ETV Bharat / sitara

ମଡେଲିଂ ଦୁନିଆରେ ଆମୀରଙ୍କ ଲାଡଲୀ ଇରା

author img

By

Published : Feb 11, 2020, 4:53 PM IST

aamir khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ପୁଣି ସୋସିଆଲ ମିଡିଆରେ ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ନୂଆ ଅବତାର । ଗ୍ଲାମରସ ଫଟୋ ସେୟାର କରି ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ।

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସୁଟିଂରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ କରୀନା କପୁର ଖାନ । ‘ଲାଲ ସିଂ ଚଡ୍ଡା’କୁ ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଇତିମଧ୍ୟରେ ଆମୀରଙ୍କ ଲାଡଲୀ ଇରା ଖାନଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଅଭିନୟ ଦୁନିଆରୁ ଦୂରେଇ ରହିଥିବା ଇରା ମଡଲିଂ ଦୁନିଆରେ ପଦାର୍ପଣ କରିଛନ୍ତି । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆର ନୂଆ ଫଟୋରୁ ଜଣାପଡୁଛି । ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଇରା ଇତିମଧ୍ୟରେ ବୋଲ୍ଡ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋରେ ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । ବର୍ତ୍ତମାନ ତାଙ୍କ ଫଟୋ ଦେଖି ଲାଗୁଛି ଯେ ସେ ମଡେଲିଂ ଦୁନିଆରେ ଡେବ୍ୟୁ କରିଛନ୍ତି । ଫଟୋରେ ତାଙ୍କ ଗ୍ଲାମରସ, ହଟ ଓ ସିଜିଲିଂ ଅବତାର ଦେଖିବାକୁ ମିଳୁଛି । ତାଙ୍କ ଆଉଟଫିଟ ମଧ୍ୟ ଶାନଦାର ନଜର ଆସୁଛି । ଫଟୋରେ ତାଙ୍କ ବନ୍ଧୁ ମଧ୍ୟ ଅଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଇରାଙ୍କ ଏହି ବୋଲ୍ଡ ଅବତାର...

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.