ETV Bharat / sitara

ଭାରତକୁ ସହଯୋଗର ହାତ ବଢାଇଲେ ପିକନିକ, ପ୍ରଶଂସାରେ କ୍ୟାଟ୍

author img

By

Published : May 1, 2021, 1:22 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ବର୍ତ୍ତମାନ ଭାରତର ପରିସ୍ଥିତି ଅସମ୍ଭାଳ । ସେପଟେ ଦେଶବାସୀଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ପ୍ରିୟଙ୍କା ଓ ନିକ । ଅଧିକ ପଢନ୍ତୁ...

ମୁମ୍ବାଇ: ଭାରତରେ ଏବେ ତାଣ୍ଡବ ରଚି ଚାଲିଛି କୋରୋନା ଭାଇରସ୍‌ର ଦ୍ବିତୀୟ ଲହର । ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ରାଜ୍ୟରେ ଲକଡାଉନ, ସଟଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଯାଇଛି । ଏମିତି ପରିସ୍ଥିରେ ଆମେରିକାରେ ଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ ସ୍ବାମୀ ନିକ ଜୋନସଙ୍କ ସହ ମିଶି ଭାରତବାସୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ଏଯାବତ ସେ ଏକ ଅଭିଯାନ ଦ୍ବାରା 2.94 କୋଟି ଟଙ୍କା ଜମା କରିସାରିଛନ୍ତି । ପାଖାପାଖି 7 ହଜାର ଲୋକଙ୍କ ସାହାଯ୍ୟ ଦ୍ବାରା ପ୍ରୟଙ୍କା ଓ ନିକ ଏହି ଟଙ୍କା ଜମା କରିବାରେ ସଫଳ ହୋଇଛନ୍ତି । ସେପଟେ ଦୁଇଜଣଙ୍କ ଏହି ଅଭିଯାନ ଦେଖି ପ୍ରଶଂସା କରିବାରେ ଲାଗିପଡିଛନ୍ତି ବି-ଟାଉନର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ।

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ପ୍ରିୟଙ୍କାଙ୍କ ଅଭିଯାନର ଏକ ଲୋକ ଫଟୋ ସେୟାର କରି ଲେଖିଛନ୍ତି, ‘ଶାନଦାର ଅଭିଯାନ । ଦୁହେଁଙ୍କୁ ମୋର ପ୍ରେମ ଓ ସ୍ନେହ ।’ ସେପଟେ ପ୍ରିୟଙ୍କା ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.