ETV Bharat / sitara

ବୁର୍ଜ ଖଲିଫାରେ ସଲମାନ-ଶାହରୁଖଙ୍କ ଫାଇଟ୍

author img

By

Published : Feb 17, 2021, 11:32 AM IST

ଖୁବ ଶୀଘ୍ର ସଲମାନ ଆରମ୍ଭ କରିବେ ‘ପଠାନ’ର ସୁଟିଂ । ଆକ୍ସନ ସିନରେ ଶାହରୁଖଙ୍କ ସହ ହେବ ତାଙ୍କ ମୁହାଁମୁହିଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଏବର୍ଷ ଅନେକ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଅନେକ ବିଗ ବଜେଟ ଫିଲ୍ମ ପରଦାରେ ଦେଖିବେ ଦର୍ଶକ । ଏହି କ୍ରମରେ ସାମିଲ ଅଛି ବହୁ ଚର୍ଚ୍ଚିତ ଫିଲ୍ମ ‘ପଠାନ’ । ଯେଉଁଥିରେ ସୁପରଷ୍ଟାର ଶାହରୁଖ ଖାନ ନଜର ଆସିବେ । ଆଉ ତାଙ୍କ ସହ ଅତିଥି ଅଭିନେତା ରୂପେ ସଲମାନ ଖାନଙ୍କୁ ଦେଖିବାକୁ ମିଳିବ । ଇତିମଧ୍ୟରେ ଫିଲ୍ମ ସୁଟିଂକୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଯାହା ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛି ।

କୁହାଯାଉଛି ଯେ ଏହି ଦୁଇ ସୁପରଷ୍ଟାରଙ୍କ ଆକ୍ସନ ଷ୍ଟଣ୍ଟ ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ । ବିଶ୍ବର ସବୁଠାରୁ ବଡ ଦୁର୍ଗ ବୁର୍ଜ ଖଲିଫାରେ ଶାହରୁଖ ଓ ସଲମାନଙ୍କ ଫାଇଟ୍ ସିନ ସୁଟ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ସେହିପରି ନିକଟରେ ସଲମାନ ସୂଚନା ଦେଇଥିଲେ ଯେ ସେ ‘ପଠାନ’ର ସୁଟିଂ ଶୀଘ୍ର ଆରମ୍ଭ କରିବେ । ଆଉ ଶାହରୁଖଙ୍କ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଜନ ଅବ୍ରାହମ, ଦୀପିକା ପାଦୁକୋନଙ୍କ ନଜର ଆସିବେ ।

ପ୍ରକାଶ ଥାଉକି ‘ପଠାନ’ ବ୍ୟତୀତ ଶାହରୁଖ ଓ ସଲମାନଙ୍କୁ ଶେଷଥର ଫ୍ଲପ୍ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା । ଗୋଟିଏ ଡାନ୍ସ ଆଇଟମରେ ଠୁମକା ଲଗାଇଥିଲେ ଦୁଇ ଖାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.