ETV Bharat / sukhibhava

ଯକୃତକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ

author img

By

Published : May 3, 2023, 8:31 AM IST

ଅତ୍ୟଧିକ ଫାଷ୍ଟ ଫୁଡ୍ ଖାଉଥିଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ କେବଳ ପେଟ ସମସ୍ୟା କରେ ନାହିଁ, ଯକୃତକୁ ମଧ୍ୟ କ୍ଷତି ପହଞ୍ଚାଏ । ଅଧିକ ପଢନ୍ତୁ

liver damage
liver damage

ୱାଶିଂଟନ: ଅଧିକ ମସଲା ଯୁକ୍ତ କିମ୍ବା ଫାଷ୍ଟ୍ ଫୁଡ୍ ଆମ ଶରୀର ପାଇଁ କେତେ କ୍ଷତିକାର ତାହା ଆମ ସମସ୍ତଙ୍କୁ ଜଣା । ତଥାପି ବର୍ତ୍ତମାନର ଯୁବପିଢି ଏସବୁ ଖାଦ୍ୟର ନିଶାରେ ମସଗୁଲ୍ । ଏସବୁ ଖାଦ୍ୟ ଆମ ପାକସ୍ଥଳୀ ସ୍ବାସ୍ଥ୍ୟକୁ ବିଗାଡି ଦିଏ ବୋଲି ଜାଣିଥିବେ, ହେଲେ ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଅତ୍ୟଧିକ ଫାଷ୍ଟ ଫୁଡ୍ ଖାଇବା ଦ୍ବାରା ଯକୃତ ରୋଗ ମଧ୍ୟ ହୋଇଥାଏ ବୋଲି ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ ।

ଅଧ୍ୟୟନରୁ ଜଣାପଡିଛି ଯେ, ଫାଷ୍ଟଫୁଡ ଖାଇବା ଅଣ-ମଦ୍ୟପ ଫ୍ୟାଟି ଲିଭର ରୋଗ ସହିତ ଜଡିତ । ଏହା ଯକୃତରେ ଚର୍ବି ସୃଷ୍ଟି କରିଥାଏ, ଯାହା ଜୀବନ ପ୍ରତି ମଧ୍ୟ ବିପଦ ଆଣିଦେବ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ମେଦବହୁଳତା କିମ୍ବା ମଧୁମେହ ରୋଗୀ ଯେଉଁମାନେ ଫାଷ୍ଟଫୁଡରୁ ଦୈନିକ 20% କିମ୍ବା ଅଧିକ କ୍ୟାଲୋରୀ ଗ୍ରହଣ କରୁଛନ୍ତି, ସେମାନଙ୍କ ଫାଷ୍ଟଫୁଡ୍ କମ୍ କିମ୍ବା ନଥିବା ଲୋକଙ୍କ ତୁଳନାରେ ଯକୃତରେ ଚର୍ବିର ମାତ୍ରା ଅଧିକ ବଢିଛି ।

ଏହା ମଧ୍ୟ ପଢନ୍ତୁ:- ଏହି ପ୍ରାକୃତିକ ଚିକିତ୍ସା ଉପାୟରେ ଦୂର କରନ୍ତୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଅଧ୍ୟୟନର ମୁଖ୍ୟ ଲେଖକ ଅନି କରଦାସିୟାନ୍ କହିଛନ୍ତି ଯେ, ସୁସ୍ଥ ଯକୃତରେ ଅଳ୍ପ ପରିମାଣର ଚର୍ବି ରହିଥାଏ, ସାଧାରଣତ 5 ପ୍ରତିଶତରୁ କମ୍ ଏବଂ ମଧ୍ୟମ ମାତ୍ରାରେ ଚର୍ବି ମଧ୍ୟ ଅଣ-ମଦ୍ୟପ ଫ୍ୟାଟି ଲିଭର ରୋଗର କାରଣ ହୋଇପାରେ । କିନ୍ତୁ ମେଦବହୁଳତା କିମ୍ବା ମଧୁମେହ ରୋଗୀଙ୍କ ମଧ୍ୟରେ ଯକୃତର ଚର୍ବିର ମାତ୍ରା ବୃଦ୍ଧି ସମ୍ବେଦନଶୀଳତା ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି ।

ପୂର୍ବ ଅନୁସନ୍ଧାନରେ ଫାଷ୍ଟଫୁଡ୍, ମେଦବହୁଳତା ଏବଂ ମଧୁମେହ ମଧ୍ୟରେ ଏକ ଲିଙ୍କ୍ ଦେଖାଯାଇ ଥିବାବେଳେ, କାରଦାସିଆନ୍‌ଙ୍କ ଅନୁଯାୟୀ ଫାଷ୍ଟଫୁଡର ଯକୃତ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପ୍ରଦର୍ଶନ ଏହା ପ୍ରଥମ ଅଧ୍ୟୟନ ମଧ୍ୟରୁ ଅନ୍ୟତମ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଅପେକ୍ଷାକୃତ ସାମାନ୍ୟ ପରିମାଣର ଫାଷ୍ଟଫୁଡ୍ ସେବନ ଯକୃତକୁ କ୍ଷତି ପହଞ୍ଚାଇପାରେ । ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ରେସ୍ତୋରାଁରେ ଦିନକୁ ଥରେ ଭୋଜନ କରନ୍ତି, ତେବେ ତାଙ୍କ ଯକୃତ ସ୍ବାସ୍ଥ୍ୟ ବିପଦରେ ପଡିପାରେ ।

ଅନୁସନ୍ଧାନରେ ସାମିଲ୍ ହୋଇଥିବା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ 52% କିଛି ଫାଷ୍ଟଫୁଡ୍ ଖାଇଥିଲେ । ସେଥିମଧ୍ୟରୁ 29% ଫାଷ୍ଟଫୁଡରୁ ଏକ ପଞ୍ଚମାଂଶ କିମ୍ବା ଅଧିକ ଦୈନିକ କ୍ୟାଲୋରୀ ଖାଇଥିଲେ । ଅନୁସନ୍ଧାନ ସମୟରେ କେବଳ ଏହି 29% ବ୍ୟକ୍ତିଙ୍କର ଯକୃତର ଚର୍ବି ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଅର୍ଥାତ୍ ଫାଷ୍ଟ୍‌ଫୁଡ୍ କେବଳ ପାକସ୍ଥଳୀ ସ୍ବାସ୍ଥ୍ୟ ନୁହେଁ, ଯକୃତ ସ୍ବାସ୍ଥ୍ୟକୁ ବି ବିଗାଡି ଦେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.