ETV Bharat / sitara

ପୁଣିଥରେ ଡିପ୍ରେସନ ପ୍ରସଙ୍ଗ ବିଷୟରେ ଆଲୋଚନା କଲେ ଆମୀରଙ୍କ ଝିଅ

author img

By

Published : Nov 14, 2020, 12:17 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ଭାଇରାଲ ହେଲା ଇରାଙ୍କ ନୂଆ ଭିଡିଓ । ଡିପ୍ରେସନ କଥା କହି ଜଣାଇଲେ ଲୋକେ ତାଙ୍କୁ କିପରି ଏଥିରୁ ଦୂରେଇ ରହିବାକୁ କହୁଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ କିଛି ଦିନ ହେବ ସୋସିଆଲ ମିଡିଆରେ ନିଜ ଡିପ୍ରେସନ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ସେ ଏଯାବତ ଅନେକ ଭିଡିଓ ପୋଷ୍ଟ କରିସାରିଲେଣି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା । ଇତିମଧ୍ୟରେ ତାଙ୍କର ଆଉ ଏକ ନୂଆ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ପୁଣିଥରେ ଡିପ୍ରେସନ କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଏହି ଭିଡିଓରେ ଇରା କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ପିତାମାତା ଏବଂ କିରନ ମାଉସୀଙ୍କ ସହ ଡିପ୍ରେସନ ବିଷୟରେ କଥାବାର୍ତ୍ତା ହୋଇଥିଲେ। ତେବେ ତାଙ୍କୁ କେଉଁ ପରାର୍ମଶ ସେମାନେ ଦେଇଥିଲେ । ସେହିପରି ସେ ଜଣାଇଛନ୍ତି କିଛି ଲୋକ ତାଙ୍କ ଡିପ୍ରେସନକୁ ନିଜ ନିଜ ହିସାବରେ ଦେଖୁଛନ୍ତି । ଏଥିପାଇଁ ଏକ ଷ୍ଟ୍ରାଟିଜି ଜଣେ ମଣିଷଙ୍କ ଉପରେ କାମ କରୁଥିବା ବେଳେ ଅନ୍ୟ ଉପରେ କରେ ନାହିଁ ।

ନିଜ ବିଷୟରେ କଥା ହୋଇ କହିଛନ୍ତି, ‘ବହୁତ ଲୋକ ମତେ ପଜିଟିଭ ରହିବାକୁ ପରାର୍ମଶ ଦେଉଛନ୍ତି । ଲୋକେ ମତେ ବ୍ୟସ୍ତ ରହିବାକୁ କହୁଛନ୍ତି, ୱାର୍କଆଉଟ କରିବା ସହ ନେଗେଟିଭ ଥଟ୍ସରୁ ଦୂରେଇ ରହିବାକୁ ମଧ୍ୟ ପରାର୍ମଶ ଦେଇଛନ୍ତି । ଏହା ସତ୍ତ୍ବେ ମୁଁ ଏଯାବତ ଚାରି ଜଣ ଡାକ୍ତରଙ୍କୁ ଦେଖାକରିସାରିଲେଣି । ହେଲେ ଏହାର କୌଣସି ସମାଧାନ ମିଳିପାରିନାହିଁ ।’

ପ୍ରକାଶ ଥାଉକି ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଆପଣ ସେହି ବ୍ୟକ୍ତିଙ୍କୁ କଣ କହିବେ ଯିଏ ଡିପ୍ରେସେଡ ଅଛନ୍ତି ଏବଂ ଆପଣଙ୍କୁ ଯଦି ତାଙ୍କ ଡିପ୍ରେସନ ବିଷୟରେ ଜଣାନାହିଁ । ତେବେ ଆପଣ କଣ କହିବେ ? କିମ୍ବା କିଛି କହିବେନି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.