ETV Bharat / sitara

ରିଆଙ୍କ ପରେ ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥଙ୍କୁ ପଚରାଉଚରା କରିବ ଇଡି

author img

By

Published : Aug 8, 2020, 1:16 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଆସନ୍ତା ସୋମବାର ପୁଣିଥରେ ଇଡି ଅଫିସରେ ହାଜର ହେବେ ରିଆ । ଏହାପୂର୍ବରୁ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରାଯିବ ।

ମୁମ୍ବାଇ: ଶୁକ୍ରବାର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଇଡି କାର୍ଯ୍ୟାଳୟରେ ବୟାନ ରେକର୍ଡ କରାଯାଇଛି । ଆଉ ଶନିବାର ଇଡି ସୁଶାନ୍ତଙ୍କ ଫ୍ଲାଟମେଟ, କ୍ରିଏଟିଭ ମ୍ୟାନେଜ ସିଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିବେ । ତାଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କୁ ଇଡି ତରଫରୁ ସମନ ମଧ୍ୟ ପଠାଯାଇଛି । ସିଦ୍ଧାର୍ଥ ଓ ରିଆ ପରସ୍ପରର ଭଲ ବନ୍ଧୁ ମଧ୍ୟ ।

ଅନ୍ୟପଟେ ରିଆଙ୍କ ଯାଚିକା ଉପରେ ଶନିବାର ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବେ । ଶୁଣିବାକୁ ମିଳୁଛି ଯେ ହୁଏତଃ ମହାରାଷ୍ଟ୍ର ସରକାର ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚର ବିରୋଧ କରିପାରନ୍ତି । ସେହିପରି ଆସନ୍ତା 10 ତାରିଖରେ ପୁଣିଥରେ ରିଆଙ୍କୁ ପଚରାଉଚରା କରିବେ ଇଡି ।

ରିଆଙ୍କ ବ୍ୟତୀତ ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନଜର ଓ ତାଙ୍କ ବର୍ତ୍ତମାନର ମ୍ୟାନେଜର ସୃତି ମୋଦି ଓ ଅନ୍ୟ ଫ୍ଲାଟମେଣ୍ଟ ସାମୁଅଲଙ୍କ ମଧ୍ୟ ବୟାନ ରେକର୍ଡ କରିସାରିଛନ୍ତି ଇଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.