ETV Bharat / sitara

ଦିଲ୍ଲୀ ହିଂସା: ଅସନ୍ତୋଷ ଅନୁପମ

author img

By

Published : Feb 25, 2020, 11:36 PM IST

anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

ସବୁବେଳେ ସାମାଜିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ରଖୁଥିବା ଅଭିନେତା ଅନୁପମ ଖେର ଦିଲ୍ଲୀ ହିଂସା ଉପରେ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି। ସେ ହେଡ କନଷ୍ଟେବଳ ରତନଲାଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

ମୁମ୍ବାଇ: ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା ହିଂସା ଉପରେ ଅନେକ ବଲିଉଡ ସେଲିବ୍ରିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ହିଂସାରେ ଜଣେ ପୋଲିସ ସହ 7 ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ମଧ୍ୟ ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ ଦେଖିବାକୁ ମିଳୁଛି। ଆଉ ଦିଲ୍ଲୀର ଅନେକ ସ୍ଥାନରେ 144 ଲାଗୁ କରିଦିଆଯାଇଛି। ଏହି ହିଂସା ଉପରେ ବିଶିଷ୍ଟ ଅଭିନେତା ଅନୁପମ ଖେର ଦୁଇଟି ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ସେ ନିଜ ପ୍ରଥମ ଟ୍ବିଟରେ ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳ ରତନଲାଲଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ରତନଲାଲଙ୍କ ହତ୍ୟାରେ ସେ ବହୁତ ଦୁଃଖୀ ଏବଂ ଅସନ୍ତୋଷ। ଅପରାଧୀକୁ ଧର ଏବଂ ଦୋଷୀଙ୍କୁ ଦଣ୍ଡ ଦିଅ। ତାଙ୍କ ପରିବାର ସହିତ ମୋର ସମ୍ବେଦନା ରହିଅଛି।’

ସେହିପରି ସେ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ନିଜ ଜୀବନକୁ ଏତେ ଶସ୍ତା କରନାହିଁ କୌଣସି ଶସ୍ତା ଲୋକ ଖେଳିକି ଚାଲିଯିବ।’ ପ୍ରକାଶ ଥାଉକି ଅନୁପମଙ୍କ ପୂର୍ବରୁ ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ଟ୍ବିଟ କରି ଲେଖିଥିଲେ, ‘ଏତେ ସଂଘର୍ଷ କଣ ପାଇଁ ଯେ ଜଣେ ଶହୀଦ ହୋଇଗଲେ।’ ଅଭିନେତ୍ରୀ ଈଶା ଗୁପ୍ତା, ରିଚା ଚଡ୍ଡା ମଧ୍ୟ ଏହି ମାମଲାରେ ରଖିସାରିଛନ୍ତି ପ୍ରତିକ୍ରିୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.