ETV Bharat / science-and-technology

ChatGPT Blocked: ଉପକରଣରେ ଚାଟ୍‌ଜିପିଟି ବ୍ୟବହାର ନିଷିଦ୍ଧ କଲା ଏହି କମ୍ପାନୀ

author img

By

Published : May 3, 2023, 5:28 PM IST

ChatGPT
ChatGPT

ଚାଟ୍‌ଜିପିଟିର ବହୁଳ ବ୍ୟବହାର ମଧ୍ୟରେ ଏକ କମ୍ପାନୀ ତା'ର ସମସ୍ତ ଉପକରଣରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଚାଟ୍‌ଜିପିଟିର ବ୍ୟବହାର ବୃଦ୍ଧି ପୈଉଛି । ଏହି କୃତ୍ରିମ ଜ୍ଞାନକୌଶଳର ଚମତ୍କାରିତାରେ ଆଶ୍ଚର୍ଯ୍ୟ ମାନବ ସମାଜ । ଚୁଟ୍‌କିରେ ସମସ୍ତ ଦ୍ବନ୍ଦ୍ବକୁ ସମାଧାନ କରି ଦେଉଛି ଏହି ଟେକ୍ନୋଲୋଜି । ଏପରିକି ମାନବର କାର୍ଯ୍ୟଭାରକୁ ମଧ୍ୟ ହାଲୁକା କରୁଛି । ହେଲେ ଏହାରି ମଧ୍ୟରେ ଏକ କମ୍ପାନୀ ଚାଟ୍‌ଜିପିଟିର ବ୍ୟବହାର ଉପରେ ରୋକ୍ ଲଗାଇଛି । ଆଉ ସେହି ବୈଷୟିକ କମ୍ପାନୀ ହେଉଛି ସାମସଙ୍ଗ । ସାମସଙ୍ଗ, ଡିଭାଇସରେ ଚାଟ୍‌ଜିପିଟି ଭଳି ଜେନେରେଟିଭ୍ ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଉପକରଣ ବ୍ୟବହାରକୁ ବ୍ଲକ୍ କରି ଦେଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- ବିଶ୍ବର ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର Google Chrome, ଦ୍ବିତୀୟରେ Safari

ଟେକ୍ କ୍ରଞ୍ଚ ଅନୁଯାୟୀ, ଗତ ମାସରେ ସାମସଙ୍ଗର ସମ୍ବେଦନଶୀଳ ତଥ୍ୟ(ସେନ୍ସିଟିଭ୍ ରିପୋର୍ଟ) ହଠାତ୍ ଚାଟ୍‌ଜିପିଟିରେ ଲିକ୍ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବ ରିପୋର୍ଟ ଅନୁଯାୟୀ, ସାମସଙ୍ଗର ସେମିକଣ୍ଡକ୍ଟର ଡିଭିଜନ୍ ଇଞ୍ଜିନିୟର୍‌ମାନଙ୍କୁ ଚାଟ୍‌ଜିପିଟି ବ୍ୟବହାର କରିବାକୁ ଅନୁମତି ଦେବାର କିଛି ସମୟ ପରେ ଅତି କମରେ ତିନିଥର ଗୁପ୍ତ ତଥ୍ୟ ଲିକ୍ ହୋଇଥିଲା । ବର୍ତ୍ତମାନ, କମ୍ପାନୀ ChatGPT ଏବଂ ଅନ୍ୟାନ୍ୟ AI ସେବାକୁ ଯେପରିକି ମାଇକ୍ରୋସଫ୍ଟର ୱିଙ୍ଗ୍ ଏବଂ ଗୁଗୁଲର ବାର୍ଡ କମ୍ପାନୀରେ କମ୍ପ୍ୟୁଟର, ଟାବଲେଟ୍ ଏବଂ ଫୋନ୍‌ରେ ବ୍ୟବହାର ମଧ୍ୟ ନିଷେଧ କରିଛି ।

ଏହା ମଧ୍ୟ ପଢନ୍ତୁ:- ଡାକ୍ତରଙ୍କ ଚମତ୍କାରିତା, କ୍ୟାନସର୍ ରୋଗୀଙ୍କ ଜିଭରେ କଲେ ବିରଳ ଅସ୍ତ୍ରୋପଚାର

ଅନ୍ୟ ସଂଯୁକ୍ତ ଉପକରଣଗୁଡ଼ିକ ପ୍ରଭାବିତ ହେବ ନାହିଁ ବୋଲି କମ୍ପାନୀ କହିଛି । ସାମସଙ୍ଗ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିନାହିଁ । ବ୍ଲୁମବର୍ଗ ଦ୍ବାରା ଦେଖାଯାଇଥିବା ଏକ ମେମୋ ଅନୁଯାୟୀ, କର୍ମଚାରୀଙ୍କ ଉତ୍ପାଦକତା ଏବଂ ଦକ୍ଷତା ବୃଦ୍ଧି ପାଇଁ ଜେନେରେଟିଭ୍ ଏଆଇକୁ ସୁରକ୍ଷିତ ଭାବରେ ବ୍ୟବହାର କରିବା ପାଇଁ କାର୍ଯ୍ୟପନ୍ଥା ଆପଣାଇବ । ଯେପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ହୋଇନାହିଁ, ସେପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ରହିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- ମସ୍ତିଷ୍କ ରୋଗ ଆଲଜାଇମର୍ କଣ, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ

ଡାଟା ଲିକ୍ ପରେ ସାମସଙ୍ଗ ଅନ୍ୟତ୍ର ଜେନେରେଟିଭ୍ AI ଉପକରଣ ବ୍ୟବହାର କରୁଥିବା କର୍ମଚାରୀଙ୍କୁ କହିଛି ଯେ, କୈଣସି କମ୍ପାନୀ ସମ୍ବନ୍ଧୀୟ ସୂଚନା କିମ୍ବା ବ୍ୟକ୍ତିଗତ ତଥ୍ୟ ଦାଖଲ କରନ୍ତୁ ନାହିଁ । ତେବେ 'ସଫ୍ଟୱେର୍ ବିକାଶ ଏବଂ ଅନୁବାଦ' ପାଇଁ ସାମସଙ୍ଗ ନିଜର ଘରୋଇ AI ଉପକରଣଗୁଡ଼ିକୁ ବିକଶିତ କରୁଛି ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.