ETV Bharat / science-and-technology

Apple Scary Fast Event 2023 : M3 ଚିପସେଟ୍ ସହ ଲଞ୍ଚହେଲା MacBook Pro-iMac

author img

By ETV Bharat Odisha Team

Published : Oct 31, 2023, 11:59 AM IST

Apple Scary Fast Event 2023
Apple Scary Fast Event 2023

ଆପଲ୍ ନୂଆ M3 ଚିପସେଟ ସହିତ MacBook Pro ଏବଂ iMac ଲାପଟପ୍ ଲଞ୍ଚ କରିଛି । ଏତିକି ରହିଛି ଦାମ୍

ହାଇଦ୍ରାବାଦ: ଆପଲର ଇଭେଣ୍ଟ ଆସିଲେ ସମସ୍ତଙ୍କର ନଜର ତାହା ଉପରେ ରହିଥାଏ । ବିଶେଷ କରି ଯେଉଁମାନେ ଆଇଫୋନ ପ୍ରେମୀ ଥାଆନ୍ତି ସେମାନଙ୍କ ନଜର ଏହି ଆପଲ ଇଭେଣ୍ଟ ଉପରେ ଥାଏ । ତେବେ ଗତକାଲି(ସେମବାର) ଆପଲର ସ୍କାରି ଫାଷ୍ଟ ଇଭେଣ୍ଟ 2023 କାଲିଫର୍ଣ୍ଣିଆର ଆପଲ୍ ମୁଖ୍ୟାଳୟରେ ଆୟୋଜିତ ହୋଇଥିଲା । ତେବେ ଆପଣ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ଆପଲ୍ ନୂଆ M3 ଚିପ୍‌ସେଟ୍‌ ସହିତ MacBook Pro ଏବଂ iMac ଲାପ୍‌ଟପ୍ ଲଞ୍ଚ୍‌ କରିଛି । ଆପଲ୍ ଚଳିତ ବର୍ଷ iMacର 25ତମ ବାର୍ଷିକୀ ପାଳନ କରୁଛି । 1990 ଦଶକରେ ଷ୍ଟିଭ୍‌ ଜବ୍ସଙ୍କ ଦ୍ବାରା ଆପଲର ପ୍ରଥମ ପ୍ରଡକ୍ଟ ଲଞ୍ଚ୍‌ କରାଯାଇଥିଲା । ପୂର୍ବରୁ ମ୍ୟାକ୍‌କୁ ମୌକିଂଟସ କୁହାଯାଉଥିଲା। 1984 ପ୍ରାରମ୍ଭରେ ଏହାର ଉନ୍ମୋଚନ କରାଯାଇଥିଲା ।

ଲଞ୍ଚ ହେଲା M3 ଚିପସେଟ୍: ଆପଲର ଏହି ଲଞ୍ଚ ଇଭେଣ୍ଟରେ କମ୍ପାନୀ ନୂଆ M3 ଚିପସେଟ ଲାଇନ୍ଅପ୍ ଲଞ୍ଚ କରିଛି। ଯେଉଁଥିରେ କମ୍ପାନୀ ପକ୍ଷରୁ M3, M3 Pro ଏବଂ M3 Max ଚିପସେଟ ରଖାଯାଇଛି। ଏହି ଚିପସେଟ M1 ଚିପସେଟ ଠାରୁ 50 ପ୍ରତିଶତ ଏବଂ M2 ଚିପସେଟ ଠାରୁ 30 ପ୍ରତିଶତ ଫାଷ୍ଟ ଅଟେ। ଏହା ବ୍ୟତୀତ ଆପଲ୍ M3 ଚିପସେଟ ସହିତ ନୂଆ ମାକ୍‌ବୁକ୍ ପ୍ରୋ' ଲାପଟପ୍ ମଧ୍ୟ ଲଞ୍ଚ କରିଛି । ତେବେ ଏହା ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ ବୋଲି କମ୍ପାନୀ ପକ୍ଷରୁ ଦାବି କରି କୁହାଯାଇଛି। କୁହାଯାଇଛି ଯେ, ଥରେ ଚାର୍ଜ କରିଲେ 22 ଘଣ୍ଟା ଯାଏଁ କାମ କରିବ। ଏଥିରେ ଦିଆଯାଇଥିବା M3 ମ୍ୟାକ୍ସ ଚିପସେଟ intel Chipଠାରୁ 11 ଗୁଣ ଫାଷ୍ଟ ଅଟେ।

ଏହା ମଧ୍ୟ ପଢନ୍ତୁ: Apple Pencil: USB ଟାଇପ୍ ସି ପୋର୍ଟ ସହିତ ଲଞ୍ଚ ହେଲା ଆପଲ ପେନସିଲ, ଏତିକି ରହିଛି ଦାମ

MacBook Proର ଦାମ: ଆପଲ୍ MacBook Proକୁ ଦୁଇଟି ଭେରିଆଣ୍ଟରେ ଲଞ୍ଚ କରିଛି । 14 ଇଞ୍ଚ୍‌ ମ୍ୟାକବୁକ୍ ପ୍ରୋ' ଦାମ 1599 ଡଲାର(ପ୍ରାୟ 1ଲକ୍ଷ 33ହଜାର) ରହିଥିବା ବେଳେ 16 ଇଞ୍ଚ୍‌ ମ୍ୟାକବୁକ୍ ପ୍ରୋ'ର ଦାମ୍ 1999 ଡଲାର(ପ୍ରାୟ 1 ଲକ୍ଷ 66 ହଜାର) ରହିଛି । ତେବେ ଏହି ମ୍ୟାକ ବୁକ୍‌ ପ୍ରୋ'କୁ କମ୍ପାନୀ ସ୍ପେସ୍‌ ବ୍ଲାକ ରଙ୍ଗରେ ଲଞ୍ଚ କରିଛି । ଏହାର ଅର୍ଥ ଫିକା କଳା ରଙ୍ଗ ଅଟେ । ତେବେ ଏଥିରେ ଆଲୁମିନିୟମ ଫିନିସ ଦିଆଯାଇଛି । ଏହା ବ୍ୟତୀତ ନୂତନ ମ୍ୟାକ୍ବୁକ୍ ପ୍ରୋରେ ମ୍ୟାଜିକ୍ କିବୋର୍ଡ୍, ମ୍ୟାଜିକ୍ ଟ୍ରାକପ୍ୟାଡ୍ ଏବଂ ମ୍ୟାଜିକ୍ ମାଉସ୍ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଆପଲ୍ ଏହି ଲାପଟପ୍‌ରେ USB ଟାଇପ୍ ସି' ପୋର୍ଟ ଦେଇ ନାହିଁ ।

ଲଞ୍ଚ ହେଲା ନୂଆ iMac: ଆପଲ୍ ଏହି ଇଭେଣ୍ଟରେ ଏକ 24-ଇଞ୍ଚ୍ iMac ମଧ୍ୟ ଲଞ୍ଚ୍‌ କରିଛି । ଯେଉଁଥିରେ ଆପଲ୍ 4.5KRetina ଡିସ୍‌ ପ୍ଲେ' ଏବଂ 24GB RAM ଏବଂ 1TB ଷ୍ଟୋରେଜ୍‌ ଦେଇଛି । ଆପଲ୍ iMacକୁ କମ୍ପାନୀ 1299 ଡଲାରରେ ଲଞ୍ଚ କରିଛି । ଆଜି ଆଇମ୍ୟାକ୍‌ର ପ୍ରିବୁକିଂ ଆରମ୍ଭ ହେବ ଏବଂ ଏହାର ଡେଲିଭରି ଆସନ୍ତା ସପ୍ତାହରେ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.