ETV Bharat / sitara

ବିଦେଶରେ ‘ସ୍ବଦେଶ’ ଗୀତ, ଭାବବିହ୍ବଳ ଶାହରୁଖ

author img

By

Published : Mar 30, 2021, 1:02 PM IST

ଆମେରିକା ନୌସେନା ରାତ୍ରି ଭୋଜନରେ ଭାରତୀୟ ଫିଲ୍ମ ଗୀତ । ଟ୍ବିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଶାହରୁଖ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଆମେରିକାର ନୌସେନା ବଲିଉଡ କିଙ୍ଗ ଶାହାରୁଖ ଖାନଙ୍କ ଫିଲ୍ମ ‘ସ୍ବଦେଶ’ର ଟ୍ରାକ ଗୀତ ‘ୟେ ଜୋ ଦେଶ ହେ ତେରା ସ୍ବଦେଶ ହେ ମେରା’ ଗାଇଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଭାରତର ରାଷ୍ଟ୍ରଦୂତ ତରନ୍‌ଜିତ ସିଂ ସାନ୍ଧୁ ଟ୍ବିଟରରେ ସେୟାର କରିଛନ୍ତି। ବର୍ତ୍ତମାନ ଏହି ଭିଡିଓରେ ଶାହରୁଖ ଏବଂ ଏ.ଆର ରେହମାନଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

କଥାଟି ହେଲା ଯେ ମାର୍ଚ୍ଚ 27 ରାତିରେ ଆମେରିକାର ନୌସେନାର ମୁଖ୍ୟ ନାଭାଲ ଅପରେସନ୍ ଦ୍ବାରା ଦିଆଯାଇଥିବା ରାତ୍ରୀ ଭୋଜନରେ ଆମେରିକାର ନୌସେନା ଏହି ଗୀତ ଗାଇଥିଲେ। ଏହି ଅବସରରେ ନୌସେନା ମୁଖ୍ୟ ମାଇକେଲ ମାର୍ଟିନ ଗିଲଡି ଏବଂ ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ ତରନ୍‌ଜିତ ସିଂ ସାନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ତରନ୍‌ଜିତ ଏହି ଭିଡିଓକୁ ଟ୍ବିଟରରେ ସେୟାର କରି ଲେଖିଥିଲେ, ‘ଏହା ହେଉଛି ବନ୍ଧନ ଯାହା କେବେ ଭାଙ୍ଗି ପାରିବ ନାହିଁ।’

  • 'ये वो बंधन है जो कभी टूट नहीं सकता! This is a friendship bond that cannot be broken ever.' 🇮🇳🇺🇸

    US Navy singing a popular Hindi tune @USNavyCNO 's dinner last night! pic.twitter.com/hfzXsg0cAr

    — Taranjit Singh Sandhu (@SandhuTaranjitS) March 27, 2021 " class="align-text-top noRightClick twitterSection" data=" ">

ଏହା ଭାଇରାଲ ହେବା ପରେ ଭାବବିହ୍ବଳ ହୋଇପଡିଛନ୍ତି ଶାହରୁଖ । ସେ ଟ୍ବିଟ କରି ଲେଖିଛନ୍ତି, ‘ଏହାକୁ ସେୟାର କରିବା ପାଇଁ ଧନ୍ୟବାଦ । ଏହା ବହୁତ ସୁନ୍ଦର । ମୁଁ ପୁଣି ସେହି ସମୟକୁ ଫେରିଯାଇଛି, ଯେବେ ଏହି ଫିଲ୍ମ ନିର୍ମାଣ ହେଉଥିଲା । ଆମେ ସ୍ନେହ ଓ ପ୍ରେମ ସହ ଏହି ଫିଲ୍ମ ନିର୍ମାଣ କରିଥିଲୁ । ଏହି ଗୀତ ଭଳି ଫିଲ୍ମ ଉପରେ ଆମର ବିଶ୍ବାସ ଥିଲା । ଆଶୁତୋଷ ଗୋୱାରିକର, ଏ.ଆର ରେହମାନ, ରୋନି ସ୍କ୍ରୁୱାଲା ଓ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଏହାକୁ ସମ୍ଭବ କରିପାରିଥିଲେ ।’

ଶାହରୁଖଙ୍କ ବ୍ୟତୀତ ରେହମାନ ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ସବୁବେଳେ ସ୍ବଦେଶ କରିବ ରାଜ୍ ।’ ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.