ETV Bharat / sitara

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ସିବିଆଇ ପ୍ରଶ୍ନବାଣର ସାମ୍ନା କରିବେ ସିଦ୍ଧାର୍ଥ ପିଠାନୀ

author img

By

Published : Aug 23, 2020, 9:22 AM IST

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ସିବିଆଇ ପ୍ରଶ୍ନବାଣର ସାମ୍ନା କରିବେ ସିଦ୍ଧାର୍ଥ ପିଠାନୀ
ସୁଶାନ୍ତ ସିଂ ମୃତ୍ୟୁ ମାମଲା, ସିବିଆଇ ପ୍ରଶ୍ନବାଣର ସାମ୍ନା କରିବେ ସିଦ୍ଧାର୍ଥ ପିଠାନୀ

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଥିବାରୁ ରବିବାର ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ପୁଣି ଥରେ ପଚରାଉଚରା କରିବାର ସମ୍ଭାବନା ରହିଛି।

ନୂଆଦିଲ୍ଲୀ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମର୍ଡର ମିଷ୍ଟ୍ରି। ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲା ବି ସନ୍ଦେହର ଶେଷ ହେଉନଥିବା ବେଳେ ନିଷ୍କର୍ଷ ବାହାରି ପାରିନି। ତେବେ ପୂର୍ବରୁ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପୂରା ପରିବାରକୁ ଇଡି ଜେରା କରାଯାଇଥିବା ବେଳେ ଏବେ କେସ ସିବିଆଇ ହାତରେ।

ତେବେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଥିବାରୁ ରବିବାର ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ପୁଣି ଥରେ ପଚରାଉଚରା କରିବାର ସମ୍ଭାବନା ରହିଛି।

ସୂଚନାନୁସାରେ, ସିବିଆଇ ଜୁନ୍ 13 ଏବଂ 14 ର ମଧ୍ୟବର୍ତ୍ତୀ ରାତିରେ କଣ ଘଟିଥିଲା ସେ ବିଷୟରେ ପିଠାନିଙ୍କ ଠାରୁ ପ୍ରଶ୍ନ ପଚାରି ଉତ୍ତର ଖୋଜିବାକୁ ଚାହୁଁଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅନ୍ୟତମ ପ୍ରମୁଖ ସାକ୍ଷୀ ସିଦ୍ଧାର୍ଥ ହୋଇଥିବା ବେଳେ ସୁଶାନ୍ତଙ୍କୁ ତାଙ୍କ କୋଠରୀରେ ଝୁଲୁଥିବା ଅବସ୍ଥାରେ ସେ ଦେଖିଥିଲା।

ସିଦ୍ଧାର୍ଥଙ୍କ ବ୍ୟତୀତ ସିବିଆଇ ଆଜି ଡିଆରଡିଓ ଗେଷ୍ଟ ହାଉସରେ ବାନ୍ଦ୍ରାର ପ୍ରମୁଖ ଚାବି ନିର୍ମାତାଙ୍କୁ ପଚରାଉଚରା କରିବାର ସମ୍ଭାବନା ରହିଛି। ଖବର ଅନୁଯାୟୀ, ସିବିଆଇ ଟିମ୍ ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକଙ୍କୁ ଡିଆରଡିଏ ଗେଷ୍ଟ ହାଉସକୁ ପଚରାଉଚରା ପାଇଁ ଡାକିଛି। ଅଶୋକ ସୁଶାନ୍ତଙ୍କ ଜଣେ ପୁରାତନ କର୍ମଚାରୀ ଥିଲେ ଏବଂ ପରେ ସେପ୍ଟେମ୍ବର 2019 ରେ ତାଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ତାଙ୍କୁ କାମରୁ ବାହାର କରାଯାଇଥିଲା।

ଅଶୋକ ସୁଶାନ୍ତ ସିଂଙ୍କ ସହ 2016 ମସିହାରୁ କାର୍ଯ୍ୟ କରିଆସୁଥିଲେ। ଅଶୋକଙ୍କ ବ୍ୟତୀତ ଜାନୁୟାରୀ 2020 ପର୍ଯ୍ୟନ୍ତ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ରାଜତ ମେୱାତୀଙ୍କୁ ମଧ୍ୟ ପଚରାଉଚରା ପାଇଁ କୁହାଯାଇପାରେ। ଶନିବାର ଦିନ ସିବିଆଇ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ବାସଭବନରେ ସିଦ୍ଧାର୍ଥ ପିଠାନୀ ଓ ରୋଷେୟା ନୀରଜ ଉପସ୍ଥିତିରେ ଅଗଷ୍ଟ 13ର ଘଟଣାକୁ ପୁଣି ଥରେ ପ୍ରସ୍ତୁତ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.