚୁଟି ନଥିବାରୁ ତାଙ୍କୁ ଉକ୍ତ ଫିଲ୍ମରେ କାମ ମିଳିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପାଇଁ କେବଳ ଜେଡା ନିଜର ମୁଣ୍ଡର ଚୁଟି କାଟିଥିଲେ । ରକ୍‌ଙ୍କ ଏପରି ମଜାଳିଆ କମେଣ୍ଟକୁ ସହ୍ୟ କରିପାରିଥିଲେ ସ୍ମିଥ । ସେ ତାଙ୍କ ସିଟରୁ ଉଠିଯାଇ ହୋଷ୍ଟ ରକଙ୍କୁ ଚାପୁଡ଼ା ମାରିଥିଲେ। ସ୍ମିଥଙ୍କ ଏପରି ବ୍ୟବହାର ପରେ କ୍ରିସ୍ ରକ୍ କିଛି ସମୟ ପାଇଁ ଚୁପ୍‌ ହୋଇଯାଇଥିଲେ। ସ୍ମିଥ ରକ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ‘ଆଉଥରେ ତୁମ ପାଟିରୁ ଯେପରି କେବେ ମୋ ପତ୍ନୀଙ୍କ ନାଁ ମୁଁ ନଶୁଣେ ।’ କ୍ରିସ୍ ମଧ୍ୟ ଉତ୍ତର ଦେଇଥିଲେ କି ଆଉ କେବେ ଏମିତି ଭୁଲ ହେବନି।

ତେବେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି କ୍ଷଣକ ମଧ୍ୟରେ ୱିଲ୍‌ ସ୍ମିଥ ଓ ରକ୍‌ ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ତେବେ ଆୱାର୍ଡ ଗ୍ରହଣ କରିବା ବେଳେ ସ୍ମିଥ କ୍ରିସ ରକ୍‌ଙ୍କୁ ମାଡ ମାରିଥିବା ନେଇ କ୍ଷମା ମାଗିଛନ୍ତି। ଘଟଣାକୁ ନେଇ ସୋସିଆଲ ମିଡିଆରେ ବହୁତ କିଛି କମେଣ୍ଟ ଆସୁଛି ।

ସୂଚନା ମୁତାବକ, ଚଳିତ ଓସ୍କାର ସମାରୋହରେ ୱିଲ୍‌ ସ୍ମିଥଙ୍କୁ ଫିଲ୍ମ ‘କିଙ୍ଗସ ରିଚର୍ଡ’ ପାଇଁ ଶ୍ରେଷ୍ଠ ଅଭିନେତା ରୂପେ ଆୱାର୍ଡ ମିଳିଛି। ଏହି ଫିଲ୍ମଟି ପ୍ରସିଦ୍ଧ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଏବଂ ଭିନସ୍‌ ୱିଲିୟମଙ୍କ ବାପା ରିଚର୍ଡ ୱିଲିୟମ୍ସଙ୍କ ଜୀବନୀ ଉପରେ ଆଧାରିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.