ETV Bharat / sitara

ଯୁକ୍ତ ଦୁଇ ପରୀକ୍ଷା ଦେବେ ସନ୍ନି ଲିଓନ, ଲିଷ୍ଟର ଟପରେ ଆସିଲା ନାଁ

author img

By

Published : Aug 28, 2020, 1:21 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସନ୍ନିଙ୍କୁ ନେଇ ଆଶ୍ଚର୍ଯ୍ୟକର କଥା କୋଲକାତାର ଏକ କଲେଜରେ ହୋଇଛି । ଯୁକ୍ତ ଦୁଇ ଆବେଦନ ତାଲିକାରେ ତାଙ୍କ ନାମ ସର୍ବପ୍ରଥମ ସ୍ଥାନରେ ଅଛି ।

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଏବେ ତାଙ୍କୁ ନେଇ ନୂଆ ଚହଳ ସୃଷ୍ଟି ହୋଇଛି । ଆଜ୍ଞା ହଁ, କୋଲକାତାର ଏକ କଲେଜର ଅନଲାଇନ ପ୍ରବେଶ ପ୍ରକ୍ରିୟାର ପ୍ରଥମ ମେରିଟ ଲିଷ୍ଟ ଜାରି ହୋଇଥିଲା । ଯେଉଁଥିରେ ସର୍ବ ପ୍ରଥମ ସ୍ଥାନରେ ସନ୍ନିଙ୍କ ନାମ ରଖାଯାଇଛି । ବର୍ତ୍ତମାନ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଚାଲିଛି ।

କୋଲକାତାର ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ଏହି ତାଲିକା ୱେବସାଇଟରେ ପ୍ରକାଶ ପାଇଛି । ଏହି ତାଲିକାରେ ନାମ ସହିତ ଏକ ଆବେଦନ ଆଇଡି ଓ ରୋଲ ନମ୍ବର ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ତାଲିକାରେ ସନ୍ନିଙ୍କ ଶ୍ରେଣୀ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ଚାରୋଟି ବିଷୟରେ 400 କିମ୍ବା ପୂର୍ଣ୍ଣ ମାର୍କ ଦିଆଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବିବାଦ ସେହି ସମୟରେ ବଢିଥିଲା ଯେବେ ଜଣେ କଲେଜ ଅଧିକାରୀ କହିଥିଲେ ଯେ କେହି ଜାଣିଶୁଣି ଏପରି କରି ସନ୍ନିଙ୍କ ନାମ ଟାଇପ କରି ଭୁଲ୍‌ ଆବେଦନ ପଠାଇଥିଲେ । ବର୍ତ୍ତମାନ ଆମେ ଏହାକୁ ସଂଶୋଧନ କରିବାକୁ ସମ୍ପୃକ୍ତ ଭିବାଗକୁ କହିଛୁ । ସେହିପରି ଆମେ ଏହି ଘଟଣାର ଯାଞ୍ଚ ମଧ୍ୟ କରିବୁ । ପ୍ରକାଶ ଥାଉକି ଏହାକୁ ଆଧାର କରି ବର୍ତ୍ତମାନ କଲେଜକୁ ନେଇ ଅନେକ ପ୍ରଶ୍ନବାଚୀ ଉଠାଇଛନ୍ତି ଲୋକେ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.