ETV Bharat / sitara

କ୍ରିସ୍ ରକ୍‌ଙ୍କୁ ଚାପୁଡା ମାରିବା ଘଟଣା: କ୍ଷମା ମାଗିଲେ ୱିଲ୍ ସ୍ମିଥ୍

author img

By

Published : Mar 30, 2022, 7:17 AM IST

କ୍ଷମା ମାଗିଲେ ୱିଲ୍ ସ୍ମିଥ୍, ଇନ୍‌ଷ୍ଟାରେ ସେୟାର କଲେ ପୋଷ୍ଟ
କ୍ଷମା ମାଗିଲେ ୱିଲ୍ ସ୍ମିଥ୍, ଇନ୍‌ଷ୍ଟାରେ ସେୟାର କଲେ ପୋଷ୍ଟ

ଓସ୍କାର 2022 (Oscars 2022) ସମାରୋହରେ କ୍ରିସ୍ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିବା ପରେ ୱିଲ୍ ସ୍ମିଥ୍ କ୍ଷମା ମାଗିଛନ୍ତି । ୱିଲ୍ ସ୍ମିଥ୍ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି ଯେ, ସେ ଯାହା କରିଛନ୍ତି ତାହା ଭୁଲ ଅଟେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଓସ୍କାର 2022 (Oscars 2022) ସମାରୋହରେ କ୍ରିସ୍ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିବା ପରେ ୱିଲ୍ ସ୍ମିଥ୍ କ୍ଷମା ମାଗିଛନ୍ତି । ୱିଲ୍ ସ୍ମିଥ୍ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି ଯେ, ସେ ଯାହା କରିଛନ୍ତି ତାହା ଭୁଲ ଅଟେ । କେବଳ ଏତିକି ନୁହେଁ, ଅଭିନେତା ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜିତ ମଧ୍ୟ । ୱିଲ ସ୍ମିଥ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ କ୍ଷମା ପ୍ରାର୍ଥନା କରିଛନ୍ତି। ଯେଉଁଥିରେ ଲେଖାଯାଇଛି 'ହିଂସା କୌଣସି ବି ରୂପରେ ବିଷାକ୍ତ ଏବଂ ବିନାଶକାରୀ ହୋଇଥାଏ । ଗତ ରାତିର ଏକାଡେମୀ ପୁରସ୍କାରରେ ମୋର ଆଚରଣ ଗ୍ରହଣୀୟ ନୁହେଁ । ଜେଡାଙ୍କ ଚିକିତ୍ସା ଅବସ୍ଥାକୁ ପରିହାସ କରିବା ମୋର ସହନଶୀଳତା ବାହାରେ ଥିଲା ଏବଂ ମୁଁ ଭାବୁକ ହୋଇ ରିଆକ୍ଟ କରିଦେଲି ।'

'କ୍ରିସ୍, ମୁଁ ସର୍ବସାଧାରଣରେ କ୍ଷମା ମାଗିବାକୁ ଚାହୁଁଛି । ମୁଁ ଲାଇନ ଅତିକ୍ରମ କରିଦେଇଥିଲି, ମୁଁ ଭୁଲ୍ ଥିଲି । ମୁଁ ଲଜ୍ଜିତ । ପ୍ରେମ ଏବଂ ଦୟାର ଦୁନିଆରେ ହିଂସା ପାଇଁ ସ୍ଥାନ ନାହିଁ । ମୁଁ ମଧ୍ୟ ଏକାଡେମୀ, ଶୋ’ର ନିର୍ମାତା, ସମସ୍ତ ଉପସ୍ଥିତ ବ୍ୟକ୍ତି ଏବଂ ସମଗ୍ର ବିଶ୍ୱରେ ଦେଖୁଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ଷମା ମାଗିବାକୁ ଚାହେଁ । ମୁଁ ୱିଲିୟମ୍ସ ପରିବାର ଏବଂ ମୋର ରାଜା ରିଚାର୍ଡ ପରିବାରକୁ କ୍ଷମା ମାଗିବାକୁ ଚାହୁଁଛି । ମୁଁ ଗଭୀର ଦୁଃଖିତ ଯେ, ମୋର ଏହିଭଳି ଆଚରଣ ଏହି ସୁନ୍ଦର ଯାତ୍ରାରେ ଏକ ଦାଗ ଲାଗିଗଲା । ମୁଁ ଏହା ଉପରେ କାମ କରୁଛି ଏବଂ କରିବି ।'

ସୂଚନାଯୋଗ୍ୟ ଯେ, ଡକ୍ୟୁମେଣ୍ଟାରୀ ଫିଚର୍ ପାଇଁ ଓସ୍କାର ପୁରସ୍କାର ଉପସ୍ଥାପନ କରିବାକୁ କ୍ରିସ୍ ରକ୍ ମଞ୍ଚକୁ ଆସିଥିଲେ । ଏହି ସମୟରେ, କ୍ରିସ୍ ରକ୍ ୱିଲ୍ ସ୍ମିଥଙ୍କ ପତ୍ନୀଙ୍କ କେଶ ଉପରେ ମନ୍ତବ୍ୟ ଦେଇଥିଲେ, ଯେଉଁଥିପାଇଁ ସ୍ମିଥ୍ ରାଗି ଯାଇଥିଲେ । ଏବଂ ସେ ମଞ୍ଚକୁ ଯାଇ କ୍ରିସ୍ ରକ୍‌ଙ୍କ ମୁହଁରେ ଚାପୁଡା ମାରିଥିଲେ । G.I Jane 2 ଫିଲ୍ମକୁ ନେଇ କ୍ରିସ୍ ରକ୍ ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଡ ସ୍ମିଥଙ୍କୁ ପରିହାସ କରିଥିଲେ ।

ଏହା ବି ପଢନ୍ତୁ: OSCARS 2022: ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

ଓସ୍କାର 2022
ଓସ୍କାର 2022

ଜେଡାଙ୍କ କେଶ ଉପରେ ମନ୍ତବ୍ୟ ଦେଇ କ୍ରିସ୍ ରକ୍ କହିଥିଲେ ଯେ, କେଶ ହେତୁ ତାଙ୍କୁ ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମିଳିଛି। ତାଙ୍କ ପତ୍ନୀଙ୍କୁ ନେଇ ଏଭଳି ପରିହାସ କରିବା ସ୍ମିଥଙ୍କୁ ପସନ୍ଦ ଆସିନଥିଲା । ପରେ ସ୍ମିଥ ମଞ୍ଚ ଉପରେ ଚଢି ଖୁବ୍‌ ଜୋରରେ ହୋଷ୍ଟ କ୍ରିସ୍ ରକଙ୍କୁ ମାଡ ମାରିଥିଲେ । କେବଳ ସେତିକି ନୁହେଁ ମଞ୍ଚରୁ ତଳକୁ ଓହ୍ଲାଇ ଖୁବ୍‌ ଜୋର ପାଟି କରି ସ୍ମିଥ ରକ୍‌ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ସ୍ମିଥ ରକ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ‘ଆଉ ଥରେ ତୁମ ପାଟିରୁ ଯେପରି କେବେ ମୋ ପତ୍ନୀଙ୍କ ନାଁ ମୁଁ ନଶୁଣେ ।’ କ୍ରିସ୍ ମଧ୍ୟ ଉତ୍ତର ଦେଇଥିଲେ କି ଆଉ କେବେ ଏମିତି ଭୁଲ ହେବନି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.