ETV Bharat / sitara

14 ବର୍ଷରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଆମୀରଙ୍କ ଝିଅ

author img

By

Published : Nov 3, 2020, 10:48 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ପୁଣି ଚର୍ଚ୍ଚାରେ ଇରା ଖାନ । ନିକଟରେ ଡିପ୍ରେସନ କଥା କହିବା ସହ ଏବେ ସେ ଯୌନ ଶୋଷଣା ହେବା କଥା ମଧ୍ୟ ସମସ୍ତଙ୍କୁ କହି ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: ବଲିଉଡର ପପୁଲାର ଷ୍ଟାର କିଡ୍ସ ମଧ୍ୟରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଲାଡଲୀ ଇରା ଖାନ ଅନ୍ୟତମ । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଇରା । ଲାଇମଲାଇଟରୁ ଦୂରେଇ ରହୁଥିବା ଇରା କିନ୍ତୁ ପ୍ରାୟତଃ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଆସନ୍ତି । କେତେବେଳେ ଫଟୋଗ୍ରାଫର ସାଜି ତ କେତେବେଳେ ଟାଟୁ ମାଷ୍ଟର ହୋଇ । ହେଲେ ଏବେ ସେ ଭିନ୍ନ କାରଣ ପାଇଁ ପୁଣିଥରେ ଚର୍ଚ୍ଚାରେ । ନିକଟରେ ନିଜ ଡିପ୍ରେସନ କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଇରା ଆଉ ଏକ ଭିଡିଓ ସେୟାର କରି ଯୌନ ଶୋଷଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସେ ଅନେକ କଥା ବଖାଣିଥିଲେ ।

ଯୌନ ଶୋଷଣ ବିଷୟରେ ସେ କହିଥିଲେ, ‘ଯେବେ ମୁଁ 14 ବର୍ଷର ଥିଲି ସେତେବେଳେ ଯୌନ ଶୋଷଣର ଶିକାର ହୋଇଥିଲି । ତେଣୁ କଣ ଘଟୁଛି ମୁଁ ଜାଣିନଥିଲି, କିନ୍ତୁ ଯେତେବେଳେ ଏହା ବିଷୟରେ ମୁଁ ଜାଣିଲି ତେବେ ଏସବୁ ଜିନିଷରୁ ଦୂରକୁ ପଳାଇଥିଲି । ହେଲେ ପରେ ମୁଁ ବହୁତ ଖରାପ ଅନୁବଭ କଲି କାହିଁକି ନାଁ ମୁଁ ଏହା ମୋ ସହିତ ଘଟିବାତୁ ଦେଲି । କିନ୍ତୁ ଏହା ମଧ୍ୟ ଏତେ ବଡ ଧକ୍କା ନୁହେଁ ଯେ ଯାହା ପାଇଁ ମୁଁ ଜୀବନସାରା ଡିପ୍ରେସନରେ ରହିବି। ମୁଁ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମୋର ବନ୍ଧୁ ଏବଂ ପିତାମାତାଙ୍କୁ କହିପାରେ, କିନ୍ତୁ କଣ କହିବି । ସେ ମୋତେ କଣ ପଚାରିବେ? ତେବେ ମୁଁ କଣ କହିବି? ମୋ ମନରେ କୌଣସି ଖରାପ ଘଟଣା ଘଟିନାହିଁ । ଏହି ଚିନ୍ତାଧାରା ମୋତେ ସେମାନଙ୍କ ସହ କଥାବାର୍ତ୍ତା କରିବାରେ ଅଟକାଇ ଦେଇଛି ଏବଂ ସେମାନଙ୍କୁ ଦୂରେଇ ରଖିଛି।’

ପ୍ରକାଶ ଥାଉକି ଇରା ଅନେକ ପ୍ରସଙ୍ଗରେ ମଧ୍ୟ ନିଜ ପ୍ରତିକ୍ରିୟା ଦେଇସାରିଛନ୍ତି । ନିକଟରେ ସେ ହାଲୋୱିନ 2020କୁ ସେଲିବ୍ରେଶନ କରି ନିଜର ଭୟାନକ ଅବତାର ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.