ETV Bharat / sukhibhava

ଡାକ୍ତରଙ୍କ ଚମତ୍କାରିତା, କ୍ୟାନସର୍ ରୋଗୀଙ୍କ ଜିଭରେ କଲେ ବିରଳ ଅସ୍ତ୍ରୋପଚାର

author img

By

Published : May 3, 2023, 10:48 AM IST

microvascular surgery
microvascular surgery

ଜିଭରେ ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଲେ ଉତ୍ତର ପ୍ରଦେଶ ଡାକ୍ତର । ପ୍ରଥମ ଥର ପାଇଁ ଏହି ସର୍ଜରୀ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଚିକିତ୍ସା କ୍ଷେତ୍ରକୁ ବଡ ଉପଲବ୍ଧି । ଜିଭରେ ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଲେ ଉତ୍ତର ପ୍ରଦେଶ ଡାକ୍ତର । ପ୍ରଥମ ଥର ପାଇଁ ଫ୍ରି ରେଡିଆଲ୍ ଆର୍ଟେରୀ ଫୋର୍‌ଆର୍ମ ଫ୍ଲାପ୍ ସହିତ ଜିଭର ପୁନଃନିର୍ମାଣ ପାଇଁ ମାଇକ୍ରୋଭସ୍କୁଲାର୍ ସର୍ଜରୀ କରାଯାଇଛି । ଉତ୍ତର ପ୍ରଦେଶ କଲ୍ୟାଣ ସିଂ ସୁପର ସ୍ପେସିଆଲିଟି କ୍ୟାନସର ପ୍ରତିଷ୍ଠାନର ଡାକ୍ତରମାନେ ଏହି ବିରଳ ସର୍ଜରୀ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- ଦୂର ହେବ ଭୁଲା ରୋଗ ଆଲଜାଇମର୍ ! ଏହି ଉପାୟ ଆବିଷ୍କାର କଲେ ବୈଜ୍ଞାନିକ

ସବୁଠୁ ବଡ କଥା ହେଉଛି କି, ସର୍ଜରୀ ହୋଇଥିବା ଡାକ୍ତରଙ୍କର ବିଭିନ୍ନ ରୋଗ ଥିବା ସହ ତାଙ୍କ ଜିଭରେ କର୍କଟ ହୋଇଥିଲା । ରୋଗ ଚିହ୍ନଟ ହେବା ପରେ ପ୍ରାଥମିକ ଟ୍ୟୁମରର ରିଜେକସନ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଇନ୍ଦୁ ଶୁକ୍ଲା ଏବଂ ପ୍ଲାଷ୍ଟିକ୍ ଆଣ୍ଡ୍ ରିକନଷ୍ଟ୍ରକ୍ଟିକଭ୍ ସର୍ଜରୀ ସହକାରୀ ପ୍ରଫେସର ଡକ୍ଟର ମୁକତା ଭର୍ମାଙ୍କ ତତ୍ତ୍ବାବଧାନରେ ଏହି ଅପରେସନ୍ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଯକୃତକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ

ସୂଚନା ଅନୁସାରେ, ଜଣେ 56 ବର୍ଷ ବୟସ୍କ ପୁରୁଷ ରୋଗୀ ପ୍ରାୟ ଚାରିମାସ ଧରି ଜିଭର ବାମ ପାର୍ଶ୍ୱ ଅଗ୍ରଭାଗରେ ଯନ୍ତ୍ରଣା ସହ ଅଲ୍ସର୍ ଠିକ୍ ହୋଇନଥିବା କହିଥିଲେ । ପରୀକ୍ଷା ନୀରିକ୍ଷା ପରେ ତାଙ୍କ ଜିଭରେ କ୍ୟାନ୍‌ସର ହୋଇଯାଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏହାପରେ ଜିଭରେ ସର୍ଜରୀ ନେଇ ନିଷ୍ପତ୍ତି ନିଆଯାଇଥିଲା । ଅପ୍ରେଲ୍ 27ରେ ତାଙ୍କର ଟଙ୍ଗ୍‌ ସର୍ଜରୀ ହୋଇଥିଲା । ଫ୍ରି ରେଡିଆଲ୍ ଆର୍ଟେରୀ ଫୋର୍‌ଆର୍ମ ଫ୍ଲାପ୍(ମାଇକ୍ରୋଭାସ୍କୁଲାର୍ କୌଶଳ) ସାହାଯ୍ୟରେ ତାଙ୍କ ଜିଭକୁ ରିକନ୍‌ଷ୍ଟ୍ରକ୍ଟ(ପୁନଃନିର୍ମାଣ) କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ମସ୍ତିଷ୍କ ରୋଗ ଆଲଜାଇମର୍ କଣ, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ

ସୂଚନା ଅନୁସାରେ ସମ୍ପୃକ୍ତ ରୋଗୀଙ୍କର ମଧୁମେହ ରହିଛି । ଏହା ସହ ସେ କ୍ରନିକ୍ ଲିଭର୍ ଡିଜିଜ୍‌ରେ ମଧ୍ୟ ପୀଡିତ । ତଥାପି ଅସ୍ତ୍ରୋପଚାର ସଫଳ ହେବା ସହ ରୋଗୀ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ରୋଗୀଙ୍କର ସ୍ବାସ୍ଥ୍ୟରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ସହ ଯଦି ସେ ଆରୋଗ୍ୟ ହୋଇଯାଆନ୍ତି, ତେବେ ଜିଭ କର୍କଟ ଦୂର କରିବା କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ନୂଆ ସଫଳତା ମିଳିବ ନିଶ୍ଚୟ ।

ଏହା ମଧ୍ୟ ପଢନ୍ତୁ:- AIIMS ଡାକ୍ତରଙ୍କ କମାଲ୍, ଗର୍ଭସ୍ଥ ଶିଶୁର ହୃଦୟରେ କଲେ ବିରଳ ଚିକିତ୍ସା

କହି ରଖୁଛୁ ଯେ, ଏହିପରି ବିରଳ ସର୍ଜରୀ କରି ପ୍ରଶଂସାର ପାତ୍ର ହୋଇଛନ୍ତି ଭାରତୀୟ ଡାକ୍ତର । ନିକଟରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ଭୃଣରେ ସର୍ଜରୀ କରିଥିଲେ । ଗର୍ଭସ୍ଥ ଭୃଣରେ ଅଙ୍ଗୁର ଆକାରର ହୃଦୟ ଭଲଭ୍‌କୁ ଖୋଲିବାରେ ସଫଳ ହୋଇଥିଲେ ଏମ୍ସ ଚିକିତ୍ସକ । ଏହି ଘଟଣା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତରଙ୍କୁ ସାବାସୀ ଜଣାଇଥିଲେ । ଚିକିତ୍ସା କ୍ଷେତ୍ରରେ ଏହି ଅଗ୍ରଗତି ନିଶ୍ଚତ ରୂପେ ଭାରତର ଅଭିବୃଦ୍ଧିକୁ ଆଗକୁ ନେଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.