ETV Bharat / science-and-technology

ବିଶ୍ବର ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର Google Chrome, ଦ୍ବିତୀୟରେ Safari

author img

By

Published : May 3, 2023, 4:31 PM IST

Google Chrome
Google Chrome

ରିପୋର୍ଟ ପ୍ରକାଶ କଲା ୱେବ୍‌ ଆନାଲିଟିକ୍ସ ସର୍ଭିସ ଷ୍ଟାଟକାଉଣ୍ଟର । ଗୁଗୁଲ କ୍ରୋମ ଦୁନିଆର ସବୁଠାରୁ ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗୁଗୁଲ କ୍ରୋମ ଦୁନିଆର ସବୁଠାରୁ ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର । ୱେବ ଆନାଲିଟିକ୍ସ ସର୍ଭିସ ଷ୍ଟାଟକାଉଣ୍ଟର ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗୁଗୁଲ୍ କ୍ରୋମ୍ ହେଉଛି ଦୁନିଆର ଲୋକପ୍ରିୟ ଡେସ୍କଟପ୍ ବ୍ରାଉଜର୍ । ଦ୍ବିତୀୟରେ ରହିଛି ଆପଲର ସଫାରି ବ୍ରାଉଜର । ତଥ୍ୟ ଅନୁସାରେ, ଗତ 12 ମାସ ମଧ୍ୟରେ ବିଶ୍ବର 66.13 ପ୍ରତିଶତ ଉପଭୋକ୍ତା କ୍ରୋମ ଡେସ୍କ୍‌ଟପ୍‌ କମ୍ପ୍ୟୁଟରରେ ବ୍ୟବହୃତ ହେଉଥିବାବେଳେ ସଫାରି 11.87 ପ୍ରତିଶତ ଡେସ୍କଟପ୍ କମ୍ପ୍ୟୁଟରରେ ବ୍ୟବହୃତ ହୋଇଛି ।

ମାଇକ୍ରୋସଫ୍ଟ ଏଜ୍ ବ୍ରାଉଜର୍ 11 ପ୍ରତିଶତ ସହିତ ତୃତୀୟ ସ୍ଥାନରେ ଏବଂ ମୋଜିଲ୍ଲାର ଫାୟାରଫକ୍ସ 5.65 ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଛି । ଅପେରା ବ୍ରାଉଜର୍ 3.09 ପ୍ରତିଶତ ସେୟାର୍ ସହ ପଞ୍ଚମ ସ୍ଥାନରେ ଏବଂ ଇଣ୍ଟରନେଟ୍ ଏକ୍ସପ୍ଲୋରର 0.55 ପ୍ରତିଶତ ସେୟାର୍ ସହ ଷଷ୍ଠ ସ୍ଥାନରେ ଅଛି । ତେବେ ଏହି ସଂଖ୍ୟା ଭାରତରେ ସାମାନ୍ୟ ଭିନ୍ନ । କ୍ରୋମ, ବିଶ୍ବର ସବୁଠାରୁ ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର ଭାବରେ 90.4 ପ୍ରତିଶତ ବଜାର ସେୟାର୍ ସହିତ ଭାରତରେ ଚାର୍ଟରେ ଶୀର୍ଷରେ ରହିଆସିଛି, ଦ୍ୱିତୀୟ ସ୍ଥାନରେ ଭାରତରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ଏହି ରୋଗ ଥରେ ହେଲେ ଜୀବନ ତମାମ ଆବଶ୍ୟକ ପଡେ ରକ୍ତ

3.64 ପ୍ରତିଶତ ବଜାର ସେୟାର୍ ସହ ଫାୟାରଫକ୍ସ ଦ୍ବିତୀୟ ସ୍ଥାନରେ ରହିଛି । ଭାରତରେ ମଧ୍ୟ ଏଗଡେ 3.48 ପ୍ରତିଶତ ସେୟାର୍ ସହିତ ତୃତୀୟ ସ୍ଥାନ ହାସଲ କରି ଥିବାବେଳେ ଅପେରା 1.19 ପ୍ରତିଶତ ସେୟାର୍ ସହିତ ଚତୁର୍ଥ ସ୍ଥାନରେ ରହିଛି । ଆପଲର ସଫାରି କେବଳ 1.01 ପ୍ରତିଶତ ବଜାର ସେୟାର୍ ସହ ପଞ୍ଚମ ସ୍ଥାନ ଅଧିକାର କରିଛି । ଇଣ୍ଟରନେଟ ଏକ୍ସପ୍ଲୋରର 0.11 ପ୍ରତିଶତ ବଜାର ସେୟାର୍ ଭାରତରେ ଷଷ୍ଠ ସ୍ଥାନରେ ରହିଛି । ଉପଭୋକ୍ତାମାନଙ୍କୁ ସାଇବର କ୍ରାଇମ୍‌ରୁ ରକ୍ଷା କରିବା ପାଇଁ ନିକଟରେ ହୋଇଥିବା ଏକ ପ୍ରୟାସରେ ଗୁଗୁଲ କୁଖ୍ୟାତ କ୍ରିପ୍ଟବଟ୍ ମାଲୱେର୍‌କୁ ଅବରୋଧ କରିଛି ।

ଏଥିରେ ଗତ ବର୍ଷ ମଧ୍ୟରେ ଲକ୍ଷାଧିକ କ୍ରୋମ୍ ବ୍ରାଉଜର ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇଥିବା କମ୍ପାନୀ କହିଛି । କମ୍ପାନୀର କହିବାନୁସାରେ, କ୍ରିପ୍ଟବଟ୍ ହେଉଛି ଏକ ପ୍ରକାର ମାଲୱେର୍ ଯାହାକୁ ପ୍ରାୟତଃ ଇନଫୋସ୍ଟେଲର୍ କୁହାଯାଏ । କାରଣ ଏହା ଅପରାଧ ପ୍ରଭାବିତ ବ୍ୟକ୍ତିଙ୍କୁ କମ୍ପ୍ୟୁଟରରୁ ପ୍ରାମାଣିକିକରଣ ପ୍ରମାଣପତ୍ର, ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଲଗଇନ୍, କ୍ରିପ୍ଟୋକରେନ୍ସି ୱାଲେଟ୍ ଏବଂ ଅନ୍ୟାନ୍ୟ ଜିନିଷରୁ ଚିହ୍ନଟ ତଥା ଚୋରି କରିବା ପାଇଁ ଡିଜାଇନ୍ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.