ETV Bharat / sitara

ଶାହରୁଖଙ୍କ ଜନ୍ମଦିନରେ ଫ୍ୟାନ୍ସ ଦାନ କଲେ 5555 କୋଭିଡ କିଟ

author img

By

Published : Nov 2, 2020, 3:21 PM IST

ଶାହରୁଖ ଫ୍ୟାନ୍ସଙ୍କ ନିଆରା ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କିଏ ତାଙ୍କ ଜନ୍ମଦିନକୁ ଖାସ୍ କରିବା ପାଇଁ ବାଣ୍ଟୁଛନ୍ତି କୋଭିଡ କିଟ୍ ତ ଆଉ କିଏ ବୁଲା କୁକୁରଙ୍କୁ ଦେଇଛନ୍ତି ଖାଦ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର କିଙ୍ଗ ଖାନ ଶାହରୁଖଙ୍କ 55ତମ ଜନ୍ମଦିନକୁ ନେଇ ଉତ୍ସାହିତ ଫ୍ୟାନ୍ସ । ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଦିନ କୌଣସି ଉତ୍ସବ ଠୁ କମ ନୁହେଁ । ନିଜ ସୁପରଷ୍ଟାରଙ୍କ ଜନ୍ମଦିନକୁ ଖାସ୍ କରିବା ପାଇଁ ନିଜ ନିଜ ଢଙ୍ଗରେ ସେଲିବ୍ରେଶନ କରିବା ଆରମ୍ଭ କରିଦେଇଛନ୍ତି । ଖାଲି ଏତିକି ନୁହେଁ ଜଣେ ଫ୍ୟାନ କ୍ଲବ ଶାହରୁଖଙ୍କୁ ବର୍ଥଡେର ଖାସ୍ ଉପହାର ମଧ୍ୟ ଦେଇଛନ୍ତି ।

ଆଜ୍ଞା ହଁ, କଥାଟି ହେଲା ଯେ ଏକ ଫ୍ୟାନ ଗ୍ରୁପ୍ ପାଞ୍ଚ ହଜାର ପାଞ୍ଚ ସହ ପଞ୍ଚାବନ କୋଭିଡ କିଟ ଦାନ କରିବାକୁ ଘୋଷଣା କରିଛି । ଶାହରୁଖଙ୍କ ଏହି ଫ୍ୟାନ କ୍ଲବ ଏହା ବିଷୟରେ ଏକ ଟ୍ବିଟ କରି ସୂଚନା ଦେବା ସହ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି ।

  • Here are the Covid Kits prepared by us that we'll be distributing to those in need. We'll be distributing 5555 Covid kits which will include 5555 masks & sanitizers, and meals on the occasion of the 55th Birthday of King Khan ❤️ #HappyBirthdaySRK pic.twitter.com/aTKqaVXBcf

    — Shah Rukh Khan Universe Fan Club (@SRKUniverse) November 1, 2020 " class="align-text-top noRightClick twitterSection" data=" ">

ଏବର୍ଷ କୋରୋନା ମହାମାରୀ ସମୟରେ ଏହି କିଟ୍ ଲୋକଙ୍କର ସବୁଠାରୁ ବଡ ଆବଶ୍ୟକ । ଯାହାକୁ ଦୃଷ୍ଟିରେ ରଖି ଶାହରୁଖଙ୍କୁ ଏପରି ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ଫ୍ୟାନ୍ସ । ତେବେ ଏଥିପାଇଁ ଶାହରୁଖ ବି ଖୁସି । ସବୁବର୍ଷ ତାଙ୍କ ଜନ୍ମଦିନ ପାଳନ କରିବାକୁ ମନ୍ନତ ବଙ୍ଗଳା ପାଖରେ ଫ୍ୟାନ୍ସଙ୍କ ଭିଡ ଜମେ । ହେଲେ ଏଥର ସେ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି ଏମିତି ନକରିବାକୁ । ଆଉ ଘରେ ରହି ତାଙ୍କ ସହ ଭର୍ଚୁଆଲ ସେଲିବ୍ରେଶନ କରିବେ ସମସ୍ତେ ।

ସେହିପରି ଆଉ ଗୋଟିଏ ଫ୍ୟାନ କ୍ଲବ ରାସ୍ତାରେ ବୁଲା କୁକୁରଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଶାହରୁଖଙ୍କ ବର୍ଥଡେ ସେଲିବ୍ରେଶନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.