ETV Bharat / sitara

ଖେଳ ପରେ ଅଭିନୟ ଦୁନିଆରେ ପଦାର୍ପଣ କରିବେ ସାନିଆ

author img

By

Published : Nov 12, 2020, 4:53 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାନିଆ ମିର୍ଜା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାନିଆ ମିର୍ଜା

ଖେଳ ପରେ ସିନେମା ଜଗତରେ ଦେଖିବାକୁ ମିଳିବ ସାନିଆଙ୍କ ଜଲୱା । ଆଜ୍ଞା ହଁ, ସେ ଖୁବଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଏମଟିଭି ନିଷେଧ ଆଲୋନ ଟୁଗେଦର’ରେ ନଜର ଆସିବେ । ଯକ୍ଷ୍ମା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଶୋ’ର ଲକ୍ଷ୍ୟ ରହିଛି ବୋଲି ଶୁଣିବାକୁ ମିଳୁଛି ।

ମୁମ୍ବାଇ: ଇଣ୍ଟରନ୍ୟାସନାଲ ଟେନିସ୍ ପ୍ଲେୟାର ସାନିଆ ମିର୍ଜାଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଖେଳ ପରେ ସିନେମା ଜଗତରେ ଦେଖିବାକୁ ମିଳିବ ତାଙ୍କ ଜଲୱା । ଆଜ୍ଞା ହଁ, ସେ ଖୁବଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଏମଟିଭି ନିଷେଧ ଆଲୋନ ଟୁଗେଦର’ରେ ନଜର ଆସିବେ । ଯକ୍ଷ୍ମା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଶୋ’ର ଲକ୍ଷ୍ୟ ରହିଛି ବୋଲି ଶୁଣିବାକୁ ମିଳୁଛି ।

‘ଏମଟିଭି ନିଷେଧ’ର ପ୍ରିମିୟର ଏବର୍ଷ ବର୍ଷ ଜାନୁଆରୀରେ ଆରମ୍ଭ ହୋଇଥିଲା । କୋଭିଡ 19 ପାଇଁ ଏହାର ସୁଟିଂ ଘରେ କରିଛନ୍ତି କଳାକାର ।

ସିରିଜ ବିଷୟରେ ଆଲୋଚନା କରି ସାନିଆ ନିକଟରେ କହିଥିଲେ, ‘ଯକ୍ଷ୍ମା ଆମ ଦେଶର ଏକ ଦୀର୍ଘସ୍ଥାୟୀ ସ୍ବାସ୍ଥ୍ୟ ସମସ୍ୟା ଭାବେ ରହିଛି । 30 ବର୍ଷରୁ କମ୍ ବୟସର ରୋଗ ନିର୍ଣ୍ଣୟ ହୋଇଥିବା ବେଳେ ଏହାର ଚାରିପାଖରେ ଥିବା ତ୍ରୁଟିର ମୁକାବିଲା କରିବା ଏବଂ ଏକ ଧାରଣା ପରିବର୍ତ୍ତନ ଆଣିବା ପାଇଁ ଜରୁରୀ ଆବଶ୍ୟକତା ଅଛି । ଏମଟିଭି ନିଷେଧ ଏକ ନିଆରା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହା ବିଷୟରେ ଲୋକଙ୍କୁ ଜଣାଇବ । ଆଜିର ଯୁବକମାନେ ଆମ ଦେଶକୁ ଅସୁବିଧାରେ ପକାଉଥିବା ବିଷୟଗୁଡ଼ିକ ବିଷୟରେ ଅଧିକ ସଚେତନ, ସମ୍ବେଦନଶୀଳ ଏବଂ ସଚେତନ ଅଟନ୍ତି ।’

ପ୍ରକାଶ ଥାଉକି ନଭେମ୍ବରର ଶେଷ ସପ୍ତାହରେ ଏମଟିଭି ଇଣ୍ଡିଆ ଏବଂ ଏମଟିଭି ନିଷେଧର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ପାଞ୍ଚ ଏପିସୋଡ୍ ବିଶିଷ୍ଟ ସିରିଜ୍ ଲଞ୍ଚ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.